ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ? ନିଜ ଜନ୍ମ ବାରରୁ ଜାଣନ୍ତୁ ଭବିଷ୍ୟତ।

ଆଜି ଆମେ ଜାଣିବା କେଉଁ ବାର ରେ ଜନ୍ମ ଗ୍ରହଣ କଲେ କଣ ସବୁ ଲକ୍ଷଣ ଓ ସ୍ଵଭାବ ହୋଇଥାଏ । ତେବେ ଆସନ୍ତୁ ଜାଣିବା।

ରବିବାର;

ଯେଉଁ ବ୍ୟକ୍ତି ରବିବାର ଦିନ ଜନ୍ମ ଗ୍ରହଣ କରି ଥାଆନ୍ତି ସେହି ବ୍ୟକ୍ତି ଧାର୍ମିକ , ବିଚକ୍ଷଣ , ଚତୁର , ବୁଦ୍ଧିମାନ , ତେଜବନ୍ତ, ଅତ୍ୟନ୍ତ ଜିଦଖୋର୍ , ଅଁହ ଗୁଣ ବିଶିଷ୍ଟ , ଚଞ୍ଚଳବତି ଆଦି ହୋଇଥାଏ। ଏହି ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟ ରେ ହାତ ଦିଅନ୍ତି ସେହି କାର୍ଯ୍ୟ ପୂରଣ କରି ରହି ଥାଆନ୍ତି। ଏହି ବ୍ୟକ୍ତି ମାନେ ରଜସୁଖ ଗୁଣ ରେ ପ୍ରବୀଣ ଅଟନ୍ତି । ସତ କହିବାକୁ କେବେ ମଧ୍ୟ ପଛାନ୍ତି ନାହିଁ । ସ୍ତ୍ରୀ ମାନେ ଅସ୍ଥିରମତି ଓ ଚଞ୍ଚଳ ହୋଇ ଥାଆନ୍ତି ।

ସୋମବାର;

ସୋମବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବିଚକ୍ଷଣ , ଚତୁର , ବିଚାର ଶିଳ , ନ୍ୟାୟବନ୍ତ , କଳା ବିଦ୍ୟା ପ୍ରେମୀ , ଶାସ୍ତ୍ର ରେ ବିଚକ୍ଷଣ ହୋଇ ଥାଆନ୍ତି । ଏମାନେ ସୁନ୍ଦର୍ , ବହୁ ସୁଖ ଭୋଗକରି , ହୋଇ ଥାଆନ୍ତି। ଏମାନେ କାହାରି କେବେ ମଧ୍ୟ ଅନିଷ୍ଟ ଚିନ୍ତା କରି ନଥାନ୍ତି।

ମଙ୍ଗଳବାର;

ଯେଉଁ ମାନେ ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରି ଥାଆନ୍ତି । ଚଞ୍ଚଳ ବତି ହୋଇ ଥିବାରୁ ସବୁ କାର୍ଯ୍ୟ ରେ ଅଧା ରହି ଥାଆନ୍ତି କିନ୍ତୁ ଡେରି ରେ ହେଉ ମଧ୍ୟ କାର୍ଯ୍ୟ ପୂରଣ ହୁଏ । ଧର୍ମ କୁ ବିଶ୍ୱାସ କରି ଥାଆନ୍ତି କିନ୍ତୁ ଧାର୍ମିକ ହୋଇ ନଥାନ୍ତି । ବେୟଯୁକ୍ତ କାର୍ଯ୍ୟ ମୁଣ୍ଡ କୁ ନେଇ ଆସି ଥାଆନ୍ତି । ତଥାପି ଗୁଣ ବାନ , ଲୋକପ୍ରିୟ ହୋଇ ଥାଆନ୍ତି । ସ୍ତ୍ରୀ ମାନେ ଅସ୍ଥିରା ଓ କ୍ଲେଶି ହୋଇ ଥାଆନ୍ତି ।

ବୁଧବାର;

ବୁଧବାର ଦିନ ଟି ବିଷ୍ଣୁ ଙ୍କ ଦିନ ହୋଇ ଥାଆନ୍ତି । ଏମାନେ ବହୁତ୍ ବୁଦ୍ଧିମାନ ହୋଇ ଥାଆନ୍ତି କମ୍ପ୍ୟୁଟର ପରି ଏମାନଙ୍କ ମୁଣ୍ଡ କାମ କରିଥାଏ । ଏମାନେ ପରାଉପକରୀ ହୋଇ ଥାଆନ୍ତି । ଧାର୍ମିକ କାର୍ଯ୍ୟ କରି ଥାଆନ୍ତି। ବ୍ୟୟଯୁକ୍ତ କାର୍ଯ୍ୟ ଆସିଲେ ମଧ୍ୟ କରନ୍ତି ନାହିଁ ।

ଗୁରୁବାର;

ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ରଜାଯୋଗ ଓ ସମ୍ମାନ ପ୍ରାପ୍ତି କରି ଥାଆନ୍ତି । ବୁଦ୍ଧି ଓ ଜ୍ଞାନ ରେ ନିପୁଣ ହୋଇ ଥାଆନ୍ତି। ଧାର୍ମିକ ହୋଇ ଥାଆନ୍ତି । ନିଜ ଆତ୍ମା କୁ ସବୁବେଳେ ନିର୍ମଳ କରି ରଖି ଥାଆନ୍ତି । ନିଜର ବୁଦ୍ଧି ରେ ପରିଚାଳିତ ହୋଇ ଥାଆନ୍ତି । ଏହି ବାର ଦିନ ଜନ୍ମ ଗ୍ରହଣ କରିଥିବା ସ୍ତ୍ରୀ ଲୋକ ମାନେ ବହୁତ୍ ସୁଖିନି ହୋଇ ଥାଆନ୍ତି ଅର୍ଥାତ୍ ଏହି ଦିନ ଯେଉଁ ମହିଳା ମାନେ ଜନ୍ମ ଗ୍ରହଣ କରି ଥାଆନ୍ତି ସେମାନେ ବହୁତ୍ ସୁଖ ସମୃଦ୍ଧି ପାଇ ଥାନ୍ତି।

ଶୁକ୍ରବାର;

ଯେଉଁ ପୁରୁଷ ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରି ଥାଆନ୍ତି ସେମାନେ ସୁକ୍ରଚର୍ଯ୍ୟ ପରି ହୋଇ ଥାଆନ୍ତି । ଯେତେ ବି ବ୍ୟୟଜୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଥାଏ ସବୁ କାର୍ଯ୍ୟ ଧର୍ଯ୍ୟ ସହିତ କରି ଥାଆନ୍ତି । କଳବିଦ୍ୟା ରେ ପ୍ରେମୀ ହୋଇ ଥାଆନ୍ତି । ଚତୁରବତି , ବହୁସୁଖ ପ୍ରାପ୍ତି ବ୍ୟକ୍ତି ହୋଇ ଥାଆନ୍ତି।ଏହି ଦିନ ଜନ୍ମ ଗ୍ରହଣ କରିଥିବା ସ୍ତ୍ରୀ ମାନେ ବୁଦ୍ଧି ରେ ବିଚକ୍ଷଣ ହୋଇ ଥାଆନ୍ତି ।

ଶନିବାର;

ଶନିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରି ଥାଆନ୍ତି ସେମାନେ ଚତୁର ହୋଇ ଥାଆନ୍ତି। ଏମାନେ ସବୁବେଳେ ବିଚଳିତ ହୋଇ ଥାଆନ୍ତି । ଏହି ଦିନ ଜନ୍ମ ଗ୍ରହଣ କରିଥିବା ସ୍ତ୍ରୀ ବହୁତ୍ ଜିଦିଖୋର୍ ହୋଇ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment