ତେବେ ସମୟ ଅନୁସାରେ ସବୁ ପରିସ୍ଥିତି ବଦଳିବାରେ ଲାଗିଛି, ଦିନକୁ ଦିନ ସମାଜରେ ଚଳିବା ମୁସ୍କିଲ ହେଇଯାଉଛି ।ଯେମିତି ବର୍ତ୍ତମାନ ର ଯୁବପିଢ଼ି ଙ୍କ ମାନେ ଆଧୁନିକ ତାଳରେ ଏତେ ବାଇୟା ହେଇଛନ୍ତି କି ଯେଉଁଠି ଝିଅ ମାନେ ବି କମେଣ୍ଟ ପାଇବା ପାଇଁ ଅପେକ୍ଷା କରିଛନ୍ତି ।ଆଉ ଏହିଥିରୁ ବୁଝି ପାରୁଥିବେ ସମାଜ କେମିତି ପରିବର୍ତ୍ତନ ହେଉଛି ।ଠିକ ସେହିପରି ମାଳିକା କୁହା ଯାଇଥିବା କଥା ଗୁଡିକ ବି ସତ ହେବାରେ ଲାଗିଛି, ଧୀରେ ଧୀରେ ମଣିଷ ନମରି ବି ମରିବାର ଦୁଃଖ ଭୋଗିବ ।ସେଥିପାଇଁ ମାଳିକାରେ ଆଗତ ଭବିଷ୍ୟତ ଏବଂ ମାଳିକାର ସେହି ଠାର ଗାର ଏବଂ ବର୍ଣ୍ଣାନାକୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ।
ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।
ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।ଏକ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଉପରେ ଆମେ ଆଲୋଚନା କରିବା।
ଯେଉଁ ପୁସ୍ତକର ନାମ ହେଉଛି।ମାଳିକା ସିଦ୍ଧ ଉତ୍କଳ ଅନନ୍ତ ପ୍ରକାଶ,୨୦୧୪।ଏହି ପୁସ୍ତକର ସଂଗ୍ରାହକ ହେଉଛନ୍ତି ମାଳିକା ଗବେଷକ ପ୍ରଦୀପ କୁମାର ପାଣି।ଏହି ପୁସ୍ତକର ୨୨୦ ନମ୍ୱର୍ ପୃଷ୍ଠାରେ ଆଗାମୀ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ବର୍ଣ୍ଣିତ ରହିଛି।୨୦୨୧ ରୁ ୨୦୨୯ ଭିତରେ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ଏଠାରେ ଉଲ୍ଲେଖ ରହିଛି। ଯୁଦ୍ଧ ବିଷୟରେ ଏଠାରେ ବର୍ଣ୍ଣିତ ରହିଛି।ଆଗକୁ ୬ବର୍ଷ ପାଇଁ ରଥଯାତ୍ରା ବନ୍ଦ ହେବ ବୋଲି କୁହା ଯାଇଛି।
ପ୍ରଥମ ଥର ଯେବେ ବନ୍ଦ ହେବ, ସେହିଠାରୁ ୯ ବର୍ଷ ପରେ ମଣିଷ ସମାଜ ଧ୍ଵଂସ ହୋଇଯିବ ବୋଲି କୁହା ଯାଇଛି। ଏହାଛଡ଼ା ୨୦୨୪ ରେ ଭାରତ ଉପରକୁ ଯୁଦ୍ଧ ସମସ୍ୟା ଆସିବ। ଋଷିଆ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କୁ ନେବାକୁ ଚେଷ୍ଟା କରିବ। ଏହାଛଡ଼ା ଏବେ ଯେଉଁ ଯୁଦ୍ଧ ଚାଲିଛି ତାର ପ୍ରଭାବ ୨୦୨୪ ମସିହା ପାଖରୁ ବେଶ୍ ଅଧିକ ରହିବ। ସେବେଠାରୁ ଯୁଦ୍ଧ ବିଭୀଷିକା ବଢ଼ି ଚାଲିବ ଏବଂ ଜଳପଥ ଦେଇ ଚାଇନା ସୈନ୍ୟ ମାନେ ପୁରୀକୁ ଆକ୍ରମଣ କରିବେ ବୋଲି ମାଳିକା ରେ ମହାପୁରୁଷ ମାନେ ବର୍ଣ୍ଣନା କରିଛନ୍ତି।