ଆମେ ଅନେକ ସମୟରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ଭିଡ଼ିଓ ମାନ ସବୁ ଦେଖି ଥାଉ ଯାହା କି ଖୁବ ଭାଇରାଲ ମଧ୍ୟ ହୋଇ ଥାଏ | କିନ୍ତୁ ବେଳେ ବେଳେ ଏମିତି ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳେ ଯାହା ଖୁବ ଆଶ୍ଚର୍ଯ୍ୟ ଚକିତ କରି ଦେଇ ଥାଏ ଏବଂ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ | ଆମ ଦୁନିଆଁ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ବାବା ବେଶ ଧରି ଅନେକ ଯାଦୁ ଚମତ୍କାର ଦେଖାଇ ଲୋକ ମାନଙ୍କ ମନ କୁ କିଣି ଥାଆନ୍ତି |
ଏହା ବି ସତ ଅନେକ ବାବା ଅଛନ୍ତି ଯେଉଁ ମାନେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖି ଭଗବାନ ଙ୍କର କିଛି ବାଣୀ ଆଉ ଆଦେଶ ଆମ ନିକଟରେ ପହଞ୍ଚାଇ ଥାଆନ୍ତି ଏବଂ ଭବିଷ୍ୟତ କୁ ନେଇ କିଛି କଥା ମଧ୍ୟ ଦେଖାଇ ଥାଆନ୍ତି ଅର୍ଥାତ ବାଟ ଦେଖାଇ ଥାଆନ୍ତି | ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ସାଧୁ ସନ୍ଥ ବେଶ ନେଇ କେବଳ ଯାଦୁ ଦେଖାଇ ଲୋକ ଙ୍କୁ ଆକର୍ଷିତ କରାଇ ଥାଆନ୍ତି | ଆଉ କିଛି ଅଛନ୍ତି ଯେଉଁ ମାନେ ମନରଞ୍ଜନ ପାଇଁ କିଛି କଳା ପରିବେଷଣ କରି ଥାଆନ୍ତି ଯାହାକୁ ଦେଖି ଲୋକେ ମଧ୍ୟ ଖୁବ ଖୁସି ଅନୁଭବ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଏହାକୁ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |
ତେବେ ଏକ ସ୍ଥାନରେ ଦେଖିବା ପାଇଁ ମିଳିଛି କି ଜଣେ ବ୍ୟକ୍ତି ବାବା ଭୋଳା ନାଥ ଙ୍କର ବେଶ ଧରି ତାଣ୍ଡବ ନୃତ୍ୟ କରୁଛି | ସେ ପୋଷାକ ରୂପରେ ବାଘ ଛାଲ ପିନ୍ଧିଚି ଏବଂ ବେକରେ କଙ୍କାଳ ମୁଣ୍ଡ କୁ ହାର କରି ପିନ୍ଧିଛି ଆଉ ମୁଣ୍ଡ ରେ ଜଟା ମଧ୍ୟ ରହିଛି, ଆଖି ମଧ୍ୟ ଏଭଳି ହୋଇଛି କି ଯେ କେହି ସାଧାରଣ ମଣିଷ ହଠାତ ଦେଖିବ ସେ ଚମକି ଉଠିବ |
ଏହାପରେ ମହାଦେବ ଯେପରି କ୍ରୋଧିତ ହୋଇ ଗଲେ ତାଣ୍ଡବ କରନ୍ତି ଠିକ ସେହିଭଳି ଭାବରେ ଏହି ମହାଦେବ ଙ୍କ ବେଶ ଧରି ଥିବା ବ୍ୟକ୍ତି ତାଣ୍ଡବ ନୃତ୍ୟ କରୁଛନ୍ତି | ଆଉ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ବାବା ଙ୍କ କପାଳ ରୁ ନିଆଁ ବାହାରୁଛି ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ମଧ୍ୟ ଭୟଭୀତ ହୋଇ ଯାଇ ଥିଲେ | ତେବେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ସେଠାରେ ଅନେକ ଲୋକ ଙ୍କର ଭିଡ଼ ଜମି ଥିଲା ଏମିତି କି କେହି କେହି ବାବା ଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଛନ୍ତି | ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।