ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ରହିଛନ୍ତି ଆଉ ସେଥିରୁ ଆମେ କାହାର କାହାର ଫ୍ୟାନ ମଧ୍ୟ ହୋଇ ଥାଉ | କିନ୍ତୁ ଏହି ସେଲିବ୍ରେଟି ଙ୍କ ଜୀବନ ରେ ମଧ୍ୟ ଅନେକ କଥା ଥାଏ ଯାହାକୁ ଶୁଣିଲେ ସାଧାରଣ ଭାବରେ ବିଶ୍ୱାସ କରି ହୁଏ ନାହିଁ | ସେହି ହିରୋ ଙ୍କ ମଧ୍ୟରୁ ବାବୁସାନ ମହାନ୍ତି ହେଉଛନ୍ତି ଅନ୍ୟତମ ଯିଏ କି ସମସ୍ତଙ୍କ ଠାରୁ ନିଆଁରା ଅଟନ୍ତି | ଅଭିନେତା ବାବୁସାନ ମହାନ୍ତି ଙ୍କୁ ସାରା ଓଡ଼ିଶା ଏକ ନମ୍ବର ହିରୋ ଭାବରେ ଜାଣିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କେବେ ମଧ୍ୟ ଖରାପ ଖବର ଆସି ନଥିଲା |
ହେଲେ ଏହି କିଛି ମାସ ପୂର୍ବରୁ ତାଙ୍କୁ ନେଇ ବିଚ ରାସ୍ତା ରେ ହିଁ ହାଇଡ୍ରାମା ଦେଖିବା ପାଇଁ ମିଳି ଥିଲା | ତେବେ ବାବୁସାନ ଓ ପ୍ରକୃତି ମିଶ୍ର ଏକାଠି ଥିବା ବେଳେ ତାଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ରେଡ଼ ହ୍ୟାଣ୍ଡେଡ ଧରି ଥିଲେ ଏବଂ ପ୍ରକୃତି ଙ୍କୁ ରାସ୍ତା ରେ ଗୋଡେଇ ଗୋଡେଇ ପିଟି ଥିଲେ | ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ମିଡ଼ିଆ ସାମ୍ନା ରେ ସ୍ପଷ୍ଟ କରିଛନ୍ତି କି ବାବୁସାନ ଙ୍କର ପ୍ରକୃତି ଙ୍କ ସହିତ ଅନୈତିକ ସମ୍ପର୍କ ରହିଛି |
ଏହି ସବୁ କୁ ନେଇ ଏବେ ବାବୁସାନ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାହାକି ବେସ ଭାଇରାଲ ହେବାରେ ଲାଗିଛି | ତେବେ ବାବୁସାନ ଏକ ଭିଡ଼ିଓ ମାଧ୍ୟମ ରେ କହି ଥିଲେ କି, ନମସ୍କାର ମୁଁ ବାବୁସାନ ମୁଁ ଜାଣିଛି ମୋର ଭାଇରାଲ ଭିଡ଼ିଓ ଦେଖିକି ଆପଣ ମାନେ ବହୁତ ଏନଜୟ କରୁଥିବେ |
କିନ୍ତୁ ଗୋଟେ ଜିନିଷ କହିବା ପାଇଁ ଚାହୁଁଛି ମୁଁ ଚେନ୍ନାଇ ଆସି ଥିଲି ଉତ୍କଲ ଦିବସ ପାଳିବା ପାଇଁ ଏବଂ ଏଠିକା ଓଡ଼ିଆ ଆସସିଓସେନ ପାଇଁ ଯେଉଁଥିରେ ପ୍ରକୃତି ମିଶ୍ର ବି ଇନଭାଇଟେଡ ହୋଇ ଥିଲେ | ମୁଁ ଏଠିକି ଆସି ଥିଲି ମୋ ପିକ୍ଚର ର ପ୍ରମସନ ପାଇଁ ଆଉ ଗୋଟେ ନୂଆ ପିକ୍ଚର ଆନାଉସ ପାଇଁ ତାଙ୍କ ସାଙ୍ଗରେ |
ମୁଁ ଜାଣି ନଥିଲି ଯେ ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ତ ମୁଁ ଏବେ କହୁଛି ଯଦି ଏତେ ଅସୁବିଧା ଅଛି ମୁଁ ସେ ପିକ୍ଚର ଟି ବି କରିବିନି ଏବଂ ତାଙ୍କ ସାଙ୍ଗରେ ବି ସିନେମା କରିବିନି ଆଉ ଦରକାର ପଡିଲେ କୌଣସି ହିରୋଇନ ସାଙ୍ଗରେ କାମ କରିବି ନାହିଁ, ଧନ୍ୟବାଦ ଜୟ ଜଗନ୍ନାଥ |
ତେବେ ଏଭଳି କିଛି କହି ବାବୁସାନ ତାଙ୍କ ଘର ଲୋକ ଅର୍ଥାତ ପରିବାର ଲୋକ ଙ୍କୁ ପ୍ରତିକ୍ରିୟା ଦେଇ ଥିଲେ ଯାହାକି ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ପ୍ରତିକ୍ରିୟା ଭିଡ଼ିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି | କିନ୍ତୁ ତାଙ୍କର ଅନେକ ଫ୍ୟାନ୍ସ ତାଙ୍କର ଏଭଳି ପ୍ରତିକ୍ରିୟା କୁ ଖୁବ ନିନ୍ଦା କରିଛନ୍ତି ଏବଂ କେହି କେହି ଅଛନ୍ତି ଯେଉଁ ମାନେ ବାବୁସାନ ମହାନ୍ତି ଙ୍କୁ ସମର୍ଥନ ମଧ୍ୟ କରିଛନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।