ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ନେଇ ଆଉ ଏକ ଖବର ଆସି ପହଞ୍ଚିଛି, ଗୁଳି ମାଡ଼ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା | ଆଉ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏବେ ଏୟାରଲିଫ୍ଟ କରାଯାଉଛି | ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମ ରେ ତାଙ୍କୁ ଭୁବନେଶ୍ୱର କୁ ଅଣା ଯାଉଛି ଆଉ ତାପରେ ତାଙ୍କୁ ସିଧା ସଳଖ ଆପୋଲୋ ହସ୍ପିଟାଲ କୁ ଅଣାଯିବ ବୋଲି ଯାହା କାର୍ଯ୍ୟକ୍ରମ ରହିଛି | ଯାହା ବର୍ତ୍ତମାନ ସମୟରେ ବଡ଼ ଖବର ଆସୁଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଅବସ୍ଥା ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଅତି ଗୁରୁତର ହୋଇ ପଡ଼ିଛି |
ଆଉ କାଳ ବିଳମ୍ୱ ନକରି ତତକ୍ଷଣାତ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଏୟାରଲିଫ୍ଟ କରା ଯାଉଛି, ଝାରସୁଗୁଡା ଚିକିତ୍ସାଳୟ ରୁ ସିଧାସଳଖ ତାଙ୍କୁ ଝାରସୁଗୁଡା ବିମାନ ବନ୍ଦର କୁ ଅଣା ଯାଇ ଥିଲା ଆଉ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସିଧା ଭୁବନେଶ୍ୱର କୁ ଅଣା ଯାଉଛି |
ଆଉ କିଛି ସମୟ ପରେ ସେ ଭୁବନେଶ୍ୱର ରେ ଆସି ପହଁଚିବେ ଆଉ ସେଠାରୁ ସ୍ୱତନ୍ତ୍ର ଗ୍ରୀନ କରିଡର ରେ ଆସି ସିଧା ଆପୋଲୋ ହସ୍ପିଟାଲ ରେ ନବ ଦାସ ପହଞ୍ଚିବେ | ଆଉ ଏଠାରେ ମଧ୍ୟ ଡାକ୍ତର ମାନେ ପୁରା ପ୍ରସ୍ତୁତ ହୋଇ ଅଛନ୍ତି, ସିଧା ସଳଖ ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହେବ ଯାହାକି ଗୋଟିଏ ମୁହୂର୍ତ୍ତ ବି ସମୟ ନଷ୍ଟ ହେବା ପାଇଁ ଦିଆଯିବ ନାହିଁ | ଯେତେ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ ହୋଇଛି ଏଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇଛି ଆଉ ସିଧା ସଳଖ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏୟାରଲିଫ୍ଟ ହୋଇ ସାରିଛନ୍ତି |
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଆକାଶ ମାର୍ଗ ରେ ଝାରସୁଗୁଡା ରୁ ଭୁବନେଶ୍ୱର କୁ ଅଣାଯାଉଛି | ଆଉ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ ସିଧା ତାଙ୍କୁ ଗ୍ରୀନ କରିଡ଼ର ରେ ହସ୍ପିଟାଲ ପହଞ୍ଚା ଯିବ ଆଉ ତାପରେ ତାଙ୍କର ଚିକିତ୍ସା ଆରମ୍ଭ ହେବ |
ପୁଣି ଥରେ କହି ରଖିବାକୁ ଚାହିଁବୁ କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତୀବ ଗୁରୁତର ହୋଇଛି ଠିକ ସେହି ସମୟ ରେ ତାଙ୍କୁ ଏୟାରଲିଫ୍ଟ କରାଯାଇଛି | ଝାରସୁଗୁଡା ଡାକ୍ତରଖାନା ରୁ ସିଧା ବିମାନ ବନ୍ଦର କୁ ଅଣା ଯାଇଥିଲା ତେବେ ଚିକିତ୍ସା ପରେ ହିଁ ଜଣା ପଡ଼ିବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେତେ ସୁଧୁରିଛି | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।