ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ଓ ମଠ ମାନ ମଧ୍ୟ ରହିଛି।ସେହି ପରି ଏକ ମଠ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ,ଯାହା ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ।ଏହି ମଠ ଟିର ନାମ ହେଉଛି ବେଲବଣ ସତ୍ୟସେବା ଆଶ୍ରମ।ଏହା ବଡାଘର ଗାଁ ରେ ଅବସ୍ଥିତ।ଯାହାକି ଏକ ପ୍ରାଚୀନ ମଠ ମଧ୍ୟ।ଏହି ମଠ ସମ୍ପର୍କରେ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି;
” ଗୁପତ ଅଟେ ଏ ସ୍ଥାନ,ଯୁଗୀ ଜନଙ୍କ ଗୁପ୍ୟାନ।”
ତେଣୁ ଏହି ମଠ ହେଉଛି ଯୁଗୀ ମାନଙ୍କର ସ୍ଥାନ।ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ବିଶ୍ରାମ ନେଇ ଥିଲେ।ଯେତେବେଳେ ମହାପୁରୁଷ ପୁରୀରୁ ମହାପ୍ରଭୁ ଜଗନ୍ନାଥ ଙ୍କ ଆଜ୍ଞାମାଳ ନେଇ ନାବାଳ ଅଭିମୁଖେ ଯାଉଥିଲେ,ଏହି ମଠରେ ବିଶ୍ରାମ କରି ଥିଲେ।ତାପରେ ୧୯୫୫-୫୬ ମସିହାରେ ଗୁରୁଦେବ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଯେତେବେଳେ ବଡାଘର ଗ୍ରାମ କୁ ଆସି ଥିଲେ ସେ ଏହି ଆଶ୍ରମ କୁ ଅତି ଦିବ୍ୟସ୍ଥାନ ବୋଲି କହି ଥିଲେ ଓ ଏହି ମଠରେ ନିଜର ରହିବା ପାଇଁ ଏକ କୁଡ଼ିଆ ନିର୍ମାଣ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମଠ କେବେ ନିର୍ମାଣ ହୋଇଛି, କେବେ ଠାରୁ ଏଥିରେ ସାଧୁ ସନ୍ଥ ମାନେ ରହୁଛନ୍ତି ତାହା କେହି ଜାଣନ୍ତି ନାହିଁ।ଏହା ଶହ ଶହ ବର୍ଷ ପୁରୁଣା ମଠ।୧୯୫୫-୫୬ ମସିହାରେ ଯେତେବେଳେ ଗୁରୁଦେବ ବୈକୁଣ୍ଠନାଥ ବ୍ରହ୍ମଚାରୀ ଏହି ବଡାଘର ଗ୍ରାମ କୁ ଆସିଥିଲେ ସେତେବେଳେ ସନ୍ଧ୍ୟାରେ ସେ ଗ୍ରାମ ମଝିରେ ଜଣଙ୍କ ଘରେ ଥିଲେ।
ଏହି ସମୟରେ ସେଠାରେ ଆମିଷ ବାସ କରିବାରୁ ସେ ତାଙ୍କ ଶିଷ୍ୟଙ୍କୁ କହିଥିଲେ ଏକ ପବିତ୍ର ସ୍ଥାନ କୁ ନେଇଯିବା ପାଇଁ।ସେତେବେଳେ ତାଙ୍କ ଶିଷ୍ୟ ତାଙ୍କୁ ଏହି ମଠକୁ ନେଇ ଆସି ଥିଲେ ।ଏହି ମଠ କୁ ଦେଖି ଗୁରୁଦେବ କହିଥିଲେ କି ଏହା ଅତ୍ୟନ୍ତ ଧାର୍ମିକ ଓ ପବିତ୍ର ମଠ ଅଟେ।ତେଣୁ ସେ ସବୁଦିନ ପାଇଁ ଏହି ମଠରେ ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ମଠର ନାମ ବେଲବଣ ହେବାର କାରଣ ଏଠାରେ ବେଲ ବୃକ୍ଷର ବଣ ରହିଛି।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କି ଯେଉଁ ଆଶ୍ରମ କୁ ମହାପୁରୁଷ ଅଚ୍ୟୁତାନନ୍ଦ ଯାଇଛନ୍ତି ସେଠାରେ ବେଲ ବଣ ହୋଇଛି।ଏହି ମଠର ବିଶେଷତ୍ୱ ହେଉଛି ଏଠାରେ ଏକ ମାଟି ହୁଙ୍କା ଅଛି ଯେଉଁଠାରେ ସର୍ପ ବା ସାପ ମାନେ ଆସି ଖେଳନ୍ତି।୧୯୮୫ ମସିହାରେ ଥରେ ଜଣେ ଲୋକକୁ କୌଣସି ଏକ ସାପ ଦଂଶନ କରି ଥିଲା।
ସେହି ଲୋକଟି ଦୌଡ଼ି ଦୌଡ଼ି ଆସି ବାବା ଙ୍କ ପାଖରେ ପହଁଚିଲା ଓ ମୂର୍ଛିତ ହୋଇ ପଡ଼ିଗଲା।ବାବା ହାତଠାରି ସାପ କୁ କହିଲେ ଆ,ଆ,ଆ……. ହଠାତ ଏକ ସାପ ବିଲରୁ ଆସି ସେହି ଲୋକର ଶରୀରରୁ ବିଷ ହରଣ କରିଥିଲା ଏବଂ ଲୋକଟି ସୁସ୍ଥ ହୋଇଗଲା।ଏମିତି ବାରମ୍ବାର ଯେତେବେଳେ ବାବା ସାପକୁ ଡାକନ୍ତି ସେତେବେଳେ ସାପମାନେ ବାବାଙ୍କ ପାଖକୁ ଆସନ୍ତି।ଏହି ମଠରେ ମହାପୁରୁଷ ଅଚ୍ୟୁତାନନ୍ଦ ବିଶ୍ରାମ ନେଇଥିବାରୁ ଏହାକୁ ଅଚ୍ୟୁତାନନ୍ଦ ଗାଦି କୁହାଯାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।