ମିହିର ଦାସଙ୍କ ସ୍ମୃତିରେ ମଲା ପରେ ମୁହଁରେ ନିଆଁ ଦବ…Best Scene ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡିଓ ଦେଖିଲେ ମିହିର ଭାଈ ଙ୍କ କଥା ମନେପଡିବ…

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଜଣେ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି।

ସୂଚନା ଅନୁସାରେ, ଓଲିଉଡ଼ ଫିଲ୍ମ ଜଗତର ଅଭିନେତା ଭର୍ସା ଟାଇଲ ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଫିଲ୍ମ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ଅଭିନେତା ତାଙ୍କ ଜୀବନରେ ବହୁତ ଓଡ଼ିଆ ଫିଲ୍ମ କରିବା ସହିତ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଗୁଡିକ ବହୁତ ସୁନ୍ଦର ଲାଗିଥାଏ। ସେ ସବୁବେଳ ପାଇଁ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରି ଥାଆନ୍ତି।

ତେବେ ଆପଣ ମାନେ ଯଦି ନବେ ଦଶକର ଦର୍ଶକ ହୋଇଥିବେ ତେବେ ସେତେବେଳର ଏଭର୍ ଗ୍ରୀନ ଫିଲ୍ମ୍ ସବୁକୁ ଆପଣ ଦେଖି ଏହାର ଆନନ୍ଦ ନିଶ୍ଚୟ ନେଇଥିବେ। ଅବଶ୍ୟ ସେତେବେଳର ଫିଲ୍ମ୍ ସବୁର ଚାହିଦା ଏବଂ ଆକର୍ଷଣ ଏବେବି ରହିଛି। ସେତେବେଳର ସେହି ଲୋକପ୍ରିୟ କଳାକାର ମାନଙ୍କ ଭିତରୁ ଜଣେ ପ୍ରିୟ ଅଭିନେତା ଭାବରେ ରହିଥିଲେ ସମସ୍ତଂକ ଲୋକପ୍ରିୟ ଅଭିନେତା ମିହିର ଦାସ୍। ଯିଏକି ଏବେ ଆଉ ଆମ ଗହଣରେ ନାହାଁନ୍ତି।

 

କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବା ଏହି କଳାକାର ଜଣଙ୍କ ଏଥିପାଇଁ ସେ ଦୀର୍ଘଦିନ ଧରି ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତେବେ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ବିୟୋଗରେ ଭାଙ୍ଗି ପଡିଥିଲେ ସବୁ ସିନେ ପ୍ରେମୀ।ମିହିର ଦାସ୍ ଆରପାରିକୁ ଚାଲି ଯାଇଛନ୍ତି ଶୁଣି ସମସ୍ତେ ମର୍ମାହତ ହୋଇ ପଡିଥିଲେ।


ଓଲିଉଡ ଅଭିନେତା ମିହିର ଦାସ୍ ଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଥିଲା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି। ଆଉ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି। ତେବେ ତାଙ୍କର ଅଭିନୀତ କିଛି ପୁରୁଣା ଗୀତ ଏବଂ କିଛି ଫିଲ୍ମର ସୁନ୍ଦର ସେନ୍ସ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ତା ମଧ୍ୟରୁ ଏକ ସେନ୍ସ ହେଉଛି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ପ୍ରେମ ଅଢେଇ ଅକ୍ଷର ଯେଉଁଥିରେ ସେ ସୁପରଷ୍ଟାର ବାବୁସାନଙ୍କ ବାପାଙ୍କ ରୋଲ କରିଥିଲେ ଏବଂ ନିଜର ପୁଅର ଭଲପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ତାଙ୍କ ପୁଅ ଯେତେବେଳେ ତା ପ୍ରେମ ପାଇଲାନି ସେ ମଦ ପିଅ ତାଙ୍କ ପୁଅକୁ ବୁଝାଉଥିବା ବେଳେ କହିଥିଲେ ମଲା ପରେ ମୋ ମୁହଁରେ ନିଆଁ ଦବୁ । ଯାହା ଏବେ ସତ ହୋଇଯାଇଛି । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

Leave a Comment