ଦେଖନ୍ତୁ EXCLUSIVE :ଭିଡିଓ ଝିଅ ପାଇଁ ଘର ଛାଡିଲେ ବାପା ବୋଉ | Nisha Maharana

କଥାରେ ଅଛି ବାପା ମା କରିଥିବା କର୍ମ ପିଲା ମାନେ ଭୋଗିଥାନ୍ତି କିନ୍ତୁ ଏଠି କିନ୍ତୁ ପିଲା ଙ୍କ କର୍ମ ପାଇଁ ବୁଢ଼ା ବୟସ ରେ ବାପା ମା ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି | ଏହି କଥା କହିବାର କାରଣ ଶୁଣିଲେ ଆପଣ ତାଯୁବ ହୋଇ ଯିବେ | ଆପଣ ତ ଜାଣିଛନ୍ତି ବେସ କିଛି ଦିନ ହେବ ନିଶା ମହାରଣା ଙ୍କ ଖବର ଚାରି ଆଡେ ଚର୍ଚ୍ଚାରେ ରହିଛି | ନିଶା ମହାରଣା ନିଜକୁ ସନି ଲିଓନି କରିବାର ପଦିଏ କଥା ତାଙ୍କୁ ଯାହା ଅପଦସ୍ତ କଲା ତାହା ତ ଆପଣ ଜାଣି ଥିବେ | ହେଲେ ସାମାଜିକ ଗଣ ମାଧ୍ୟମ ରେ ତାଙ୍କ କଥାକୁ ଯେଉଁଭଳି ଭାବରେ ପଦର୍ଶନ କରାଗଲା ସେଥିରେ ତାଙ୍କ ବାପା ମା ଅପଦସ୍ତ ହେଲେ |

ଆଉ ବାର କଥା ଶୁଣିବା ପରେ ସେମାନେ ଏବେ ଲୋକ ଲଜ୍ୟା ରେ ଭିଟା ମାଟି ଛାଡିଛନ୍ତି | ନିଶା ମହାରଣା ଙ୍କ ଅସଲ ନାଁ ହେଉଛି ନିଶା ମଲିକ, କେନ୍ଦ୍ରାପଡ଼ା ବ୍ଲକ ନାଗପୁର ଗ୍ରାମର ନିଶା ମଲିକ | 7 ବର୍ଷ ପୂର୍ବେ ମାଟ୍ରିକ ପାସ କରି ଥିଲେ ଆଉ ପରିବାର ର ଦାରିଦ୍ର ଯୋଗୁଁ ଆଲବମ ରେ କାମ କରିବାକୁ ସେ ଭୁବନେଶ୍ୱର ଯାଇ ଥିଲେ ଆଉ ସେହି ଦିନ ଠାରୁ ବିଭିନ୍ନ ପର୍ବ ପର୍ବାଣୀ ରେ ନିଜ ଗାଁ କୁ ଆସୁ ଥିଲେ | କିଛି ଦିନ ତଳେ ନିଜ ଫେସବୁକ ଆକାଉଣ୍ଟ ରେ ଯୁବ ପିଢ଼ି ଙ୍କୁ ଉତେଜିତ କରିବା ପ୍ରସଙ୍ଗ ରେ ଛୋଟ ଡ୍ରେସ ପିନ୍ଧି ବୟାନ ଦେବା ପରେ ଗାଁ ଗଣ୍ଡା ରେ ତାଙ୍କ ବାପା ମାଙ୍କ ଉପରେ ଆଙ୍ଗୁଠି ଉଠିଲା | କେନ୍ଦ୍ରାପଡ଼ା ଜିଲ୍ଲା ବିଭିନ୍ନ ସାମାଜିକ ସଂଗଠନ ନିଶା ଙ୍କ ନାମରେ କେନ୍ଦ୍ରାପଡ଼ା ଥାନାରେ ଲିଖିତ ଅଭିଯୋଗ କରି ଥିଲେ |

ନିଶା ଙ୍କ ବାପା ମାଙ୍କୁ ନାଗପୁର ଗାଁ ସାଧାରଣ ଜନତା ଟାହି ଟାପୁରା କରି ଥିଲେ | ଶେଷରେ ନିରାଶ ହୋଇ ଝିଅର କାରନାମା ପାଇଁ ବାପା ମା ଗାଁ ଛାଡ଼ି ଥିବା କଥା ତାଙ୍କ ସାହିର ମୁରବି ସତ୍ୟ ମଲିକ କହିଛନ୍ତି | ନିଶା ଙ୍କୁ ଟ୍ୟୁସନ କରୁଥିବା ଶିକ୍ଷକ ଅଜୟ ରାଉତ ଉଲ୍ଲେଖ କରିଛନ୍ତି କି, ନିଶା ତାଙ୍କ ପାଖରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁ ଥିଲେ ତେବେ ତାଙ୍କ ସାଙ୍ଗିଆ ମଲିକ ଥିବା ବେଳେ ସେ ମହାରଣା ମଲିକ କାହିଁକି କଲେ ବୋଲି ଶିକ୍ଷକ ମଧ୍ୟ ପ୍ରଶ୍ନ କରିଛନ୍ତି | ଜୀବନର ପଥ କେବେ ହେଲେ ସଳଖ ଆଉ ସୁନ୍ଦର ନୁହେଁ ଅନେକ ଘାତ ପ୍ରତିଘାତ ଆସିଥାଏ ଏବଂ ଆର୍ଥିକ ଅବସ୍ଥା ମଧ୍ୟ ସବୁବେଳେ ସମାନ ରହିବ ନାହିଁ | ହେଲେ ମଣିଷ ଶାଳୀନତା ମଧ୍ୟରେ ରହିଲେ ତାର ମର୍ଯ୍ୟାଦା ସବୁବେଳେ ଅକ୍ଷୁର୍ଣ୍ଣ ରହିବ, ହେଲେ ଆଜିକାଲିକା ଯୁବ ପିଢ଼ି ଙ୍କ ମଧ୍ୟରେ ଏହି କଥା ବୁଝିବାକୁ ମଗଜ ଥିଲେ ହେଲା |

Leave a Comment