ନିଜ ପ୍ରେମିକା ଓ ପ୍ରେମିକ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ରଙ୍ଗର ଗୋଲାପ ( ROSE ) ଏବଂ ଜାଣନ୍ତୁ ନିଜର ପ୍ରେମର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE

ଆପଣମାନେ ସମସ୍ତେ ଜାଣିଥିବେ ପ୍ରେମ କରୁଥିବା ଯୁବପିଢ଼ି ମାନେ ଫେବୃଆରୀ ମାସକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। କାହିଁକିନା ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ ୱିକ୍ ବା ପ୍ରେମ ସପ୍ତାହ ଆରମ୍ଭ ହୋଇଥାଏ। ଯାହାକି ତାହା ଆଜିଠାରୁ ଆରମ୍ଭ ହୋଇଛି। ଆଉ ଆଜି ଭାଲେଣ୍ଟାଇନ୍ ୱିକ୍ ର ପ୍ରଥମ ଦିନ ବା ଯାହାକୁ ରୋଜ୍ ଡେ ବୋଲି କହିଥାଉ। ଆଉ ଯାହାକୁ ପ୍ରେମିକ ପ୍ରେମିକା ମାନେ ଏହି ଦିବସକୁ ପାଳନ କରିଥାନ୍ତି।

ଏହା କେବଳ ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ, କି କେବଳ ପୁରୁଷ ବନ୍ଧୁ କିମ୍ବା ମହିଳା ବନ୍ଧୁଙ୍କୁ ଦେଇ ପାରିବେ ତାହା ନୁହେଁ। ଆପଣ ଆପଣଙ୍କ ପରିବାରରେ ପ୍ରତ୍ୟେକ ଭଲ ପାଉଥିବା ସାଙ୍ଗ ସାଥୀ ମାନଙ୍କୁ ଗୋଲାପ ଦେଇ ପାରିବେ। ତେବେ ଆପଣମାନେ ଗୋପାଲ ବିଭିନ୍ନ ପ୍ରକାରର ରଙ୍ଗର ଦେଖିଥିବେ। ଆଉ ସେମାନଙ୍କର ଅଲଗା ଅଲଗା ମହତ୍ତ୍ୱ ମଧ୍ୟ ରହିଥାଏ। ତେବେ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର ମହତ୍ତ୍ୱ ବିଷୟରେ।

ଧଳା ରଙ୍ଗର ଗୋଲାପ –

 

ଧଳା ଗୋଲାପ ଏଇଥି ପାଇଁ ଦିଆ ଯାଇଥାଏ କି ଏହା ହେଉଛି ସୁଦ୍ଧତାର ପ୍ରତୀକ। ତେଣୁ ଏହି ଫୁଲ କୁ ବିନା ସ୍ବାର୍ଥ ରେ ଦିଆ ଯାଇଥାଏ। ତେବେ ଆପଣ ଯଦି କାହାକୁ ଧଳା ରଙ୍ଗର ଗୋଲାପ ଦେଉଛନ୍ତି ତ ସିଏ ତୁମକୁ ପ୍ରେମ୍ କରୁ କି ନକରୁ କିନ୍ତୁ ତୁମେ ତା ସହିତ ସମ୍ପର୍କ ଓ ବନ୍ଧୁତା ବିନା ସ୍ବାର୍ଥରେ ରହିଛି ଧଳା ରଙ୍ଗ ପରି। ସେଥିପାଇଁ ଆପଣ ଏହି ଧଳା ରଙ୍ଗର ଗୋଲାପ ଦେଇ ପାରିବେ। ଏହା ସହିତ ଯଦି ଆପଣ କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।

ହଳଦିଆ ରଙ୍ଗର ଗୋଲାପ –

 

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ। ଆପଣ ଆପଣଙ୍କ ପ୍ରତ୍ୟେକ ବନ୍ଧୁ କୁ ଏହି ଗୋଲାପ ଦେଇ ପାରିବେ। ତେବେ ଆପଣ ଯଦି ଆପଣଙ୍କ ବନ୍ଧୁତ୍ୱ କୁ ଅଧିକ ମଜବୁତ୍ କରିବା ପାଇଁ ଚାହୁଁ ଛନ୍ତି ତେବେ ଏହି “ରୋଜ-ଡେ’ ରେ ଆପଣ ଆପଣଙ୍କ ବନ୍ଧୁ ଙ୍କୁ ନିଶ୍ଚିତ ଭାବେ ହଳଦିଆ ଗୋଲାପ ଦିଅନ୍ତୁ।

ଗୋଲାପି ରଙ୍ଗର ଗୋଲାପ

ପିଙ୍କ୍ ରୋଜ୍ ର ମାନେ ହେଉଛି ଦୋସ୍ତି ନିରବତା ଏବଂ ନମ୍ରତା ର। ଏହି ରୋଜ୍ କୁ ନୂଆ ସମ୍ପର୍କର ପ୍ରତୀକ ବୋଲି ମାନା ଯାଇଥାଏ। କିଛି ଲୋକ ପ୍ରେମ କୁ ଜଣାଇବା ପାଇଁ ଏହି ରୋଜ୍ ଦେଇଥାନ୍ତି।

ସବୁଜ ରଙ୍ଗର ଗୋଲାପ

 

ଏହି ରୋଜ୍ ଉତ୍ସାହିତ କରିବା ବା ମୋହିତ କରିବା ପାଇଁ ଦିଆ ଯାଇଥାଏ।

ନାଲି ରଙ୍ଗର ଗୋଲାପ

ଆପଣ ଯାହାକୁ ପକୃତରେ ହୃଦୟରୁ ଭଲ ପାଉଛନ୍ତି ତାକୁ ଦେଇ ପାରିବେ। ଆପଣ ନିଜ ପ୍ରେମକୁ ଯଦି ଲାଇଫ ପାର୍ଟନର ବନାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଫୁଲ୍ ନିଶ୍ଚିତ ଭାବେ ରୋଜ୍ ଡେ ରେ ଦିଅନ୍ତୁ।

Leave a Comment