ମୋର ଅଭିନୟକୁ ଆସିବା ‘ବିଧାତାର ଖେଳ’ : ସୋଫିଆ ଆଲମ | Sofia Alam,

ତେବେ ଆମ ଓଲିଓଡ଼ ଜଗତ ରେ ଅନେକ ଅଭିନେତ୍ରୀ ଅଛନ୍ତି ସେଥିମଧ୍ୟରୁ ସୋଫିଆ ଆଲମ ହେଉଛନ୍ତି ଜଣେ ବେସ ଜଣାଶୁଣା ଅଭିନେତ୍ରୀ | ସେ ତାଙ୍କ ରିୟଲ ନାଁ ଅପେକ୍ଷା ରିଲ ନାଁ ରେ ବେଶୀ ପରିଚିତ ତାଙ୍କୁ ପ୍ରାୟ ବର୍ଷା ନାଁ ରେ ସବୁ ଜାଣନ୍ତି | ମେଘା ସିରିଏଲ, ମଞ୍ଚ ନାଟକ ସବୁଠି ସେ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି |

ତେବେ ସେ ହେଉଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ସୋଫିଆ ଆଲମ, ଯାହାଙ୍କୁ ସିରିଏଲ ରେ ସିଧାସାଧା କ୍ୟାରେଟର ଦେଖିବା ପାଇଁ ମିଳେ ଅର୍ଥାତ ଏକ କାନ୍ଦୁରି ଝିଅ ଅଭିନୟ ରେ ଦେଖିବା ପାଇଁ ମିଳେ | ସେ ଅନେକ ସିରିଏଲ ରେ କାମ କରିଛନ୍ତି ଯେମିତି ବିଧାତାର ଖେଳ, ଯଂଜ୍ଞ, ସଂସ୍କାର, ଦୁହିତା, ଏହା ସହିତ ସେ ଅନେକ ଫିଲ୍ମ ରେ ଦେଖା ଯାଇଥିବା ବେଳେ ମଞ୍ଚ ନାଟକ ରେ ମଧ୍ୟ ଦେଖିବା ପାଇଁ ମିଳିଛନ୍ତି | ବର୍ତ୍ତମାନ ସମୟରେ ସୋଫିଆ ଆଲମ ଏକ ସାକ୍ଷାତକାର ରେ ଦେଖା ଯାଇଛନ୍ତି |


ତେବେ ସୋଫିଆ କହିଛନ୍ତି କି କେବଳ ରିଲ ଲାଇଫ ରେ ମୁଁ କାନ୍ଦୁରି ନୁହେଁ ବରଂ ରିୟଲ ଲାଇଫ ରେ ବି ମୁଁ ଛୋଟ ଛୋଟ କଥାରେ ବହୁତ କାନ୍ଦି ପକାଏ | ଆଉ କହିଛନ୍ତି କି ମୁଁ ମୋ ବାପା ଙ୍କ ସହ ଭୋଜି ଖାଇବା ପାଇଁ ଯାଇ ଥିଲି ଆଉ ମତେ ସେଠାରେ ଦେଖିକି ବାପାଙ୍କ ପାଖକୁ ଫୋନ ଆସିଥିଲା କି ଆମେ ତମ ଝିଅକୁ ଏକ ସିରିଏଲ ପାଇଁ ନେବୁ |

ବାପା କହିଲେ କି ସେ ଓଡ଼ିଆ ଠିକ ସେ କହି ପାରିବ ନାହିଁ ସେ ଆକ୍ଟିଙ୍ଗ ବିଷୟରେ କିଛି ଜାଣିନି କହିକି ଫୋନ ରଖି ଦେଲେ | ତାପରେ ମା କହି ଥିଲେ କି ତାକୁ ପଚରା ଯାଉ ଆଉ ମୋର ଛୁଆ ବେଳୁ ଇଚ୍ଛା ଥିଲା କି ମୁଁ ଅଭିନୟ ହିଁ କରିବି | ଆଉ ଅଭିନୟ ଦୁନିଆଁ କୁ ଆସିବା ପାଇଁ ମୋ ମାଆ ଙ୍କର ବଡ଼ ଭୂମିକା ଅଛି ଏହାପରେ ମୁଁ ଏହି କ୍ୟାରିୟର ରେ ପାଦ ଦେଇଥିଲି |

ଆଉ କହିଛନ୍ତି କି ମୋ ବାପା ମନା କରି ଥିଲେ ବୋଲି ମୁଁ ଫିଲ୍ମ ଜଗତ ରେ ଅଭିନୟ କରି ନଥିଲି କେବଳ ସିରିଏଲ କରି ଥିଲି ଆଉ ବହୁତ ପରେ ମୁଁ କିଛି ସିନେମା କରି ଥିଲି | ଏହାପରେ ମୋର ବାହାଘର ହୋଇ ଗଲା ଆଉ ମତେ ଓଡ଼ିଶା ବାହାରକୁ ଯିବା ପାଇଁ ପଡ଼ିଲା, ମୋର ବି ଆଉ ଆଶା ନଥିଲା କି ମୁଁ ଆଉ ଓଡ଼ିଶା କୁ ଆସିବି ଆଉ ଥରେ ଆକ୍ଟିଙ୍ଗ କରିବି କିନ୍ତୁ ମୁଁ ପୁଣି ଥରେ ଓଡ଼ିଶା କୁ ଆସିଲି ଆଉ ମତେ ପୁଣି ଥରେ ଅଭିନୟ ଦୁନିଆଁ କୁ ଯିବା ପାଇଁ ସୁଯୋଗ ମିଳିଲା | ଆଉ ମୁଁ ବାହାଘର ପୂର୍ବରୁ କଣ୍ଡିସନ କରିଥିଲି କି ମୁଁ ମୋ କାମ ଛାଡିବିନି ଆଉ ମୋ ସ୍ୱାମୀ ଙ୍କର ବି ସେଥିରେ କିଛି ଅସୁବିଧା ନଥିଲା ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment