ଯୁବତୀଙ୍କ ଆଣିଲେ ସଂଙ୍ଗିନ ଅଭିଯୋଗ ‘ମୋ ସହିତ ଦୈହିକ ସମ୍ପର୍କ ରଖ ନହେଲେ ତୋ ଚାକିରୀ ଖାଇଯିବି ଏମିତି କହି ସେ ମୋର…’

ଆଜିକାଲି ର ଯୁଗରେ ବହୁତ ଟେକନୋଲୋଜି ଆଗେଇ ସାରିଲାଣି କିନ୍ତୁ ଆଜି ବି ଆମ ସମାଜ ରେ ଏକ ନାରୀ ସମ୍ମାନ ପାଇ ପାରିଲା ନାହିଁ | ଯେଉଁଠି ଦେଖିବ କେବଳ ନାରୀ ଅତ୍ୟାଚାର, ଶାରୀରିକ ଶୋଷଣ ଏଭଳି ଅନେକ କିଛି ଖବର ପ୍ରତିଦିନ ସାମ୍ନା କୁ ଆସୁଛି ଯାହାକି ଖୁବ ଲଜ୍ୟା ଜନକ ଘଟଣା ଅଟେ | ଆଜିକାଲି ବାପା ମା ଝିଅ ଜନ୍ମ କରିବା ପାଇଁ ମଧ୍ୟ ଡରିଲେଣି କାରଣ ସେମାନେ ବି ଜାଣିଛନ୍ତି ତାଙ୍କ ଝିଅ ବଡ଼ ହେଲା ପରେ ଏଭଳି ନୃଶଂସ ହାତରେ ପଡିବେ ଆଉ ଏହି ସୈତାନ ତାଙ୍କୁ ଜିଅନ୍ତା ଖାଇବେ |

ଏମିତି କି ଜୀବନ ବଞ୍ଚାଉ ଥିବା ଡାକ୍ତର ମଧ୍ୟ କିଛି କମ ନୁହଁନ୍ତି ସେମାନେ ମଧ୍ୟ ସୁଯୋଗ କୁ କେବଳ ଅନାଇଁ ବସି ଥାଆନ୍ତି ଆଉ ପାଇଲା ମାତ୍ରେ ସେମାନେ ଏଭଳି ନିନ୍ଦନୀୟ କାର୍ଯ୍ୟ ରୁ ବାଦ ପଡନ୍ତି ନାହିଁ | ତେବେ ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯେଉଁଠି ଜଣେ ଯୁବତୀ ଡାକ୍ତର ଙ୍କ ନାଁ ରେ ଏକ ସଙ୍ଗିନୀ ଅଭିଯୋଗ ନେଇ ଆସିଛନ୍ତି | ତେବେ ଆସନ୍ତୁ ପୁରା ଘଟଣା ଟି କଣ ତାହା ଉପରେ ନଜର ପକାଇବା |

 

ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା କଳିଙ୍ଗ ଥାନା ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି ଯେଉଁଠି ଯୁବତୀ ଏକ ଲିଖିତ ଅଭିଯୋଗ କରିଛନ୍ତି | ସେ ଅଭିଯୋଗ ରେ ଲେଖିଛନ୍ତି କି, ମୁଁ ଦୀର୍ଘ 5 ବର୍ଷ ହେଲାଣି ଟାଟା ମେଡିକାଲ ହସ୍ପିଟାଲ ରେ କାମ କରୁଛି |

ମୁଁ ଜେନେରାଲ ୱାର୍ଡରେ କାମ କରେ ସେଇଠି ଭିଡିଓ କିଏ ଭାଇରାଲ କରିଛନ୍ତି ମୁଁ ଜାଣିନି, କିନ୍ତୁ ବିଶ୍ଵଜିତ ଦେହୁରି ସାର କହିଲେ ମୁଁ ଭିଡିଓ ଭାଇରାଲ କରିଛି ହେଲେ ମୁଁ ତାଙ୍କୁ ମନା କଲି | ସେ କହିଲେ ସମସ୍ତେ କହୁଛନ୍ତି ତମେ ଭିଡିଓ ଭାଇରାଲ କରିଛ ବୋଲି ମୁଁ କହିଲି ମୁଁ କିଛି ଜାଣି ନାହିଁ ଏହା ପରେ ବିଶ୍ଵଜିତ ସାର ମୋର ଜାତି ବନ୍ଧୁକୁ ନେଇ ମୋ ଅଉକାତକୁ ନେଇ ଶୋଧିଲେ |

ମୁଁ କହିଲି କି କଣ ଭିଡ଼ିଓ ଭାଇରାଲ ହୋଇଛି ତାହା ତ ମୁଁ କିଛି ଜାଣି ନାହିଁ ଆପଣ ମତେ କାହିଁକି ପାଟି କରୁଛନ୍ତି ସେ କହିଲେ ତୋର ଅଉକାତ କେତେ ମୁଁ ତତେ ଚାକିରୀ ରୁ ବାହାର କରି ଦେବି | ଏଇଟା ହେଉଛି 25 ତାରିଖ ର ଘଟଣା ଆଉ ତାପରେ ଡାକ୍ତର ସ୍ମୃତିରଞ୍ଜନ ମୁଦୁଲି ମତେ କହୁଛନ୍ତି କି ଝିଅ ତୁ ଭିଡ଼ିଓ ଭାଇରାଲ କରି ଦେଇଛୁ |

ମୁଁ ମନା କରିବାରୁ ସେ କହୁଛନ୍ତି କି ତୁ ଭାଇରାଲ କରିଛୁ ମନା କଣ ପାଇଁ କରୁଛୁ, ତାପରେ ମୁଁ କହିଲି କି ଆପଣ ଦେଖିଛନ୍ତି କି ମୁଁ ଭାଇରାଲ କରିବାର ତାପରେ ସେ କହୁଛନ୍ତି କି ମୁଁ ମୁହଁରେ ଜବାବ ଦେଉଛୁ ମୋ ପର୍ସନାଲ ରୁମକୁ ଆସ ସେଠି କଥାବାର୍ତା ହେବା | ଏହାପରେ ରୁମରେ ସେ ମତେ ତାଙ୍କ ସହ ସେକ୍ସ କରିବା ପାଇଁ କହିଲେ ନହେଲେ ଚାକିରୀ ରୁ ବାହାର କରି ଦେବେ ବୋଲି ଧମକ ଦେଲେ | ମୋର ନ୍ୟାୟ ଦରକାର ଏଥିପାଇଁ ଦାୟୀ ବିଶ୍ଵଜିତ ଦେହୁରି ଆଉ ଡାକ୍ତର ମୁଦୁଲି |

Leave a Comment