ଦେଖନ୍ତୁ ଭିଡିଓ ! ମୁମ୍ବାଇ ରେ ଦୁଃଖଭରା ଓଡିଆ ଗୀତ ଗାଇଲେ ollywood ଅଭିନେତ୍ରୀ ପ୍ରକୃତି ମିଶ୍ର

ପ୍ରକୃତି ହେଉଛନ୍ତି ଓଲିଉଡର ଖ୍ୟାତାନାମା ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଓ ଗାୟିକା-ଉପସ୍ଥାପିକା କ୍ରିଷ୍ଣା ମିଶ୍ରଙ୍କ ଏକ ମାତ୍ର କନ୍ୟା। ପ୍ରକୃତିଙ୍କ ଭାଇ ହେଲେ ମାନବ।ପ୍ରକୃତି ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ବାପା ମାଆଙ୍କ ଦ୍ୱାରା ପ୍ରେରିତ ହୋଇ ପ୍ରକୃତି ବି ଗୀତ ଗାଉଥିଲେ। ହେଲେ ପରେ ଓଲିଉଡ ହିରୋଇନ୍ ହୋଇଥିବା ପ୍ରକୃତି ମିଶ୍ର ଅଭିନୟ କ୍ଷେତ୍ରକୁ ବାଛିଥିଲେ।

ପ୍ରକୃତି ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ବଡ଼ ପରଦାରୁ। ସେ ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ସାବତ ମା’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହି ସିନେମାରେ ମହାନାୟିକା ମହେଶ୍ୱତା ଟାଇଟଲ ରୋଲରେ ଥିଲେ। ତା’ଛଡ଼ା ବିଜୟ ମହାନ୍ତି, ଶ୍ରୀତମ୍ ଦାଶ, ଅନୁ ଚୌଧୁରୀ, ଦୀପକ ପରିଡ଼ା, ବର୍ଷା ପ୍ରିୟଦର୍ଶିନୀ, ପ୍ରଦ୍ୟୁମ୍ନ ଲେଙ୍କା, ହର ପଟ୍ଟନାୟକ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟ ଭୂମିକାରେ। ‘ସାବତ ମା’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ମନ୍ମଥ ମିଶ୍ର। ୨୦୦୩ରେ ରିଲିଜ୍ ହୋଇଥିଲା ‘ସାବତ ମା’।

ପ୍ରକୃତି ମିଶ୍ର ଏହାପରେ ଜଣାଶୁଣା ପ୍ରଯୋଜକ ନିରଞ୍ଜନ ରଣାଙ୍କ ହିଟ୍ ଫିଲ୍ମ ‘ହରିଭାଇ ହାରେନା’ରେ ପୁଣି ଶିଶୁ କଳାକାର ଭାବେ ନଜର ଆସି ଥିଲେ। ଏହି ସିନେମା ରେ ତାଙ୍କ ଅଭିନୟ ଆହୁରି ବଳିଷ୍ଠ ଥିଲା। ଏଥିରେ ସୁନିଲ କୁମାର, ଅନୁ ଚୌଧୁରୀ, ମିହିର ଦାସ, ପିଙ୍କି ପ୍ରଧାନ ଓ ବାଦଲ ମହାନ୍ତି ପ୍ରମୁଖ ମେନଲିଡରେ ଥିଲେ। ଭେଟେରାନ୍ ରାଜୁ ମିଶ୍ର ‘ହରିଭାଇ ହାରେନା’ର ନିର୍ଦ୍ଦେଶକ।ଓଲିଉଡ ହିରୋଇନ୍ ପ୍ରକୃତି ମିଶ୍ରଙ୍କୁ ବଡ଼ ପରଦାରେ ବ୍ରେକ୍ ଦେଇଥିଲେ ବରିଷ୍ଠ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ‘ଥୁକୁଲ’ରେ ପ୍ରଥମେ ନାୟିକା ଭୂମିକା ରେ ନଜର ଆସିଥିଲେ ପ୍ରକୃତି।

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିବା କୁ ମନୋନୀତ ହୋଇଥିବା ଫିଲ୍ମ ‘ହ୍ୟାଲୋ ଆର୍‌ସୀ’ ପାଇଁ ଖୁବ ଚର୍ଚ୍ଚା ରେ ଅଛନ୍ତି ଓଲିଉଡ୍ ହିରୋଇନ ପ୍ରକୃତି ମିଶ୍ର। ଏହି ଫିଲ୍ମ ରେ ତାଙ୍କ ବିପକ୍ଷ ରେ ନାୟକ ଭୂମିକା ନିଭାଇଛନ୍ତି ପାର୍ଥସାରଥୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ରାଉତରାୟ।

ପ୍ରକୃତି ମିଶ୍ର କମ୍ ବୟସ ରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଓଡ଼ିଆ ମାନଙ୍କ ପାଇଁ କିଛି କମ ଗୌରବର କଥା ନୁହେଁ। ସମ୍ପ୍ରତି ପ୍ରକୃତି ମିଶ୍ର ମୁମ୍ବାଇ ରେ ଅବସ୍ଥାନ କରୁଛନ୍ତି ଏବଂ ସେ ସେଠାରେ କ୍ୟାରିଅର୍ କରୁଛନ୍ତି। ତାଙ୍କୁ ‘ତ୍ରିଦେବୀୟାଁ’, ବେଟି ବିଜନେସ ବାଲି‘ଜୟ କହ୍ନେୟା ଲାଲ୍‌ କି’ ଭଳି ହିନ୍ଦୀ ସିରିଏଲ ରେ ସୁଯୋଗ ମିଳିଛି।ଏବେ ଗୋଟିଏ ମୁମ୍ୱାଇ ରେ ଗୋଟିଏ ପ୍ରଗ୍ରାମ୍ ରେ ହୋଇଥିଲେ ସେଥିରେ ପ୍ରକୃତି ମିଶ୍ର ଆସିଥିଲେ ଓ ଷ୍ଟେଜ ଉପରରେ ମୁମ୍ୱାଇ ରେ ରହି ଓଡ଼ିଆ ଗୀତ ଗାଇଥିଲେ । ତାହା ଛଡା ମୁମ୍ୱାଇ ରେ ରହି ଥିବା ଓଡ଼ିଆ ଲୋକ ପ୍ରକୃତି ମିଶ୍ର ଙ୍କୁ ଦେଖିବା ପାଇଁ ଆସିଥିଲେ ଓ ତାଙ୍କ ସହିତ ଫଟୋ ଉଥେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment