ଆପଣ ମାନେ ଜାଣିଥିବେ କି ପ୍ରତେକ ଦିନ କିଛି ନାଁ କିଛି ନୂଆ ନୂଆ ଘଟଣା ର ଭିଡ଼ିଓ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆମେ ମାନେ ଦେଖିଲେ ଵା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ ସହିତ ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଆଉ ଯେଉଁଠି କୁହାଯାଉଛି କି ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ୟୁଟ୍ୟୁବ ଦେଖି ଜନ୍ମ ଦେଇଛନ୍ତି ଏକ ସନ୍ତାନ କୁ | ତାହେଲେ ଆସନ୍ତି ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ହଁ ଆଜ୍ଞ ୟୁଟ୍ୟୁବ ଦେଖି ପିଲା ଜନ୍ମ କରିଛି ଏକ ନାବାଳିକା । ନବମ ଶ୍ରେଣୀ ର ଝିଅ ଗର୍ଭବତୀ ହୋଇଛି ଆଉ ତା ପରେ ୟୁଟ୍ୟୁବ ଦେଖି ନିଜର ସନ୍ତାନ କୁ ଜନ୍ମ ଦେଇଛି, ନାଇ କାଟିଛି ଏବଂ ଏହା ପରେ କୁଆଡେ ତା ସନ୍ତାନ କୁ ହତ୍ୟା କରି ଏକ ଟ୍ରଙ୍କ ଭିତରେ ପୁରାଇ ଦେଇଛି । ତେବେ ଆମେ କହୁଛୁ 15 ବର୍ଷିଆ ଏକ ନବମ ଶ୍ରେଣୀ ଝିଅ ର କଥା । ଯିଏକି ନିଜ ଶିଶୁ କୁ ହତ୍ୟା ପରେ ଘର ର ଏକ ବାକ୍ସ ରେ ଲୁଚାଇ ରଖି ଥିଲା ଆଉ ମାଁ ଫେରିବା ପରେ ତାକୁ ସବୁ ସତ କଥା କହିଥିଲା ।
ଆଉ ଏହାପରେ ଏଭଳି ଏକ ଲୋମ ଟାଙ୍କୁରା ଘଟଣା ର ପର୍ଦ୍ଧାଫାସ କରା ଯାଇ ଥିଲା । ତେବେ ବର୍ତ୍ତମାନ ନବଜାତ ଶିଶୁ ର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ଏବଂ ଆଇନ ରେ ଏକ ମାମଲା ରୁଜୁ ହୋଇଛି ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକାଙ୍କୁ ବିରୋଧ ରେ ହତ୍ୟା ମାମଲା ରୁଜୁ ହେବ ।
ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ ଯେ ନବମ ଶ୍ରେଣୀରେ ପାଠ ପଢଉଥିବା ନାବାଳିକା ଜଣଙ୍କ ଇଷ୍ଟାଗ୍ରାମ ଜରିଆରେ ଜଣେ ଯୁବକ ଙ୍କୁ ପ୍ରେମ କରିଲେ ଆଉ ଧିରେ ଧିରେ ପ୍ରେମରୁ ଗଢି ଉଠିଲା ଶାରିରୀକ ସଂପର୍କ ଘରେ କେହି ନଥିବା ବେଳେ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ ହେଲା ,ଆଉ ତାପରେ ଗର୍ଭବତୀ ହେଲେ ନାବାଳିକା ।
ଆଉ ଏକଥାକୁ ଘର ଲୋକଙ୍କୁ ଲୁଚାଇଲେ ପେଟ ବଢୁଥିବାରୁ ମାଁ ପଚାରିବାରୁ ଦେହ ଖରାପ ଥିବା କହିଥିଲେ ନାବାଳିକା ଜଣଙ୍କ । ଏହାପରେ ଯେତେବେଳେ ପେଟରେ ଯନ୍ତ୍ରଣା ଅଧିକ ହେଲା ଘରେ କେହି ନଥିଲେ ସେତେବେଳେ ୟୁଟ୍ୟୁବରୁ ଦେଖି ନିଜ ପିଲାକୁ ନିଜେ ଜନ୍ମ ଦେଲା ନାବାଳିକା ଏବଂ ନିଜ ପିଲାର ନାଇ ବି କାଟିଥିଲା । ଏହାପରେ ପିଲାଟିକୁ ହତ୍ୟା କରି ଏକ ଟ୍ରଙ୍କ ଭିତରେ ରଖିଥିଲା । ଘରକୁ ମାଁ ଫେରିବା ପରେ ଚାରିଆଡେ ରକ୍ତ ଦେଖି ପଚାରିଥିଲେ ,ଜୋର କରି ପଚାରିବାରୁ ନାବାଳିକା ଜଣଙ୍କ ସତ କହିଥିଲା ଆଉ ଏବେ ନାବାଳିକାର ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ବ୍ୟବଚ୍ଛେଦ ଚାଲିଛି । ଏଭଳି ଏକ ଲୋକଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁର ସହରରରେ ଯାହା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି ।