ମାଳିକା ଦେଲା ବଡ ଚେତାବନି ,ଓଡିଶାକୁ ବରବାଦ କରିଦେବ ଏହି 41ଟି ସଂଗଠନ…

ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି ମାଳିକା ବର୍ଣ୍ଣିତ କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା। ତେବେ ମାଳିକା ବର୍ଣ୍ଣିତ ଯେଉଁ ଗୁପ୍ତ ଭକ୍ତ ମାନେ ରହିଛନ୍ତି ସେମାନଂକୁ କ୍ୟାମେରା ସାମ୍ନାକୁ ଆଣିବାକୁ ଏ ପ୍ରୟାସ ଜାରି ରହିଛି।

 

ଏହାକୁ ଜାରି ରଖିଛି ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ଏବଂ ତାର ଟିମ୍।ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆସନ୍ତୁ ସେହିପରି ଆଜି ଏକ ବିଶେଷ କଥା ବିଷୟରେ ଜାଣିବା ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ଆଉ ଏହାକୁ କହିଛନ୍ତି ସବୁରି ପ୍ରିୟ କାହ୍ନୁ ବାବା।

ତେବେ ଏଠାରେ ମାଳିକା ଭକ୍ତ କାହ୍ନୁ ବାବା କହିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକାରେ ବର୍ଣ୍ଣିତ ଅଛି ଯେ ଓଡିଶାରେ ଏପରି 41ଟି ସଂଗଠନ ରହିଛନ୍ତି ଯାହା ପାଇଁ ସନାତନ ଧର୍ମ ସଂମ୍ପୂର୍ଣ୍ଣ ଭାବରୋ ଲୋପ ପାଇଯିବ । ମହାପୁରୁଷ ପଞ୍ଚସଖା ପାଞ୍ଚଟା ଜାଗାରେ ପାଞ୍ଚଟା ବ୍ରହ୍ମ ରାକ୍ଷାସ ରଖିଛନ୍ତି । ଅଚ୍ୟୁତ ନେମାଳରେ ଅନନ୍ତ ମଧ୍ୟ ରଖିଛନ୍ତି ଏହିପରି ପାଞ୍ଚଜଣ ପାଞ୍ଚଟା ବ୍ରହ୍ମରାକ୍ଷାସ ରଖିଛନ୍ତି । ତେବେ ଆଗକୁ ଏମିତି ସମୟ ଆସିବ ଚାରିଆଡେ ଅର୍ଥ ସଂକଟ ପଡିବ ଏବଂ ସମସ୍ତେ ଆସିବେ ଭାରତ ପାଖରେ ମୁଣ୍ଡ ନୁଆଁଇବେ । ଆଉ ସାରା ପୃଥିବୀ ଦେବଭୂମି ଭାରତବର୍ଷର ଗୁଣଗାନ କରିବେ ଏବଂ ସମସ୍ତ ପାପୀମାନେ ଭାରତ ପାଖରେ ଆସି ମୁଣ୍ଡ ନୁଆଁଇବା ସହିତ କ୍ଷମା ପ୍ରାର୍ଥନା କରିବେ ।

ପ୍ରତ୍ୟେକ ଯୁଗରେ ଏହିପରି ଘଟିଥାଏ। ତେବେ ଯଦି ଯୁଗର ସମାପନ କଥା କହିବା ତେବେ ଯେତେବେଳେ ଅତ୍ୟଧିକ କଳି ବୃଦ୍ଧି ପାଇବ ଏବଂ ଏହା ଏ ସମାଜକୁ ଗ୍ରାସ କରିବ। ଫଳରେ ସବୁ ଦେଶ ଦେଶ ମଧ୍ୟରେ ଝଗଡା ପରିସ୍ଥିତି ଉପୁଜିବା ସହିତ ଶେଷରେ ଯୁଦ୍ଧ ହୋଇ ଯୁଗର ସମାପନ ହେବ। ତେବେ ଭାରତ ହେଉଛି ଦେବ ଭୂମି, ଏଠାରେ ଦେବତା ବାସ କରନ୍ତି। ଅନ୍ଯ ଦେଶ ମାନଂକର ଯେତେ ଅସ୍ତ୍ର ଶସ୍ତ୍ର ରହିଲେ ବି ସେଗୁଡିକ ଭଗବାନଙ୍କ କୃପା ଭୂମି ଆଗରେ ସବୁ ଫିକା ପଡ଼ିଯିବ। ଯେତେବେଳେ ବି ଧର୍ମର ନାଶ ହୁଏ ସେତେବେଳେ ଭଗବାନ ବିରାଜମାନ କରନ୍ତି।

Leave a Comment