କୁହା ଯାଇଥାଏ କି ପ୍ରେମ ହେଉଛି ଅନ୍ଧ। ମାନେନା ବାଧା କି ବନ୍ଧନ। ଏମିତି କି ସେ ସମ୍ପର୍କର ମୂଲ୍ୟକୁ ବି ବୁଝି ପାରେନା। କିନ୍ତୁ ପ୍ରେମ୍ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ରହିଥାଏ। କିନ୍ତୁ ଆଜିର ସମାଜର ଲୋକମାନେ ପ୍ରେମକୁ ନେଇ ଯେଉଁ କାଣ୍ଡ ରଚାଉଛନ୍ତି ତାହା ଖୁବ୍ ଲଜ୍ୟା ଜନକ। ତେବେ କେବଳ ଯୁବକ ଯୁବତୀ ନୁହଁନ୍ତି ବିବାହିତା ମାନଙ୍କ ସଂଖ୍ୟା ମଧ୍ୟ ଏଥିରେ କମ୍ ନାହିଁ।
ପ୍ରେମ ନା ରେ ଆମ ସମାଜରେ ପରକୀୟା ପ୍ରୀତିକୁ ନେଇ ବହୁ ଘଟଣା ସାମ୍ନାକୁ ଆସୁଛି। ସ୍ଵାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ପ୍ରେମିକ ସହ ଛୁ ମାରିଲାଣି। ଏମିତିକି ଛୁଆ ପିଲାଙ୍କୁ ଛାଡି ମଧ୍ୟ ମା ଟିଏ ପ୍ରେମିକ ସହ ଚାଲିଯିବା ପାଇଁ ଟିକିଏ ବି କୁଣ୍ଠାବୋଧ କରୁନାହିଁ। ଏମିତି ବହୁତ ଘଟଣା ଦେଖିବାକୁ ମିଳୁଛି। ତେବେ ଏହିଭଳି ଏକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି। ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ତାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିବ।
ତେବେ ବର୍ତ୍ତମାନ ସମୟରେ ଆସିଥିବା ଏ ଦୃଶ୍ୟକୁ ଦେଖି ନିଅନ୍ତୁ ଏଠାରେ ଦେଖିବାକୁ ମିଳୁଛି ଜଣେ ମହିଳା ବସିଛନ୍ତି। ତେବେ ଏ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ଆଉ ଏ ପତ୍ନୀ ଜଣଙ୍କ କହୁଛନ୍ତି ମୁଁ ବିଧବା ହେବିନି ମୋ ପ୍ରେମିକ ସହ ମୁଁ ସଂସାର ଗଢ଼ିବି। ତେବେ ମହିଳାଙ୍କୁ କେହି ଜଣେ ପଚାରୁଛନ୍ତି ଆପଣଙ୍କ ସ୍ବାମୀ କେମିତି ମଲେ ସ୍ତ୍ରୀ କହୁଛନ୍ତି ମୁଁ ଜାଣିନାହିଁ ଝଗଡ଼ା ହୋଇଥିଲା ସେଥି ପାଇଁ ସେ ମରି ଯାଇଛନ୍ତି। ଆଉ କହିଛନ୍ତି ମୁଁ ଆଉ ଜଣକୁ ପ୍ରେମ କରୁଛି ତାଙ୍କୁ ବିବାହ କରିବି। କାହିଁକି ନା ଏବେ ମୋ ପିଲାମାନେ ଓ ମୋ ଶାଶୁ ଘର ଲୋକେ ମୋତେ ଘୃଣା କରୁଛନ୍ତି ଆଉ ମୋତେ ସେମାନେ ଘରେ ରଖିବାକୁ ଚାହୁଁ ନାହାଁନ୍ତି।
ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ରଙ୍ଗାଧର ଦାସଙ୍କ ପତ୍ନି ରତ୍ନାମଣି ଦାସଙ୍କର ସେହି ଗ୍ରାମର ଅସିତ୍ ଶତପଥୀ ନାମକ ଏକ ଯୁବକଙ୍କ ସହିତ ଗଢ଼ି ଉଠି ଥିଲା ଗୁପ୍ତ ପ୍ରେମ ସମ୍ପର୍କ। ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ମଧ୍ୟ ରହିଛନ୍ତି ତଥାପି ରତ୍ନାମଣି ପର ପୁରୁଷ ପ୍ରେମରେ ଉବୁଟୁବୁ ହେଉଥିଲେ।
ଯାହାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଥିଲା। ସ୍ବାମୀ ଓ ପିଲାମାନେ ଯେତେ ବୁଝାଇଲେ ମଧ୍ୟ ପତ୍ନୀ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ଯାହାକୁ ନେଇ ପାରିବାରିକ କଳହ ବଢ଼ିବାକୁ ଲାଗିଲା। ଯେଉଁଥି ପାଇଁ ସ୍ତ୍ରୀ ରତ୍ନାମଣି ତାଙ୍କ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବାର କୁହା ଯାଉଛି।ଯାହାକୁ ନେଇ ରଙ୍ଗାଧରଙ୍କ ଭଉଣୀ ଓ ପିଲାମାନେ ଅଭିଯୋଗ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।