new twist ବାଲେଶ୍ୱର ରେମୁଣାର ଝିଅ ସୁଭଦ୍ରା ପଣ୍ଡାଙ୍କ ବାସନ୍ଦ ପଛର କାରଣ ଖୋଜିଛି , ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ!…

ତେବେ ଦୁଇ ଦିନ ସୁଭଦ୍ରା ବୋଲି ଜଣେ ଝିଅ ନିଜ ଘରର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖକୁ ଚିଠି ଲେଖିଥିଲେ। ଆଉ ଆଜି ସେହି ସୁନା ଝିଅ ସୁଭଦ୍ରା କୁ ଏବେ ଛୁଟୁଛି ସାହାଯ୍ୟ ର ସୁଅ। ସୁଭଦ୍ରା ଫଣ୍ଡା ଦଶମ ଶ୍ରେଣୀର ଛାତ୍ରୀ ଯିଏକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୂ ଚିଠି ଲେଖିଥିଲେ ନିଜର ପାରିବାରିକ ଅସୁବିଧା କୁ ନେଇ।

ନିଜ ଘରର ଦୁଃଖ କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଯେଉଁ ଚିଠି ଲେଖିଥିଲେ ତାକୁ ଦେଖି ଗଣମାଧ୍ୟମ ରେ ଖବର ପ୍ରସାରିତ ହେବା ପରେ ତାଙ୍କ ଘରକୁ ଏବେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାହାଯ୍ୟ ର ସହଯୋଗ ର ସୁଅ ଛୁଟିବାରେ ଲାଗିଛି। ସୁଭଦ୍ରା ଆଉ ତା ମା ଯେମିତି ଆଉ କିଛି ଅସୁବିଧା ନ ଭୋଗିବ ସେଥିପାଇଁ ସମସ୍ତ ପ୍ରକାର ସାମଗ୍ରୀ ତାଙ୍କ ଘରେ ପହଞ୍ଚାଇଛନ୍ତି ସମାଜସେବୀ । ସୁଭଦ୍ରା ଙ୍କ ମା ଙ୍କ ଆଖି ରେ ଆଜି ଦେଖିବାକୁ ମିଳିଥିଲା ଖୁସି ର ଲୁହ।

 

ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରୁ ବାଲେଶ୍ଵର ର ମୁଁ ତୁମର ସାଥୀ ର ଟିମ୍ ଝିଅ କୁ ଏକ ସାଇକେଲ ଦେବା ସହିତ ସମସ୍ତ ଗ୍ରୋସରୀ ସାମଗ୍ରୀ ମଧ୍ୟ ଦେଇଛନ୍ତି। ତା ସହିତ ବାଲେଶ୍ଵର ର ଆଉ ଏକ ସ୍ୱେଚ୍ଛାସେବୀ ସଂଗଠନ ବାଘାଯତୀନ ଟିମ୍ ସେମାନେ ମଧ୍ୟ ଝିଅ କୁ ଏକ ମୋବାଇଲ ଦେବା ସହିତ ପାଞ୍ଚ ହଜାର ଟଙ୍କା ଏବଂ ଘରର ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ଏହା ସହିତ ସ୍ଥାନୀୟ ସରପଞ୍ଚ ମଧ୍ୟ ରାଜନୈତିକ ଦଳ ପକ୍ଷରୁ ଓ ନିଜର ସକ୍ଷମତା ଅନୁଯାୟୀ ଯାହା ପାରିବେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସୁଭଦ୍ରା ଙ୍କ ଘରକୁ ଏକ ଗ୍ୟାସ ଚୁଲ୍ଲା ମଧ୍ୟ ଦିଆ ଯାଇଛି।

ସେହିପରି ବିଜୁ ଜନତା ଦଳ ପକ୍ଷରୁ ସୁଭଦ୍ରା ର ପଢ଼ା ଖର୍ଚ୍ଚ ପାଇଁ ବାର ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ନିଜେ ରେମୁଣା ବିଧାୟକ ଆସି ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଘର ଟିଏ କରେଇ ଦେବେ ବୋଲି। ଆଉ ତା ସହିତ ଘରକୁ ପାଣିର ଓ ଆଲୁଅ ବିଜୁଳିର ସୁବିଧା କରାଇବେ ବୋଲି କହିଛନ୍ତି।

 

ବିଧାୟକ ପାଣ୍ଠି ରୁ ମଧ୍ୟ ଯାହା ପାରିବେ ସାହାଯ୍ୟ କରିବେ ବୋଲି କହିଛନ୍ତି ରେମୁଣା ବିଧାୟକ।ତେବେ ସୁଭଦ୍ରା ଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। କିନ୍ତୁ ଅନ୍ୟପଟେ ସୁଭଦ୍ରା ଙ୍କୁ ସାମାଜିକ ବାସନ୍ଦ କରାଯିବା ପାଇଁ ସତ୍ୟତା ସ୍ପଷ୍ଟ ହେବାରେ ଲାଗିଛି। ସେହିପରି ଉଦ୍ଦେଶ୍ୟମୂଳକ ଭାବେ ଆଧାର କାର୍ଡ଼ ରେ ବାପାଙ୍କ ନାମ ନଥିବା ମଧ୍ୟ ଜଣା ପଡ଼ିଛି।ସୁଭଦ୍ରାଙ୍କ ବାପାଙ୍କ ମୃତ୍ୟୁ ପରେ ପୈତୃକ ସମ୍ପତ୍ତି ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି। ଗାଁ ରୁ ବାସନ୍ଦ କରାଯିବା କଥାରେ ମଧ୍ୟ ସତ୍ୟତା ରହିଛି। ତେବେ ଏହିସବୁ ବିଷୟରେ ରେମୁଣା ବିଧାୟକ ବୁଝିବେ ବୋଲି କହିଛନ୍ତି।

Leave a Comment