ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଝିଲ୍ଲିକ ଭଟରଚାର୍ଯ୍ୟ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ବେଙ୍ଗଲୀ ଅଟନ୍ତି |
କିନ୍ତୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଏତେ ସୁନ୍ଦର ସୁନ୍ଦର ଫିଲ୍ମ ରେ ନିଖୁଣ ଭାବରେ ଅଭିନୟ କରିଛନ୍ତି ଯାହାକି ସେ ଓଡ଼ିଶା ବାସୀ ଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି | ତାଙ୍କ ଚୁଲବୁଲି କଥା ହସ ଆଉ ଅଭିନୟ ସହିତ ଡ୍ୟାନ୍ସ ଏତେ ସୁନ୍ଦର ଥାଏ ଯେ ଟଙ୍କା ଫିଲ୍ମ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି |
ତେବେ ଝିଲିକ ଙ୍କର ରୁଦ୍ରାଣୀ ଫିଲ୍ମ ରିଲିଜ ହୋଇ ସାରିଛି ଆଉ ଏହି ଫିଲ୍ମ କୁ ନେଇ ଫିଲ୍ମ ଜଣେ ଆର୍ଟିଷ୍ଟ କିଛି କହିଛନ୍ତି | ଯାହାଙ୍କର ନାଁ ହେଉଛି ଲୋହିତାକ୍ସ୍ୟ ପଟ୍ଟନାୟକ ଆଉ ଯିଏ ଝିଲିକ ଙ୍କର ଭାଇ କ୍ୟାରେଟର ରେ ଅଭିନୟ କରିଛନ୍ତି |
ମୁଁ ରୁଦ୍ରାଣୀ ଫିଲ୍ମ ର ଜଣେ ଆର୍ଟିଷ୍ଟ ଆଉ ଏହି ଫିଲ୍ମ ରେ ମୁଁ ଝିଲିକ ଦିଦି ଙ୍କର ଭାଇ କ୍ୟାରେଟର କରୁଛି, ମୋର ରୋଲ ମଧ୍ୟ ଏଠାରେ ବହୁତ ଛୋଟ ରହିଛି | ଆପଣ ମତେ ଛୋଟ ବେଳୁ ଫିଲ୍ମ ଆଦିରେ ଦେଖି ଥିବେ, ମୁଁ ଥୁକୁଲ, ଲୋଫର ଇଡିଇଟ ସେଥିରୁ ଆପଣ ମତେ ଚିହ୍ନି ପାରୁ ଥିବେ | କିନ୍ତୁ ଏହି ରୁଦ୍ରାଣୀ ଫିଲ୍ମ ହେଉଛି ମୋର ଫାଷ୍ଟ ମୁଭି ଯାହା ମୁଁ ବଡ଼ ହେଲା ପରେ କରୁଛି ଆଉ ମୁଁ ସମସ୍ତ ଙ୍କୁ ଆକ୍ଟର ହିସାବରେ ନିଜକୁ ପରିଚୟ ଦିଏ କେବେ ବି ମୋର ସେ ହିରୋ ଗର୍ବ ନାହିଁ |
ତେଣୁ କରି ମୁଁ ଚାହେଁ କି ଆପଣ ସମସ୍ତେ ଆସନ୍ତୁ ଆଉ ଦେଖନ୍ତୁ, ଗୋଟେ ଚାନ୍ସ ଦିଅନ୍ତୁ ଯେହେତୁ ମୁଁ ବୁଝି ପାରୁଛି ଆପଣ ଙ୍କୁ ବହୁତ ବିରକ୍ତ ଫିଲ ହେଉଛି ଲଜ୍ୟା ଲାଗୁଛି କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସବୁ ବେଳେ କପି ସ୍କ୍ରିପ୍ଟ ଉଠାଉଛି | କିନ୍ତୁ ମୁଁ କହିବି ଏହି ମୁଭି କୁ ଗୋଟେ ଥର ମଉକା ଦିଅନ୍ତୁ ଏଇଟା ପୁରା ଅଲଗା ସ୍କ୍ରିପ୍ଟ ଆଉ ଏହାର ଷ୍ଟୋରୀ ମଧ୍ୟ ବହୁତ ଭଲ ରହିଛି, ଟେଲର ରୁ ତ ଆପଣ ଜାଣି ପାରୁ ଥିବେ ଆଉ ନିଶ୍ଚିତ ଭାବରେ ଥରେ ଏହି ଫିଲ୍ମ କୁ ଦେଖିବା ପାଇଁ ଆସନ୍ତୁ ବୋଲି ଲୋହିତାକ୍ସ୍ୟ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।