ମୁଁ କଣ ଉଲଗ୍ନ ହେଇଯାଇଥିଲି ,ଷ୍ଟେଜ ଉପରେ କଣ ଡ୍ରେସ ଗୋଟେ ପରେ ଗୋଟେ ଖୋଲିଥିଲି,ମୁଁ ସୀମା ଟପିନି:ରାଣୀ ପ୍ରିୟଦର୍ଶିନୀ

ପ୍ରଗ୍ରାମ ରେ ଡ୍ୟାନ୍ସ କରିବା ପାଇଁ ଯାଇ ଥିଲେ କିନ୍ତୁ ବିବାଦ ରେ ହିଁ ଛନ୍ଦି ହୋଇ ଗଲେ, ବିବାଦ ପୁଣି ଏହା କି ଜଣେ ମହିଳା କହିଲେ କି ଅଶ୍ଳୀଳ ନୃତ୍ୟ କରୁଛ ଆଉ ଶେଷରେ ଚପଲ ମଧ୍ୟ ଫିଙ୍ଗି ଥିଲେ | ତେବେ ଏହି ଘଟଣା ଟି କେତେ ଦୂର ସତ୍ୟ ତାହାକୁ ନେଇ ନିଜେ ଯାତ୍ରା ଡ୍ୟାନ୍ସର ରାନୀ ପ୍ରିୟଦର୍ଶନି ମିଡ଼ିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି | ତେବେ ରାନୀ କହିଛନ୍ତି କି ଅଶ୍ଳୀଳ ମାନେ କଣ ମୁଁ ତ ଆଇଟମ ଗାର୍ଲ ସେହି ଗୀତ ରେ ନାଚିବି ଆଉ ଯୋଉ କଷ୍ଟ୍ୟମ ମଧ୍ୟ ପିନ୍ଧି ଥିଲି ତାହାର ଭିଜୁଆଲ ଅଛି, ତାହେଲେ ମୁଁ କୋଉଠି ଉଲଗ୍ନ ହୋଇଛି ଆଉ କଉଠି ସବୁ ସୀମା ଟପି ଗଲି |

ମୁଁ କଣ ଲଙ୍ଗଳା ହୋଇ ଯାଇ ଥିଲି କି ନା ଡ୍ରେସ ଗୋଟେ ପରେ ଗୋଟେ ଖୋଲୁ ଥିଲି କି ଆପଣ ମାନେ ଦେଖିଛନ୍ତି କି | ଆଉ ମୁଁ ଯଦି ଉଲଗ୍ନ ଥାଆନ୍ତି ଭୁଲ ରେ ଥାଆନ୍ତି ତେବେ ମୋ ଉପରକୁ 5 ହଜାର ଚପଲ ଫିଙ୍ଗା ହୋଇ ଥାଆନ୍ତା ଗୋଟେ ଚପଲ କଣ ସେଠି, ଏମିତି କରିବା ରେ ତାଙ୍କର କିଛି ଉଦେଶ୍ୟ ଥାଇ ପାରେ ଆଉ ମତେ ବ୍ଲେମ କରିବା ପାଇଁ ଏହା ତାଙ୍କର କିଛି ଷଡଯନ୍ତ୍ର ହୋଇ ପାରେ |

ସମସ୍ତେ ମୋ ପଫମାନ୍ସ କୁ ଭଲ ପାଆନ୍ତି ଆଉ ଯେତେ ବି ଓଲିଓଡ଼ ଇଣ୍ଡଷ୍ଟ୍ରି ରୁ ଆସନ୍ତୁ ନା କାହିଁକି ମୋ ପଫମାନ୍ସ ଇଜ ବେଷ୍ଟ ବୋଲି ଲୋକେ କୁହନ୍ତି | ତେଣୁ ମତେ ପଇସା ଦେଇକି ମଞ୍ଚକୁ ନେଲେ ପଇସା ଉଠି ଯାଏ ତେଣୁ ମତେ ପଛକୁ ଘୋସାରିବା ପାଇଁ ଏମିତି ତ କରିବେ ନା ସେମାନେ | ଆଉ ସେହି ଭଦ୍ର ମହିଳା ଜଣଙ୍କ ଯିଏ ମୋ ଉପରେ ଚପଲ ଫିଙ୍ଗିଲେ ଯଦି ମୋର କିଛି ସେଠି କ୍ଷତି ହୋଇ ଥାଆନ୍ତା ସେ କେମିତି ଏତେ ବଡ଼ କ୍ରାଇମ କଲେ ମୁଁ ନିହାତି ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବି |

ସେ କହୁଛନ୍ତି କି ମୁଁ ତାଙ୍କ ଝିଅ ଭଳିଆ ଆଉ ସିଏ ମତେ ଏଥିପାଇଁ ସଚେତନ କଲେ ମୁଁ କଣ ତାଙ୍କ ଝିଅ ହୋଇ ଥିଲେ ସେ ଏମିତି କାମ କରି ଥାଆନ୍ତେ | ସେ ଯାହା ବି କରି ଥାଆନ୍ତେ ମତେ ପଛରେ ଆସିକି କହି ପାରି ଥାଆନ୍ତେ ଯାତ୍ରା ମାଲିକ କୁ କହି ପାରି ଥାଆନ୍ତେ, କିନ୍ତୁ ସେ ଏମିତି କରିବାର ମାନେ କଣ ଏଇଟା ତାଙ୍କର ଷଡଯନ୍ତ୍ର ମତେ ତଳେ ପକେଇବା ପାଇଁ | କିନ୍ତୁ ମୁଁ ଧନ୍ୟବାଦ ଦେବି ଯାତ୍ରା ରେ ଯିଏ ସବୁ ଥିଲେ ସେ ମତେ ସପର୍ଟ କରି ଥିଲେ ବୋଲି ରାନୀ କହିଛନ୍ତି | ତେବେ ରାନୀ ଙ୍କର ପ୍ରତିକ୍ରିୟା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Comment