new twist -ଷଷ୍ଠ ଶ୍ରେଣୀରୁ ଯାତ୍ରାବାଲାକୁ ଭଲ ପାଇଲା ଅର୍ଚ୍ଚନା ,ହିରୋ ସହ ଲୁଚି ପାଳି ଆସିଲା ହିରୋଇନ ହେବା ପାଇଁ ଆଉ ତା ସହିତ…ଦେଖନ୍ତୁ ଏହି viral ଭିଡ଼ିଓ

ଦିନ ପରେ ଦିନ ଗଡି ଚାଲିଚି କିନ୍ତୁ ସୁନ୍ଦରୀ ଅର୍ଚ୍ଚନାଙ୍କ ଚର୍ଚ୍ଚା କମିବାର ନା ଧରୁନି। ସାରା ରାଜ୍ୟରେ ଏବେ ଉଠୁଛି ପଡ଼ୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀଙ୍କୁ ନେଇ।ଆଉ ସୁନ୍ଦରୀ ଅର୍ଚ୍ଚନାଙ୍କ ବ୍ଲାକମେଲିଂର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଆଜି ଆମେ ଆପଣ ମାନଙ୍କୁ ଆଉ ଏକ ବଡ ଖବର ଦେବା ପାଇଁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ଆଉ ଏବେ କଥା ଉଠୁଛି ଯାତ୍ରାରେ ଅଭିନୟ କରିବା ପାଇଁ କୁଆଡେ଼ ଘର ଛାଡ଼ିଥିଲେ ସୁନ୍ଦରୀ ଅର୍ଚ୍ଚନା। ହଁ ଆଜ୍ଞା ୨୦୦୮ ମସିହାରେ ଯେତେବେଳେ ଅର୍ଚ୍ଚନା ଷଷ୍ଠ ଶ୍ରେଣୀରେ ପାଠ ପଢୁ ଥିଲେ ସେତେବେଳେ ସେ ଲାଞ୍ଜିଗଡ ସ୍କୁଲ ଛାଡିଥିଲେ କାରଣ ସେ ସମୟରେ ଅର୍ଚ୍ଚନା ଦୁଷ୍କର୍ମ ଅଭିଯୋଗ ଆଣିଥିଲା। ଆଉ ୨୦୦୮ ସେ କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ନାମ ଲେଖାଇ ଥିଲେ।

ପରେ ୨୦୦୯ ମସିହାରେ ସେ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ନାମ ଲେଖାଇ ଥିଲେ ସୁନ୍ଦରୀ ଅର୍ଚ୍ଚନା।୨୦୧୨ ମସିହାରେ ମାଟ୍ରିକ ପ୍ରିଟେଷ୍ଟ ପରୀକ୍ଷାରେ କେସିଙ୍ଗା ସହରରେ ଏକ ଯାତ୍ରା ପାର୍ଟି ପଡ଼ିଥିଲା। ଆଉ ସେହି ଯାତ୍ରା ପାର୍ଟିର ଏକ ସହ କଳାକାରଙ୍କ ସହିତ ସୁନ୍ଦରୀ ଅର୍ଚ୍ଚନା କୁଆଡେ଼ ଘର ଛାଡ଼ି ପଳାଇ ଥିଲା। ଆଉ ଏ ନେଇ କେସିଙ୍ଗା ଥାନରେ ଏକ ମାମଲା ମଧ୍ୟ ରୁଜୁ କରା ଯାଇଥିଲା। ଆଉ ପରେ କେସିଙ୍ଗା ପୋଲିସ୍ ଅର୍ଚ୍ଚନାଙ୍କୁ ଖୋଜି ଖୋଜି ଭୁବନେଶ୍ଵରରେ ପହଁଚି ଥିଲା। ଯେଉଁ ଯାତ୍ରା ପାର୍ଟି କଳାକାରଙ୍କ ସହିତ ଅର୍ଚ୍ଚନା ଫେରାର ହୋଇ ଯାଇଥିଲା ସେହି ଯାତ୍ରା ପଡ଼ିଥିଲା ଭୁବନେଶ୍ୱରରେ ଆଉ ସେଇଟି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଠାବ କରିଥିଲା କେସିଙ୍ଗା ପୋଲିସ। ଆଉ ଏହାପରେ ମ୍ୟାଟ୍ରିକ ପରୀକ୍ଷା ହେଇଥିଲା ଅର୍ଚ୍ଚନା।

ଆଉ ଏହାପରେ ପୁଣି ଥରେ ଅର୍ଚ୍ଚନା ସେହି ଯୁବକଙ୍କ ସହିତ ମୁମ୍ବାଇ ଚାଲି ଯାଇଥିଲେ। ଆଉ ଯାତ୍ରା ହିରୋଇନ୍ ହେବା ନିଶା ଛାଡି ଅର୍ଚ୍ଚନା ସିନେମାରେ ହିରୋଇନ୍ ହେବା ପାଇଁ ଚାହିଁଥିଲେ। କାରଣ ମ୍ୟାଟ୍ରିକ୍ ପଢ଼ିବା ପାଖରୁ ତାଙ୍କୁ ହିରୋଇନ୍ ହେବାର ନିଶା ଘାରିଥିଲା। ତେବେ ଅର୍ଚ୍ଚନାଙ୍କୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗ ହେବା ପରେ ପରିବାର ଲୋକେ ଅପମାନିତ ହୋଇ କେସିଙ୍ଗାରୁ ଚାଲି ଆସିଥିଲେ।

ଆଉ ଏବେ ଯେତେବେଳେ ଅର୍ଚ୍ଚନା ନାଗ ଗିରଫ ହୋଇ ଜେଲର ଚାରି କାନ୍ଥ ଭିତରେ ଅଛନ୍ତି ଆଉ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ କାଲି ଗିରଫ ହୋଇ ଜେଲରେ ରହିଛନ୍ତି ଏମିତି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ପୁଣି ଅର୍ଚ୍ଚନା ମାମଲାରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ତେବେ ଦେଖିବାକୁ ବାକି ରହିଲା ଅର୍ଚ୍ଚନାଙ୍କୁ ନେଇ ଆଉ କଣ କଣ ତଥ୍ୟ ସାମ୍ନାକୁ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment