new twist -ଗୁମର ଖୋଲିଲେ ଅପରାଜିତା..ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା:

ବାବୁଶାନଙ୍କୁ ବ୍ଲାକମେଲ୍ କରୁଥିଲେ ପ୍ରକୃତି ମିଶ୍ର। ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ଉସକାଉ ଥିଲେ ପ୍ରକୃତି। ଏ ବାବଦରେ ଗଣ ମାଧ୍ୟମରେ ଆଗରେ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ତଥା ଅଭିନେତା ବାବୁଶାନଙ୍କ ମା ଅପରାଜିତା ମହାନ୍ତି। ସେ କହିଛନ୍ତି ଯେ, ଖରାପ ସଙ୍ଗତରେ ପଡ଼ିବାରୁ ତାର ସର୍ବନାଶ ହେଲା । ଗଲା ଦେଢରୁ ଦୁଇ ବର୍ଷ ଭିତରେ ଖରାପ ସଙ୍ଗତରେ ପଡି ଖରାପ ହୋଇଗଲା । ଏପିରିକି ସେ ଯେଉଁମାନଙ୍କୁ ଅତି ଭଲ ପାଏ ସେମାନଙ୍କ କଥା ବି ମାନିଲା ନାହିଁ । ବାବୁଶାନ ବହୁତ ଭଲ ପିଲା ସବୁବେଳେ ଭଲ ପାଇବା ଚାହେଁ ।

ତେବେ ଅପରାଜିତା କହିଛନ୍ତି ସେ ଲେଡୀ କୋ-ଆର୍ଟିଷ୍ଟି ଜଣଙ୍କ ବାବୁଶାନଙ୍କୁ କହୁଥିଲେ କି ତାଙ୍କ ପତ୍ନିଙ୍କୁ ଛାଡ଼ପତ୍ର ଦେବା ପାଇଁ।ଏମିତି ସେ ତାଙ୍କ ଘର ପର୍ଯ୍ୟନ୍ତ ଚାଲି ଆସୁଥିଲେ। ଆଉ ଘର ଭିତରକୁ ଧସେଇ ପଶି ଆସୁଥିଲେ। ସେ ଆଉ କେତେ ଧୋର୍ଯ୍ୟ ଧରି ରହିଥାନ୍ତା।

 

ତେବେ ଅପରାଜିତା କହିଛନ୍ତି ଏମିତି ଦିନେ ନା ଦିନେ ହେବାର ହିଁ ଥିଲା। ମୋ ବୋହୂ ଯେଉଁ ବଡେଇଛି ସେ ତାକୁ ବାଡେଇନି ସେ ତା ସ୍ଵାମୀକୁ ଆକଟ କରୁଥିଲା। ସେ ମଧ୍ୟ ସେଠାରେ କହିଥିଲା କି ସେ ମୋ ଘର ଭାଙ୍ଗିଛି। ଗୋଟିଏ ଝିଅ ତାକୁ ସେତିକି କଷ୍ଟ ହେଲେ ଯାଇ ସିଏ ରାସ୍ତା ମଝିରେ କହିବ କି ସିଏ ମୋ ଘର ଭାଙ୍ଗିଛି।


ଏଥି ସହିତ ଅପରାଜିତା କହିଛନ୍ତି ମୋ ପୁଅ ବହୁତ୍ ଭଲ ସେ ଫେରିବ କଣ ସେ ତ ମୋ ପାଖରେ ଅଛି। ସେ ମୋ ପାଖକୁ ଫେରି ଆସିବ ସେ ତା ପରିବାରକୁ ଛାଡି ରହି ପାରିବନି ସେ ତା ପରିବାରକୁ ଖୁବ୍ ଭଲପାଏ। ତା ପୁଅ ତା ଜୀବନ ସେ ତାକୁ ଛାଡି ରହି ପାରିବନି। ଅପରାଜିତା ଏକଥା ମଧ୍ୟ କହିଛନ୍ତି କି ସେ ବାବୁଶାନଙ୍କ ସହିତ ଅଛନ୍ତି। ତାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ତୁ ଡରନା ବାବା ତୋର କିଛି ହେବନି। ତେବେ ବାବୁଶାନ୍ ମାଙ୍କୁ କହିଥିଲେ କି ମା ତମେ ଜାଣିନ ସେ ମୋତେ ବ୍ଲାକମେଲ୍ କରୁଛି। ସେ କିଛି ଗୋଟେ ଭିଡିଓ ରଖିଛି ବୋଧେ ଯାହାକୁ ନେଇ ସେ ମୋତେ ବ୍ଲାକମେଲ୍ କରୁଛି।


ଅପରାଜିତା ବାବୁଶାନ ଓ ପ୍ରାକୃତିଙ୍କ ବନ୍ଧୁତାକୁ ନେଇ କହିଛନ୍ତି ସେମାନେ ଯଦି ବନ୍ଧୁ ଥିଲେ ତାହାଲେ ଆଜି ଏ ଭିଡିଓ କାହିଁକି ଭାଇରାଲ ହୋଇଥାନ୍ତା। ସିଏ ଯଦି ପ୍ରକୃତ ବନ୍ଧୁ, ହୋଇଥାନ୍ତା ତା’ହେଲେ ତାଙ୍କ ପାରିବାରିକ ଜୀବନକୁ ନଷ୍ଟ କରି ନଥା’ନ୍ତେ। ଘରକୁ ନଯାଇ ତାଙ୍କ ସହିତ ସମୟ ବିତାଇବାକୁ ବାଧ୍ୟ କରୁ ନଥା’ନ୍ତେ। ତାଙ୍କ ପାଇଁ ଓ ତାଙ୍କ ସାଙ୍ଗ ମାନଙ୍କ ଟଙ୍କା ଖର୍ଚ୍ଚ କରିବାକୁ କହି ନଥା’ନ୍ତେ। ଏସବୁ ଜଣେ ଭଲ ସାଙ୍ଗର ଲକ୍ଷଣ ନୁହେଁ।ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ସବୁ ପ୍ରକାର କଷ୍ଟ ଦିଏ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment