ସାମ୍ନାକୁ ଆସିଲା ସତ ! 9 ମରୁ 90 ପାଗଳ ଅଣ୍ଟା ଦେଖାଇ ଶ୍ରଦ୍ଧା ମାଗିଛି ଘଣ୍ଟା । ପେଟର – ଦେଖେଇ ମାଗିଛି ଚଷମା । କଣ ଦେଇ ମାଗୁଥିଲା ଟଙ୍କା ।

ଅଣ୍ଟା ଦେଖେଇ ମାଗିଛି ଘଣ୍ଟା ଆଉ ଆଖି ଦେଖେଇ ମାଗିଛି ଚଷମା କଣ ଦେଇ ମାଗୁ ଥିଲା ଟଙ୍କା ଆଉ ନାଁ ଟା ତାର ହେଉଛି ଶ୍ରଦ୍ଧା | ହଁ ଶ୍ରଦ୍ଧାଞ୍ଜଳି ବେହେରା ଯିଏ କି ଅର୍ଚନା ସହିତ ସାଙ୍ଗ ହୋଇ ଥିଲା ଆଉ ଅର୍ଚନା ସହ ସଙ୍ଗାତ ବସାଇ ଥିଲା | ଆଉ ଅର୍ଚନା ଙ୍କର କଳା ସାମ୍ରାଜ୍ୟ ରେ ଅଧିକାରିଣୀ ସାଜିବ ବୋଲି ସ୍ୱପ୍ନ ଦେଖୁ ଥିଲା | ଅର୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧାଞ୍ଜଳି ବି ଭାବି ଥିଲା କି ସେ ମଧ୍ୟ ସେତେ ଆଗକୁ ଯିବ |

କିନ୍ତୁ ଅର୍ଚନା ତାକୁ କୁଆଡେ ମୋହରା ବନେଇ ଦେଉ ଥିଲା, କୋଟି କୋଟି ଟଙ୍କା ଆଣୁ ଥିଲା କିନ୍ତୁ ଦେଲା ବେଳକୁ କୁଆଡେ ଚିପି ଚାପି ଦେଉ ଥିଲା | ଆଉ ଯେତେ ବେଳେ ଘଟଣା ଇଡି ହାତକୁ ଗଲା ଇଡି ଜଣଙ୍କ ପରେ ଜଣଙ୍କୁ ତଦନ୍ତ କଲେ ଠିକ ସେତିକି ବେଳେ ଶ୍ରଦ୍ଧା ଇଡି ଙ୍କ କାର୍ଯ୍ୟାଳୟ କୁ ଆସିଥିଲା |

ଆଉ ତାପରେ ଶ୍ରଦ୍ଧା ଙ୍କୁ ନେଇ ଚର୍ଚ୍ଚା କରିବାର ନାଁ କମୁ ନାହିଁ କାରଣ ଶ୍ରଦ୍ଧା କୁଆଡେ ଅର୍ଚନା ର ଘନିଷ୍ଠ ସହଯୋଗୀ ଥିଲା | ଯେଉଁଠି କି ଅର୍ଚନା ନିଜେ ଯାଇ ପାରୁ ନଥିଲା ସେଠାକୁ ଅର୍ଚନା ଶ୍ରଦ୍ଧା କୁ ପଠାଉ ଥିଲା, ଯେଉଁ ଡିଲ ଅର୍ଚନା କରି ପାରୁ ନଥିଲା ସେ ଡିଲ ଶ୍ରଦ୍ଧା କରୁଥିଲା |

ଆଉ ଯେଉଁ ହୋଟେଲ ର ଭିଡ଼ିଓ ଭାଇରାଲ ହେଉ ଥିଲା ସେଥିରେ ମଧ୍ୟ ସୁନ୍ଦରୀ ନୁହେଁ ଶ୍ରାବଣୀ ଶ୍ରଦ୍ଧା ଥିଲା | ଆଉ ଯେତେ ବେଳେ ଶ୍ରଦ୍ଧା କୁ ନେଇ ଚର୍ଚ୍ଚା ଲାଗୁଛି ସେତେ ବେଳେ ଶ୍ରଦ୍ଧା ଙ୍କୁ ନେଇ ଅନେକ ଗୁଡିଏ ରୋଚକ କଥା ସବୁ ଶୁଣିବା ପାଇଁ ମିଳୁଛି | ଆଉ ଏବେ କୁଆଡେ ଶୁଣିବାକୁ ମିଳୁଛି ନବମ ଶ୍ରେଣୀ ରୁ ନବେ ପାଗଳ ହୋଇ ଯାଇ ଥିଲେ ଶ୍ରଦ୍ଧା ପାଇଁ |


ଆଉ ସେହି ସମୟରେ କୁଆଡେ ଶ୍ରଦ୍ଧା ଭଲ ପାଇ କାହାକୁ ଘଣ୍ଟା ଚଷମା ସବୁ ମାଗୁ ଥିଲା ଆଉ ଏବେ ଅର୍ଚନା କଥାରେ ପଡ଼ି କେତେ କଣ ମାଗିଛି | ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହିଁ ତାହା ତ ଶ୍ରଦ୍ଧା କହିବ କିନ୍ତୁ ଅର୍ଚନା ଶ୍ରଦ୍ଧା କୁ ନେଇ ପୁରା ମାଲାମାଲ ହୋଇ ଯାଇଛି | କାରଣ ଏମିତି କିଛି କଥା ଏବେ ଜୋରସୋର ରେ ଚର୍ଚ୍ଚା ଚାଲିଛି |


ତେବେ ଦେଖିବା ପାଇଁ କେବଳ ବାକି ରହିଲା କି ପ୍ରଥମେ ସ୍ୱର ଉଠାଇ ଥିବା ଶ୍ରଦ୍ଧା କଣ ସତରେ ସେ ବଡ଼ ବଡ଼ିଆ ବାବୁ ଙ୍କ ନାଁ କହିବ ଯୋଉ ଇଲିସି ପାଖରେ ଇଡି ପହଞ୍ଚିବ | ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧା ନାଁ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |

Leave a Comment