ଦେଖନ୍ତୁ EXCLUSIVE :ଭିଡିଓ -ଚମତ୍କାରୀ ବାବା ଉଚ୍ଚତା 7 ଫୁଟ୍ ବାହାରିଛି 2ଟା ରାକ୍ଷସୀ ଦାନ୍ତ

ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ତାହା ହେଉଛି କଳିଯୁଗ , ଯେବେ ଅଧର୍ମ ବଢିଯିବ ସେବେ ଏହି ଯୁଗର ଅନ୍ତ ଘଟିବ । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଆଗରୁ ଆରମ୍ଭ ହୋଇ ସାରିଛି । ଏହି ଯୁଗରେ ନାନା ପ୍ରକାର କୁକର୍ମ ବଢିବ , ଚୋରୀ , ଡକାୟତି , ଲୋଭ , ମୋହ କାମକ୍ରୋଧ ଆଦି ମନୁଷ୍ୟକୁ ଅନ୍ତ କରିଦେବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ , ଏହି ଯୁଗ ଅନ୍ତହେବା ସମୟରେ ଏଭଳି ପରିସ୍ଥିତି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ । ତେବେ ଆସନ୍ତୁ ଜାଣିବା ଖଣ୍ଡଗିରି ଗୁମ୍ଫାର କିଛି ରହସ୍ୟ ବିଷୟରେ,

ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ତେବେ ଖଣ୍ଡଗିରି ଗୁମ୍ଫାରୁ ରାତିରେ ଅନେକ କିଛି ଅଲୌକିକ ଶବ୍ଦ ଶୁଣିବାକୁ ମିଳେ ଏବଂ ମାନ୍ୟତା ଅନୁସାରେ 752 ଗୁମ୍ଫା ଏଠାରେ ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ 11 ଟି ଗୁମ୍ଫାର ସନ୍ଧାନ ମିଳିଛି ଆଉ ଏହି ଏକାଦଶ ଗୁମ୍ଫାରେ ସାଧୁସନ୍ଥମାନେ ସାଧନା କରୁଥିବା ସେଠାକାର କାର୍ତ୍ତୀକେଶ୍ଵରଙ୍କ ପୂଜକ କହିଛନ୍ତି । ତେବେ ତାଙ୍କର କହିବା କଥା ଯେ ସେହି ଗୁମ୍ଫାରେ ଜଣେ ସାଧୁ ଥିଲେ ଯାହାଙ୍କର ଉଚ୍ଚତା ପ୍ରାୟ 7 ଫୁଟ ଏବଂ ତାଙ୍କର ଦୁଇଟି ବଡ ବଡରାକ୍ଷାସ ଦାନ୍ତ ରହିଥିଲା । ସେ ଏଠାରେ ତପସ୍ୟା କରୁଥିଲେ କିନ୍ତୁ ଦିନେ ହଠାତ୍ ସେ କୁଆଡେ ଉଭେଇ ଗଲେ କେହି ଜାଣି ପାରିଲେ ନାହିଁ । କିନ୍ତୁ ସେ ଜଣେ ଅଲୌକିକ ବାବା ଥିଲେ ଏବଂ ସେ କଳିଯୁଗର ଆଗତ ଭବିଷ୍ୟତ ସ୍ପଷ୍ଟ ଭାବରେ କହିପାରୁଥିଲେ ବୋଲି ସେଠାକାର ପୂଜକ କହିଛନ୍ତି ।

Leave a Comment