ସ୍କୁଲକୁ ପିଲା କଣ୍ଡୋମ ନେଉଛି, ବ୍ୟାଗ ରେଗୁଲାର ଚେକ୍ କରିବା ବଦଳରେ ବାପା ମା କରୁଛନ୍ତି କଣ ? | Soubhagini Sahoo

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଆଉ ଖବର ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି ଆଉ ଲୋକ ମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ । ସ୍କୁଲ ପିଲାଙ୍କ ବ୍ୟାଗରେ ଆଉ ରହୁନି ବହି ଖାତା, ଏବେ ବ୍ୟାଗରୁ ବାହାରୁଛି କଣ୍ଡୋମ , ଗ-ରର୍ ନିରୋଧକ ବଟିକା ଆଉ ସିଗାରେଟ । ହଁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ତେବେ ବେଙ୍ଗାଲୋରର ସ୍କୁଲ ଛାତ୍ର ଛାତ୍ରୀଙ୍କ ବ୍ୟାଗରୁ ବାହାରିଛି କଣ୍ଡୋମ, ଗ୍ରର ନିରୋଧକ ବଟିକା ଆଉ ସିଗାରେଟ । ସେମାନଙ୍କ ବ୍ୟାଗ ଚେକିଙ୍ଗ ବେଳେ ଏହି ସବୁ ଆପତ୍ତି ଜନକ ଜିନିଷ ବାହାରିଥିଲା । କେବଳ ଏତିକି ନୁହେଁ ଏମିତି କି କିଛି ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ ବାହାରିଥିବା ଦେଖିବାକୁ ମିଳିଛି । ଆଉ ଏହାକୁ ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସୂଚନା ଅନୁସାରେ ବେଙ୍ଗାଲୋରର କିଛି ସ୍କୁଲରେ ଅଭିଯୋଗ ହୋଇଥିଲା ଯେ, ପିଲା ମାନେ ମୋବାଇଲ ଲୁଚାଇ କ୍ଳାସକୁ ଆଣୁ ଛନ୍ତି । ଏହି ଅଭିଯୋଗ ଆଧାରରେ କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପ୍ରାଶସନ ସମସ୍ତ ଛାତ୍ର-ଛାତ୍ରୀଙ୍କ ବ୍ୟାଗ ଚେକିଙ୍ଗ କରିବାକୁ କହିଥିଲେ । ଏହା ପରେ ବ୍ୟାଗ ଚେକିଙ୍ଗ ଅଭିଯାନ ଆରମ୍ଭ କରଯାଇଥିଲା । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ବ୍ୟାଗ ଚେକିଙ୍ଗ କରଯାଇଥିଲା ।


ବ୍ୟାଗ ଚେକିଙ୍ଗ କରାଯିବାରୁ ସେମାନଙ୍କ ବ୍ୟାଗରୁ ମିଳିଥିଲା ମୋବାଇଲ ଆଉ କଣ୍ଡୋମ ସହ ଅନେକ ଆପତ୍ତି ଜନକ ଜିନିଷ । ଛାତ୍ର-ଛାତ୍ରୀଙ୍କ ବ୍ୟାଗରୁ ଏଭଳି ସବୁ ଆପତ୍ତି ଜନକ ଜିନିଷ ମିଳିବା ପରେ ସ୍କୁଲ ପ୍ରଶାସନ ଏକ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅନ୍ୟ ପଟେ ପିଲା ମାନଙ୍କ ବ୍ୟାଗରୁ ଏସବୁ ଜିନିଷ ମିଳିବା ପରେ ସେମାନଙ୍କ ବାପା-ମାଆଙ୍କୁ ଡାକି ମିଟିଂ କରିଛି କିଛି ସ୍କୁଲ ପ୍ରଶାସନ ।

 

ଆଉ ଏହି ଘଟଣା ଏବେ ସାରା ଦେଶରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହାକୁ ନେଇ ଜଣେ ଭଏସ ଆର୍ଟିଷ୍ଟ ସୌଭାଗିନି ସାହୁ କହିଛନ୍ତି ଯେ ପିଲାଙ୍କ ବ୍ୟାଗରୁ ଏପରି ଜିନିଷ ବାହାରିବାର ମୁଖ୍ୟ କାରଣ ଏବଂ ଦାୟୀ ହେଉଛନ୍ତି ବାପା-ମାଁ । କାହିଁକି ନାଁ ଯଦି ଅବିଭାବକ ରେଗୁଲାର ପିଲାଙ୍କ ବ୍ୟାଗ ଚେକ୍ କରିବା ସହିତ ପିଲାଙ୍କୁ ରେଗୁଲାର୍ ଷ୍ଟଡି କରୁଥାନ୍ତେ ତାର ବ୍ୟବହାର କିପରି ରହୁଛି ତାହାକୁ ଦେଖୁଥାନ୍ତେ ତାହେଲେ ଆଜି ଏପରି ପରିସ୍ଥିତି କେବେ ବି ହୋଇନଥାନ୍ତା ।

 

ବାପା-ମାଁମାନେ ବି ପିଲାମାନେ ଭୁଲ କରିଲେ ତାକୁ ମାଡ ମାରୁଛନ୍ତି ଏବଂ ବିଭିନ୍ନ ପ୍ରକାର କଥା କହିଛନ୍ତି ଯାହାଦ୍ବାରା ପିଲାଟି ଡରିବା ସହିତ ତାର ପରିବେଷ ନକରାତ୍ମକ ହୋଇଯାଏ । ଯାହାଫଳରେ ପିଲାଟି ନିଜର କୌଣସି ବି କଥା ବାପା-ମାଁଙ୍କ ସାମ୍ନାରେ ସେୟାର କରିପାରୁନାହିଁ ତେଣୁ ଆଜି ଏପରି ପରିସ୍ଥିତି ଉପୁଜୁଛି । ତେଣୁ ଏସବୁର ମୁଖ୍ୟ କାରଣ କେବଳ ବାପା-ମାଁ ଏଥିରେ କୌଣସି ସନ୍ଦେହ ନାହିଁ ।

Leave a Comment