ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ସମସ୍ତ ଙ୍କ ମନରେ ଚିନ୍ତା ଭରି ଦେଇଛି । କାରଣ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂକଟା ପର୍ଣ୍ଣ ରହିଛି ଆଉ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ରୁ ଦିଲ୍ଲୀ ହସ୍ପିଟାଲ କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ନିଆଯାଇଛି ବୋଲି କୁହା ଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ। ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ କାଲି ସେ ଦିଲ୍ଲୀ ହସପିଟାଲ କୁ ସ୍ଥାନାନ୍ତରିତ ହୋଇଛି। ଆଉ ସେଠାରେ ହିଁ ତାଙ୍କର ଯକୃତ ପ୍ରତିରୋପଣ କରାଯିବ। ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଙ୍କୁ ଆପଣମାନେ ଦେଖିଛନ୍ତି କି। ସେ କୌଣସି ଓଲିଉଡ୍ କିମ୍ବା ବଲିଉଡ୍ ହିରୋଇନ୍ ଠାରୁ କମ୍ ନୁହନ୍ତି।
ହଁ ପିଣ୍ଟୁ ନନ୍ଦ ଙ୍କୁ ଯିଏ ଜନ୍ମରୁ ସାଥ୍ ଦେଇଛନ୍ତି ଅର୍ଥାତ୍ ଯେତେବେଳେ ବିବାହ କଲେ ନୂତନ ଜନ୍ମ ପାଇଥିଲେ ପିଣ୍ଟୁ ନନ୍ଦ। ଆଉ ସେବେଠାରୁ ସାଥ୍ ଦେଇଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କ ସ୍ତ୍ରୀ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ତାଙ୍କର ଦୁଇ ଜଣ ପୁଅ ମଧ୍ୟ ରହିଛି। ତାଙ୍କର ବଡ଼ ପୁଅ ଏହି ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବ ଏବଂ ଆଉ ଜଣେ ଖୁବ୍ ଛୋଟ।
ତେବେ ପିଣ୍ଟୁ ନନ୍ଦ ଯାହା ବି ଆୟ କରନ୍ତି ସେ ଅଭିନୟରୁ ହିଁ ଆୟ କରିଥାନ୍ତି। ଦୁଇ ଜଣ ବେଶ୍ ଖୁସିରେ ଜୀବନ କାଟୁଥିଲେ। କିନ୍ତୁ ଯକୃତ ଜନିତ ସମସ୍ୟା ତାଙ୍କ ଜୀବନରେ କାଳ ବନେଇ ହୋଇ ଆସିଲା। ଯାହାକି ସବୁ ଛାରଖାର କରି ଦେଇଥିଲା। ପିଣ୍ଟୁ ନନ୍ଦଙ୍କୁ ଏବେ ବହୁତ ଦରକାର ଟଙ୍କା। ଯାହାକି ପିଣ୍ଟୁ ନନ୍ଦ ଙ୍କୁ ସୁସ୍ଥ କରିବ। ଯକୃତ ଡୋନର ଅର୍ଥାତ୍ ତାଙ୍କ ମାଉସୀ ପୁଅ ଏବଂ ପିଉସୀ ଝିଅ ଯୋଗାଡ଼ ହୋଇ ଯାଇଛନ୍ତି। କିନ୍ତୁ ଏବେବି ଆହୁରି ଟଙ୍କା ଦରକାର ଯାହା ପିଣ୍ଟୁ ନନ୍ଦ କାକୁତି ମିନତି କରି ଯିବାବେଳେ ଏୟାରପୋର୍ଟ ରେ ଭିକ ମାଗିଥିଲେ। କହିଥିଲେ ସମସ୍ତେ କିଛି କିଛି ସାହାଯ୍ୟ କରନ୍ତୁ, ଯାହାଫଳରେ ମୋର ବିଶ୍ୱାସ ମୁଁ ଫେରିବି।