ଯାତ୍ରା ଏମିତି ଏକ ନିଶା କାର୍ଯ୍ୟକ୍ରମ ଯାହାକୁ ଦେଖିବା ପାଇଁ ଲୋକେ ଅନିଦ୍ରା ହୋଇ ଯାଆନ୍ତି | କାରଣ ଯାତ୍ରା ପେଣ୍ଡାଲ ରେ ଆମେ ରିୟଲ ଏବଂ ନିଖୁଣ ଓ ଜୀବନ୍ତ ଅଭିନୟ ଦେଖିବାକୁ ପାଇ ଥାଉ | ଏହା ସହିତ ଗୋଟିଏ ଗୋଟିଏ ସିନ ଏତେ ହୃଦୟସ୍ପର୍ଶି ହୋଇ ଥାଏ କି ଯାହାକୁ ଦେଖିଲେ ଆମ ଆଖିରେ ମଧ୍ୟ ଲୁହ ଆସି ଯିବ | ଆମ ଯାତ୍ରା ଦୁନିଆଁ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ଦ୍ୱାରା ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ଆଜି ଏକ ଯାତ୍ରା କଳାକାର ସାକ୍ଷାତକାର ରେ ଆସିଛନ୍ତି ତାଙ୍କ ସହ କଥା ଆପଣ ଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଯିବ | କାରଣ ସେ ତାଙ୍କ ଜୀବନ ର କିଛି କଥା ସେୟାର କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |
ଏହି ଯାତ୍ରା କଳାକାର ମଧ୍ୟରୁ ମାନୁ ହେଉଛନ୍ତି ଜଣେ ଅନ୍ୟତମ ଯାହାଙ୍କୁ ଅଧିକ ସମୟ ନେଗେଟିଭ କ୍ୟାରେଟର ରେ ଦେଖିବା ପାଇଁ ମିଳି ଥାଏ ଯାହାଙ୍କର ନାଁ ହେଉଛି ମାନୁ | ଯାତ୍ରା ଅଭିନେତ୍ରୀ ମାନୁ କହିଛନ୍ତି କି ଏହି ନାଟକ ରେ ମୁଁ ଭିଲିଆନ ଚରିତ୍ର ରେ ଅଛି ଆଉ ଯେତେ ସବୁ ଘର ଭଙ୍ଗା କାମ ରହୁଛି ତାର ଚରିତ୍ର ମୁଁ କରୁଛି |
ଆଉ ନାଟକ ରେ ପଇସା ରେ ମୁଁ କେତେ ତଳକୁ ଖସି ଯାଉଛି ତା ମଧ୍ୟ ଆପଣ ଦେଖିବାକୁ ପାଇବେ ଏବଂ ପଇସା ଯାହା ପାଖରେ ମୋ ସ୍ୱାମୀ ତା ପାଖରେ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ | ତେବେ ମୁଁ 2015 ରେ ଯାତ୍ରା ଦୁନିଆ କୁ ଆସିଲି ଆଉ ପ୍ରଥମେ ମୁଁ ଡ୍ୟାନ୍ସ କରୁ ଥିଲି ତା ପରବର୍ତ୍ତୀ ବର୍ଷ ଗୋଟେ ଝିଅ ଯେମିତି ପଳେଇଲା ତା ଜାଗାରେ ମୁଁ ହିରୋଇନ ଅଭିନୟ କରିଥିଲି ଏହାପରେ ମୋର କ୍ୟାରିୟର ଆଗକୁ ଯାଇଥିଲା |
ମୋ ଯାତ୍ରା କରିବାକୁ ନେଇ ଘରେ କେହି ରାଜି ନୁହଁନ୍ତି ଏବେ ବି ସୁଦ୍ଧା କୁହନ୍ତି କି ତୁ ଯାତ୍ରା ଛାଡ଼ିଦେ କିନ୍ତୁ ମତେ ଯାତ୍ରା ବହୁତ ପସନ୍ଦ | ଆଉ ମୁଁ ଭଲ ପାଇକି ବାହା ହେଇଛି ସେ ମଧ୍ୟ ଯାତ୍ରା ପାର୍ଟି ରେ ଡ୍ୟାନ୍ସର ଅଟନ୍ତି ଆଉ ଆମେ ସାଙ୍ଗ ହୋଇ କାମ କରିବାକୁ ଆସୁ, ଆଉ ମୋର ଦୁଇ ବର୍ଷ ର ପୁଅ ଟିଏ ମଧ୍ୟ ରହିଛି |
ଆଉ ଆମ ଭିତରେ ସେମିତି କେବେ ହେଇନି କି ମୁଁ ଉପରକୁ ଉଠି ଗଲିଣି ତମେ ତଳେ ସେମିତି କେବେ ହେଇନି | ତେବେ ଶେଷରେ ସେ ଏହା କହି ଥିଲେ କି ଆମକୁ ଏହି ନାଟକ କରିବା ପାଇଁ ବହୁତ ଭଲ ଲାଗିଛି ଆଉ ଆପଣ ମାନେ ଥରେ ଦେଖନ୍ତୁ ତାହେଲେ ଯାଇଁ ଜାଣି ପାରିବେ ବୋଲି ମାନୁ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।