ମୁଁ ଯାହାକୁ ବି ଭଲପାଏ ,ହେଲେ ମୋ ଆତ୍ମା ଭିତରେ ସବୁବେଳେ ତୁମ ପାଖରେ …” ଦ୍ବିତୀୟ ବାହାଘରକୁ ନେଇ ମୁହଁ ଖୋଲିଲେ ଅନୁଭବ ମହାନ୍ତି

ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଜଣେ ବରିଷ୍ଠ ଅଭିନେତା ହେବା ସହ କେନ୍ଦ୍ରପଡା ଜିଲ୍ଲାର ସାଂସଦ ଅଟନ୍ତି । ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ଦିନ ହେବ ଅନୁଭବ ନିଜ ଦ୍ଵିତୀୟ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ତେବେ ଆପଣ ମାନେ ଜାଣି ଥିବେ କି ଗତ ଦୁଇ ଦିନ ତଳେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଦ୍ୱିତୀୟ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରି ଥିଲା। ଆଉ ମୁଣ୍ଡ ରେ ଚନ୍ଦନ ଆଉ ଦେହରେ ପଞ୍ଜାବୀ ଆଉ ଅନୁଭବ ଦେଖିବାକୁ ମିଳିଥିଲା ବର ବେଶ ରେ। ଯାହାର ଫୋଟ ଆଉ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଯାହାକୁ ନେଇ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଥିଲେ କି ଅନୁଭବ ମହାନ୍ତି ପୁଣି ଥରେ ଦ୍ୱିତୀୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।

ସୋସିଆଲ ମିଡିଆରେ ରାକେଶ ରୋଷନ ମହାନ୍ତି ନାମକ ଜଣେ ଯୁବକ ଅନୁଭବଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ତାଙ୍କୁ ବିବାହ ନିମନ୍ତେ ଅଭିନନ୍ଦନ ଜଣାଇ ଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । କେହି କେହି ଏହାକୁ ମିଛ କହୁ ଥିବା ବେଳେ ଅନେକ ଲୋକ ଏହାକୁ ସତ ବୋଲି କହିଛନ୍ତି ।

ଅନେକ ଲୋକ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଅନ୍ୟ ପକ୍ଷେ ରାକେଶ ଅନେକ ଥର ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ସେହି ବିବାହ ସତ ବୋଲି କହୁଛନ୍ତି । ତେବେ ଏହାରି ମଧ୍ୟରେ ଅନୁଭବ ମହାନ୍ତି ଗଣମାଧ୍ୟମ ଆଗରେ ନିଜର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନକୁ ନେଇ ଏକ ସାକ୍ଷାତ୍କାର ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଅନୁଭବ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଲଭ ଇନ ଲଣ୍ଡନ ଫିଲ୍ମ ଗୋଟେ ଅର୍ଜିନାଲ ଷ୍ଟୋରି । ଆମେ ପରିଶ୍ରମ କରୁଛୁ ଭଲ ଫିଲ୍ମ କରିବା ପାଇଁ । ଫିଲ୍ମ ଚାଲିବ ନ ଚାଲିବ ସେଇଟା ଦର୍ଶକ କହିବେ ଆଜ୍ଞା । ମୁଁ ଯେଉଁଠି ଯାହାକୁ ଭଲ ପାଇଲେ ବି ଓଡିଶା ଆତ୍ମା ଭିତରେ । ମୁଁ ସେଇଠି ଗଲେ ବି ନିଜକୁ ଓଡିଆ ବୋଲି ପରିଚୟ ଦିଏ ଆଉ ଗର୍ବର ସହ ଦିଏ । ଏ ଫିଲ୍ମ କେବଳ ଲଣ୍ଡନରେ ସୁଟିଙ୍ଗ ନୁହେଁ ଲଣ୍ଡନରେ ଆପଣ 70-80 ଭାଗ ପୋଷଣ ଦେଖିବାକୁ ପାଇବେ ।ତା ସହିତ ଆମ ଓଡିଶାରେ ଏହା ସୁଟିଙ୍ଗ ହେଇଛି । ମୋ ଦର୍ଶକ ମୋ ପାଇଁ ପରିବାର । ସେମାନେ ମୋତେ ଯେତିକି ମନେ ପକାଇଛନ୍ତି ଏହି ଚାରି ବର୍ଷରେ ମୁଁ ତା ଠାରୁ ଅଧିକ ସେମାନଙ୍କୁ ମନେ ପକାଇଛି’ ।

Leave a Comment