Adit ତମ ଗୀତ ପୁରା କସ – ସମସ୍ତ ହେଲେ ତାଙ୍କର Fan – Pinky & Riya ହେଲେ ଫିଦା

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

ତେବେ ସବୁ ମଧ୍ୟରୁ ସଙ୍ଗୀତ ଏକ ନିଆଁରା କଳା ହୋଇ ଥାଏ ଯାହାକୁ ଶୁଣିବା ଦ୍ୱାରା ମନରେ ଏକ ଖୁସି ମିଳି ଥାଏ ଏବଂ ସମସ୍ତ ଟେନ୍ସନ ମଧ୍ୟ ଦୂରେଇ ଯାଇଥାଏ | ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି |


ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ତେବେ ସେହିଭଳି ଏକ ରିୟାଲିଟି ଓଡ଼ିଶା ର ନୂଆ ସ୍ୱର ଯାହାକି ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଛି |

ଏହି ରିୟାଲିଟି ସୋ ରେ ଅନେକ ଛୋଟ ଛୋଟ ପିଲା ଭାଗ ନେବା ସହିତ ଅନେକ ସେଲିବ୍ରେଟି ମଧ୍ୟ ଅତିଥି ହୋଇ ଆସି ଥାଆନ୍ତି | ତେବେ ଏହି ମଞ୍ଚରେ ଏକ ପ୍ରତିଭା ଭାଗ ନେଇଛନ୍ତି ଯାହାଙ୍କର ନାଁ ହେଉଛି ଆଦିତ ରଞ୍ଜନ ହୋତା ଯିଏ କି ଦେଖି ପାରନ୍ତି ନାହିଁ ଅର୍ଥାତ ଅନ୍ଧ ଅଟନ୍ତି |

କିନ୍ତୁ ସେ ସ୍ୱର ର ଯାଦୁ ରେ ଜଜେସ ଭାବରେ ବସିଥିବା ପିଙ୍କି ଆଉ ରିୟା ଙ୍କ ମନ କିଣି ନେଇଛନ୍ତି | ସେ ଏକ ଓଡ଼ିଆ ରୋମାଣ୍ଟିକ ଗୀତ ଗାଇଛନ୍ତି ଆଉ ସେହି ଗୀତ ଟି ହେଉଛି କି କଲୁ କି କଲୁ ପ୍ରିୟା ନେଲୁ ତୁ ମୋ ଜୀୟା | ସେ ତାଙ୍କ ମଧୁର ଭଏସ ରେ ଏତେ ସୁନ୍ଦର ଭାବେ ଗୀତ ଟିକୁ ପରିବେଷଣ କରିଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ |

ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଓ ଜଜ ତାଳି ମାରି ତାଙ୍କୁ ଆହୁରି ଉତ୍ସାହିତ କରି ଥିଲେ | ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଗୀତ ଟିକୁ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment