ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ମଣିଷ ଜୀବନରେ ଯାହା କିଛି ଶୁଭ ଅଶୁଭ ବା ଭଲ ମନ୍ଦ ଘଟିଥାଏ , ସେସବୁ ଆମ କର୍ମ ଉପରେ ନିର୍ଭର କରିଥାଏ । ଜୀବନ ଶୈଳୀକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ରୀତିନୀତି ବିଷୟରେ ଜାଣଇବା ପାଇଁ ପଡିଥାଏ । ଅଜାଣତରେ ହେଉ ପଛକେ ଏମିତି କିଛି ଅଭ୍ୟାସ କରି ନେଇଥାଉ , ଯେଉଁଥିପାଇଁ ଆମକୁ ବହୁତ ପସ୍ତେଇବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବୁ , ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହେବ ।
କେବେକେବେ ଶତ୍ରୁମାନେ ବହୁତ ଅଧିକ ହୋଇ ଆମକୁ ହଇରାଣ କରିଥାନ୍ତି ଏବଂ ଆପଣଙ୍କୁ ସେଥିରୁ ବାହାରିବା ପାଇଁ ରାସ୍ତା ବି ମିଳିନଥାଏ । କେବେକେବେ ବାହାର ଲୋକ ଶତ୍ରୁ ହୋଇଥାନ୍ତି ତ କେବେ ଅଫିସ୍ ଲୋକ ଆପଣଙ୍କ ସହ ଶତ୍ରୁତା କରିଥାନ୍ତି । ବହୁତ ଥର ଏମିତି ହୋଇଥାଏ ଯେ ଆପଣ ବେପାରୀ ବା ବିଜନେସ୍ ମ୍ୟାନ୍ ହୋଇଥାନ୍ତି ଏବଂ ଆପଣଙ୍କର ଷ୍ଟାଫମାନେ ବା ଆପଣଙ୍କ ସହ କାମ କରୁଥିବା ଲୋକେ ବି ଆପଣଙ୍କୁ ଦେଖି ଇର୍ଷା କରିଥାନ୍ତି ।
ଏହାସହିତ ଆପଣଙ୍କର ସାଙ୍ଗସାଥୀ, ବନ୍ଧୁୂାନ୍ଧବ ତଥା ଚାକରମାନେ ବି ଆପଣଙ୍କୁ ଦେଖି ଇର୍ଷା କରିଥାନ୍ତି । ଆଉ ଆପଣଙ୍କୁ ଏହା ଜଣା ପଡିଥାଏ କି ସେମାନଙ୍କ ଠାରୁ କେମିତି ମୁକ୍ତି ପାଇବେ । ତେଣୁ ଆଜି ଆମେ ଆପମଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣଙ୍କର ସମସ୍ତ ଶତ୍ରୁ ଆପମଙ୍କ ଠାରୁ ଦୂରେଇ ଯିବେ ।
ତେଣୁ ଆଜି ଆମେ ଗୋଟିଏ ଛୋଟିଆ ଉପାୟ ବିଷୟରେ ଆପଣଙ୍କୁ ଜଣେଇବୁ । ଯାହା ହେଉଛି ନାଲି ଲଙ୍କା । ଆଉ ଏହାର ପ୍ରୟୋଗ କରିବା ଦ୍ବାରା ଆପମଙ୍କର ସମସ୍ତ ଶତ୍ରୁ ଶେଷ ହୋଇଯିବେ ଏବଂ ଆପମଙ୍କର ସେହି ଶତ୍ରୁମାନେ ଆପଣଙ୍କ ପାଖକୁ ନିଜେ ଆସି ହାତଯୋଡି କ୍ଷମା ମାଗିବେ ।
କୌଣସି ବି ମଙ୍ଗଳବାର ବା ଶନିବାର ଦିନ ରାତିରେ ଆପଣଙ୍କ ଘରର କେଉଂଠି ବି ବା ଆଖପାଖରେ ଏହି ପ୍ରୟୋଗ କରି ପାରିବେ । ଘରର ଆଖପାଖରେ ମାଟିରେ ଗୋଟିଏ ଛୋଟ ଗାତ ଖୋଳିବେ ଏବଂ ସେଥିରେ 5 ଟି ଶୁଖିଲା ଲଙ୍କା , ମନେ ରଖିବେ ଭାଙ୍ଗି ଯାଇଥିବା ଲଙ୍କା କିମ୍ବା ଲଙ୍କାର ଡେମ୍ଫ ଛିଣ୍ଟାଇବେ ନାହଁ ସଂମ୍ପୂର୍ଣ୍ଣ ଭଲ ଲଙ୍କା ନେବେ । ଆଉ ଏହା ସହିତ ଆପଣଙ୍କର ଶତ୍ରୁଙ୍କର ନାମ ଲଗାତାର ପାଟିରେ କହୁ ଥିବେ ଏବଂ ସେହି ଲଙ୍କାକୁ ଗାତ ଭିତରେ ପୁରାଇ ଦେଇ ମାଟି ଦେଇ ତାକୁ ଭଲଭାବରେ ପୋତି ଦେବେ । ଏହି ବାର ଦିନ କରିଲେ ଆପଣଙ୍କୁ ଆପଣଙ୍କ ଶତ୍ରୁ ଠାରୁ ବିଜୟଶ୍ରୀ ମିଳି ଥାଏ ।