ଦେଖନ୍ତୁ EXCLUSIVE :ଭିଡିଓ- ମନ୍ତ୍ରୀ ନବ ଦାସ ହତ୍ୟାକାରୀ ଗୋପାଳ ର ହସ ବଢେଇଲା ରହସ୍ୟ …ଦେଖନ୍ତୁ cctv ରେକର୍ଡ ହୋଇଥିବା ଏହି ସୁନ୍ଦର ଦୃଶ୍ୟ

କ୍ୟାମେରା ରେ ଏବେ କଏଦ ହୋଇଛି ନବ ଦାସ ହତ୍ୟାକାରୀ ବା ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଙ୍କ ହସ ର ଚିତ୍ର | ଗୋପାଳ ଦାସ ଜୋର ରେ ହସୁ ଥିବାର ଚିତ୍ର ଏବେ ଅନେକ ଲୋକ ଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି | ଝାରସୁଗୁଡା ଏୟାରପର୍ଟ ରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକି ଖବର କାଗଜ ରେ ନିଜର ଫଟୋ ଦେଖି ଗୋପାଳ ଜୋର ରେ ହସୁଛି | ଏହି ହସ ଦେଖି ରହସ୍ୟ ଆହୁରି ବଢ଼ି ଯାଉଛି ଆଉ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହେଉଛି |

କାରଣ ଗୋପାଳ ଏତେ ବଡ଼ ହତ୍ୟାକାଣ୍ଡ କରିଛି କିନ୍ତୁ ତା ମୁହଁରେ ଅନୁତାପ ର କୌଣସି ଚିତ୍ର ନାହିଁ, ଆତ୍ମ ବିଶ୍ୱାସ ସହିତ ଏୟାରପର୍ଟ ରେ ଗୋପାଳ ସଫା ରେ ବସିଛି ପାଖରେ କେହି ନାହାଁନ୍ତି ଆଉ ଘରେ ବସି ଚାହା ପିଇଲା ଭଳି ଗୋପାଳ ସଫା ରେ ବସି ହସୁଛି |

ଏହି ଚିତ୍ର ଦେଖିଲେ କିନ୍ତୁ ଗୋଟିଏ ପ୍ରଶ୍ନ ମନକୁ ଆସୁଛି କି ଯେ ଗୋପାଳ କଣ ଡ୍ରାମା କରୁଛି କି | ଝାରସୁଗୁଡା ବିମାନ ବନ୍ଦର ରୁ ଗୋପାଳ କୁ ଗୁଜୁରାଟ ର ଅମ୍ଲାବାଦ କୁ ନିଆଯିବ ସେଠାରେ ଗୋପାଳ ଙ୍କର ନାର୍କ ଟେଷ୍ଟ ହେବ ଆଉ ନାର୍କ ଟେଷ୍ଟ ପାଇଁ ପୋଲିସ ଛାଉଁଳି ରେ ଗୋପାଳ ଅମ୍ଲାବାଦ ଯାଉଛି |

କିନ୍ତୁ ତାଙ୍କୁ ଦେଖିଲେ ଏମିତି ଲାଗୁଛି କି ଯେମିତି ସେ ଗୁଜୁରାଟ ବୁଲିବା ପାଇଁ ଯାଉଛନ୍ତି, ପୋଲିସ ଅଧିକାରୀ ହୋଇ ଥିବାରୁ ଏହି ସବୁ ନିୟମ କାନୁନ ଗୋପାଳ କୁ ବେସ ଜଣା ଥିବ | ଏପରି ହସି ପାରୁ ଥିବା ଏପରି ଆତ୍ମ ବିଶ୍ୱାସ ପଛରେ କଣ ରହସ୍ୟ ରହିଛି ତାହା ଗୋଟିଏ ଏବେ ବଡ଼ ପ୍ରଶ୍ନ |

ଗୋପାଳ ର ନାର୍କ ଟେଷ୍ଟ ପାଇଁ ଝାରସୁଗୁଡା ର ଏସଡିଏମ କୋର୍ଟ ଅନୁମତି ଦେଇଛନ୍ତି | ଏଥି ସହିତ ଗୋପାଳ ର ରିମାଣ୍ଡ ଅବଧି ଆହୁରି 5 ଦିନ କୋର୍ଟ ବଢ଼ାଇ ଦେଇଛନ୍ତି, ତୃତୀୟ ପର୍ଯ୍ୟାୟ ରେ ଗୋପାଳ କୁ 5 ଦିନିଆ ରିମାଣ୍ଡ ରେ ନେଇ କ୍ରାଇମ ବ୍ରାଞ୍ଚ ଜେରା କରିବ |

 

ଆଉ ଏହି ସମୟରେ ଗୋପାଳ ର ମୁହଁରୁ ସତ ଉଗାଡିବ ପାଇଁ ତାର ନାର୍କ ଓ ପଲିଗ୍ରାଫ ଟେଷ୍ଟ କରାଯିବ | ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ 10 ଦିନ ପୂରଣ ହୋଇ ଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ର କୌଣସି କାରଣ ସଠିକ ଭାବରେ ଜଣା ପଡ଼ି ନାହିଁ | ତେବେ କ୍ୟାମେରା ରେ କଏଦ ହୋଇ ଥିବା ଗୋପାଳ ଦାସ ଙ୍କର ଏହି ହସ ହସ ମୁହଁର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ଆଶ୍ଚର୍ଯ୍ୟ ହିଁ ହେଉଛି ଏବଂ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment