ମୋ ସ୍ୱାମୀ ବାହାରେ ଥିଲେ ,ସେତିକି ବେଳେ ଫେସ୍ବୁକରେ ଫ୍ରେଣ୍ଡ କରି ମୋ ସହ ସମ୍ପର୍କ ରଖିଲା

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ସବୁ ଭାଇରାଲ ହୋଇ ଥାଏ କିନ୍ତୁ ଆଜିକା ସମାଜ ରେ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସୁଛି ଯାହା ଶୁଣିଲେ କେବଳ ଲଜ୍ୟା ଅନୁଭବ ହୋଇ ଥାଏ | ଆଜିର ଯୁଗରେ ପ୍ରତେକ ମଣିଷ ଆରାମ ଓ ଅଏସ ରେ ଜୀଵନ ଯାପନ କରିବା ପାଇଁ ଚାହିଁ ଥାଆନ୍ତି କି ଯାହା ଦ୍ୱାରା ସେମାନେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଚେଷ୍ଟା କରି ଥାଆନ୍ତି | କିନ୍ତୁ ଏମିତି କିଛି ଯୁବ ପିଢ଼ି ସମାଜ ରେ ରହିଛନ୍ତି ଯେଉଁ ମାନେ ଟଙ୍କା ହାସଲ କରିବା ପାଇଁ ଭୁଲ ରାସ୍ତା ମଧ୍ୟ ଆପଣେଇ ଥାଆନ୍ତି |

କେତେ ବେଳେ ଚୋରି ଡକାୟତ କରି ଟଙ୍କା ଆଣୁଛନ୍ତି ତ ପୁଣି କାହାର ହତ୍ୟା କରି ନଚେତ ଏମିତି ପିଲା ମଧ୍ୟ ଅଛନ୍ତି ଯେଉଁ ମାନେ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇ ଆଉ ପରେ ଫେସବୁକ ରେ ବ୍ଲାକମେଲ କରି ତାଙ୍କ ଠାରୁ ଟଙ୍କା ହାସଲ କରୁଛନ୍ତି | କେବଳ ଯୁବକ ତାହା ନୁହେଁ ବରଂ ଏମିତି ମହିଳା ମଧ୍ୟ ଅନେକ ଅଛନ୍ତି ଯେଉଁ ମାନେ ଟଙ୍କାର ଲୋଭ ରେ ଯୁବକ ମାନଙ୍କୁ ଫସାଇ ବ୍ଲାକମେଲ କରନ୍ତି | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ |

ସୂଚନା ଅନୁଯାଇ ଜଣେ 23 ବର୍ଷୀୟ ମହିଳା ଙ୍କର ସ୍ୱାମୀ ରୋଜଗାର ପାଇଁ ଘର ଛାଡ଼ି ବାହାରେ ରୁହନ୍ତି ଆଉ ସେ ତାଙ୍କ କୁନି ଝିଅ କୁ ଦେଖିବା ପାଇଁ ମଝିରେ ମଝିରେ କେବଳ ଘରକୁ ଆସନ୍ତି | ତେବେ ସ୍ୱାମୀ ପାଖରେ ନଥିବାର ସୁଯୋଗ ନେଇ ସ୍ତ୍ରୀ ଅନ୍ୟ ଏକ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରନ୍ତି | ଦୀର୍ଘ ୩ ବର୍ଷ ପୂର୍ବେ ମହିଳା ଜଣଙ୍କ ଶିମୁଦିଆ ଅଞ୍ଚଳର ଜଣେ ଯୁବକଙ୍କ ସହ ଫେସ୍ ବୁକ୍ ରୁ ଚିହ୍ନା ପରିଚ ହୋଇ ଥିଲେ ଆଉ କିଛି ଦିନ କଥା ବାର୍ତ୍ତା ପରେ ଦୁହିଁଙ୍କ ଭିତରେ ପ୍ରେମ ସ-ମ୍ପର୍କ ଆରମ୍ଭ ହେଲା | ଏଭଳି ଏକ ଘଟଣା ନୀଳଗିରି ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି |

ତେବେ ସମ୍ପର୍କ ନିବିଡ଼ ହେବାରୁ ଯୁବକ ଜଣଙ୍କ ମହିଳା ଙ୍କୁ ଘରକୁ ଡାକିଲେ ଆଉ ପାଣିରେ ନିଶା ମେଡ଼ିସିନ ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଏବଂ ସେ ସବୁର ଭିଡ଼ିଓ ମଧ୍ୟ କରି ଦେଲେ ଯାହାକି ମହିଳା ଜଣଙ୍କ ଜାଣି ପାରିଲେ ନାହିଁ | ଏମିତି ଅନେକ ଥର ଯୁବକ ଜଣଙ୍କ ମହିଳା ଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି କିନ୍ତୁ ଯେତେବେଳେ ଯୁବକ ଙ୍କର ମନ ଭରି ଗଲା ସେ ସେତେବେଳେ ମହିଳା ଙ୍କୁ ଟଙ୍କା ମାଗିଲେ | ଆଉ ଟଙ୍କା ନ ଦେଲେ ଭିଡ଼ିଓ ଭାଇରାଲ କରି ଦେବାର ଧମକ ମଧ୍ୟ ଦେଲେ ଫଳରେ ମହିଳା ଜଣଙ୍କ ଭୟରେ ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି | ତେବେ ପରେ ଅଧିକ ଟଙ୍କା ମାଗିବାରୁ ମହିଳା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ଯାହାକି ଏବେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଛି |

Leave a Comment