“ମୋ ସ୍ୱାମୀଙ୍କ କାଟିଦେଲା ..ମୋ ସଂସାର ଭାସିଗଲା ..ମୁଁ ଏବେ କଣ କରିବି”

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଘଟଣା ଗୁଡିକ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ସହଜରେ ବିଶ୍ୱାସ କରି ପାରି ନ ଥାଉ ବୋଲି କୁହାଯାଏ । ଆଉ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ଯୌନାଙ୍ଗ କାଟି ଦେଇଛି। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅନେକ କିଛି କଥା ଏମିତି ରହିଛି ଯାହା ବିଷୟରେ ଆମେ ମାନେ ସୋସିଆଲ ମିଡ଼ିଆ ଜରିଆରେ ଜାଣିବାକୁ ପାଇଥାଉ ।

ବର୍ତ୍ତମାନ ଦୁନିଆ ଦିନକୁ ଦିନ ଖୁବ ଖରାପ ହେବାକୁ ଲାଗିଲାଣି, ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛନ୍ତି ସେ ସେତିକି ତଳକୁ ତଳକୁ ଖସି ଯାଉଛି ନିଜ ରକ୍ତ ସମ୍ପର୍କୀୟ ବ୍ୟକ୍ତି ମାନେ ହିଁ ଏମିତି ସର୍ବନାଶ କରୁଛନ୍ତି ଯାହା ବିଷୟରେ ଆପଣ କେବେ ହୁଏତ ଚିନ୍ତା ବି କରିନଥିବେ ।ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ବଳତ୍କାର ,ହଣାକଟା ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି ।ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି ।ତେବେ ଏଠାରେ ଜଣେ ସ୍ତ୍ରୀ ଅଭିଯୋଗ କରିଛନ୍ତି କି ତା ସ୍ୱାମୀର ଯୌନାଙ୍ଗକୁ କାଟି ଦେଇଛି ସ୍ୱାମୀର ସାଙ୍ଗ। ତେବେ ଏଭଳି ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି।

ତେବେ ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ପାଣିପାଟଣା ଗାଁ ରେ। ଖବର ମୁତାବକ ଫେସବୁକ ରୁ ସାଙ୍ଗ ଆଉ ତାପରେ ଯୌନାଙ୍ଗ କୁ ଛେଦ। ଅର୍ଥାତ୍ ଉଭୟ ଫେସବୁକ ରୁ ସାଙ୍ଗ ହେବା ପରେ ଦୁଇ ଜଣ ଯାକ ମିଶି କେନ୍ଦ୍ରାପଡ଼ା ପେଣ୍ଠ ବେଳାଭୂମି ବୁଲିବା ପାଇଁ ଯାଇଥିଲେ। ପୀଡ଼ିତ ଯୁବକଙ୍କ ନାମ ହେଉଛି ଭାଗବତ ଦାସ, ହେଲେ ଅଭିଯୁକ୍ତଙ୍କ ନାମ କଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଉଭୟ ଡକାଡକି ହୋଇ ବେଳାଭୂମି ବୁଲିବାକୁ ଯାଇଥିଲେ। ହେଲେ ସେଠାରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାପରେ ଅଭିଯୁକ୍ତ ସାଙ୍ଗ ମାରଣାସ୍ତ୍ର ଜରିଆରେ ଭାଗବତଙ୍କ ଯୌନାଙ୍ଗକୁ କାଟି ଦେଇଥିଲା। ଯୌନାଙ୍ଗକୁ ବାରମ୍ବାର ଆକ୍ରମଣ କରିବାକୁ ଲାଗିଥିଲା।

ଯାହାପରେ ସ୍ଥାନୀୟ ଲୋକ ସେଠାରେ ଏକାଠି ହୋଇଥିଲେ ଏବଂ ଭୟରେ ସେଠାରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଭାଗବତକୁ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ କଟକ ଏସସିବି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ତାଙ୍କର ଯୌନାଙ୍ଗକୁ ଅପରେଶନ କରାଯାଇଥିଲା। ସେପଟେ ଆକ୍ରମଣକୁ ୨୪ ଘଣ୍ଟା ବିତି ଯାଇଛି। ପୋଲିସ ପାଖରେ ମଧ୍ୟ ଏତଲା ରୁଜୁ କରାଯାଇଛି। ହେଲେ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅଭିଯୁକ୍ତ ସାଙ୍ଗକୁ ଗିରଫ କରାଯାଇ ନାହିଁ। ଯାହାକୁ କାନ୍ଦି କାନ୍ଦି ପୋଲିସ୍ ଆଗରେ ନେହୁରା ହୋଇଛନ୍ତି ଭାଗବତଙ୍କ ସ୍ତ୍ରୀ।

Leave a Comment