ଗର୍ଭବତୀ ଥିଲି ଶଶୂର ମୋତେ କିଛି ନକହି ମେଡିସିନ ଦେଇଦେଲେ…କାରଣ ସେ ମୋ ସହ……..

ଶ୍ୱଶୁର ଚାହୁଁଥିଲେ ବୋହୂ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ। ବାରମ୍ବାର ଚେଷ୍ଟା ମଧ୍ୟ କରିଥିଲେ ବୋହୂ ସହ ଶାରୀରିକ ସମ୍ପର୍କ ରଖିବାକୁ। ଆଉ ଏକଥା ତାଙ୍କ ସ୍ୱାମୀ କୁ କହିଲା, ହେଲେ ସେ ଶୁଣି ନଥିଲେ। ମିଛ କହୁଛି କହି ସ୍ତ୍ରୀ କୁ ଗାଳି ଦେଇଥିଲେ ଆଉ ଯେତେବେଳେ ସେ ଗର୍ଭବତୀ ଥିଲେ ଶ୍ୱଶୁର ମେଡ଼ିସିନ ଦେଇ ଗର୍ଭ ନଷ୍ଟ କରି ଦେଇଥିଲେ।

ଆଉ ତାପରେ ଅଶ୍ଳୀଳ ଭାଷାରେ ଗାଳି କରି ଘରୁ ତୋଡ଼ି ଦେଇଥିଲେ। ସବୁକିଛି ତାଙ୍କର ଲୁଟି ନେଇ ଘରୁ ତୋଡ଼ି ଦେଲେ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏମିତି ସେ ଧାରଣାରେ ବସିବେ ବୋଲି କହିଛନ୍ତି। ହଁ ଆଜ୍ଞା ନବ ବଧୂ କୁ ଶ୍ୱଶୁର ଘର ଦେଲେ ନିର୍ଯ୍ୟାତନା ।ଶ୍ୱଶୁର ଘର ସାମ୍ନାରେ ବୋହୂଙ୍କ ଧାରଣା।


ତେବେ ଏମିତି ଘଟଣା ଦେଖିବା ପାଇଁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ। ନବ ବଧୂ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣା ଙ୍କ ଝିଅ ସସ୍ମିତା ମହାରଣା। ସସ୍ମିତା କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମର ସନାତନ ମହାରଣା ଙ୍କ ପୁଅ ସୁସେନ୍ ମହାରଣା ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦେଇ ମଧ୍ୟ ବିବାହ କରିଥିଲେ। ହେଲେ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ନବ ବଧୂ କୁ ନିର୍ଯ୍ୟାତନା ଦେଇ ଆସୁଥିଲେ।

ବିବାହର ତିନି ମାସ ପରେ ସସ୍ମିତା କୁ କୌଣସି କାରଣ ନଥାଇ ବାପ ଘରକୁ ସ୍ୱାମୀ ଓ ଶ୍ୱଶୁର କୁମାର ପୂର୍ଣ୍ଣମୀ ପାଇଁ ପଠାଇଥିଲେ।ତେବେ କୁମାର ପୂର୍ଣ୍ଣମୀ ଯିବା ପରେ ଅଧିକ ଯୌତୁକ ଦାବି କରିବା ସହ ଆଉ ସସ୍ମିତା କୁ ଆଣିଲେ ନାହିଁ ସ୍ୱାମୀ। ତେବେ ସ୍ୱାମୀର ପରକୀୟା ପ୍ରୀତି ଅନ୍ଯ ମହିଳାଙ୍କ ସହ ଥିବା ନେଇ ସସ୍ମିତା ମଧ୍ୟ ଅଭିଯୋଗ ଆଣିଛନ୍ତି।

ଆଉ ସସ୍ମିତା କହିଛନ୍ତି ତାଙ୍କ ଶ୍ୱଶୁର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ। ବାରମ୍ବାର ଚେଷ୍ଟା କରିଥିଲେ ହେଲେ ଶ୍ୱଶୁର ବିଫଳ ହୋଇଥିଲେ। ଆଉ ଯେତେବେଳେ ସସ୍ମିତା ଗର୍ଭବତୀ ହୋଇଥିଲେ ସେତେବେଳେ ଶ୍ୱଶୁର ମେଡିସିନ୍ ଦେଇ ବୋହୂର ଗର୍ଭ ନଷ୍ଟ କରାଇଥିଲେ।

 

ଏନେଇ ସସ୍ମିତା ସାଲେପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନ୍ୟାୟ ଦେଇ ନ ପାରିବାରୁ ସସ୍ମିତା ଢେଙ୍କାନାଳ ରୁ ଆସି ଶ୍ୱଶୁର ଘର ଆଗରେ ନ୍ୟାୟ ଦାବିରେ ପରିବାର ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହ ଧାରଣାରେ ବସିଥିଲେ। ଅନ୍ୟପଟେ ଶ୍ୱଶୁର ଘର ଲୋକେ ଘରର ତାଲା ପକାଇ ଘରୁ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Comment