ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲାଏହି ଦୃଶ୍ୟ ! ବୁଢା ବାପା ମାଆ କୁ କାନ୍ଧରେ ୪୦ Km ବୋହି କି ନେଲା ପୁଅ, ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ତେବେ ଏହା ସତ ଯେ ପ୍ରତେକ ମନୁଷ୍ୟ ଜୀବନ ରେ ଦୁଃଖ କଷ୍ଟ ଆଦି ଲାଗି ରହିଥାଏ କିନ୍ତୁ ସେସବୁ କୁ ସାମ୍ନା କରି ମଣିଷ କୁ ଆଗକୁ ଯିବା ପାଇଁ ପଡ଼େ | ବେଳେ ବେଳେ କିନ୍ତୁ ପରିସ୍ଥିତି ଏମିତି ରୂପ ନେଇ ଥାଏ କି ସହିବା ର ସୀମା ପାର ହୋଇ ଯାଇଥାଏ ଆଉ ବେଳେ ବେଳେ ସେହି ପରିସ୍ଥିତି ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଏ |

କିଛି କିଛି ଘଟଣା ଏମିତି ସାମ୍ନା କୁ ଆସେ ଯାହାକୁ ଦେଖିଲେ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ ଏବଂ ଖୁବ ଆଶ୍ଚର୍ଯ୍ୟ ଲାଗି ଥାଏ | ଆଜି ସେଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଯାହାକି ଏତେ ସମ୍ବେଦନଶୀଳ ଘଟଣା ଟି ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ |

ଘଟଣା ଟି ହେଉଛି ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ବାପା ମା ଙ୍କୁ କାନ୍ଧରେ ନେଇ 40 କିମି ପାଦରେ ଚାଲି ଚାଲି ନ୍ୟାୟ ପାଇଁ ଯାଇଛନ୍ତି | ତେବେ ଏଭଳି ଏକ ଅଭାବନୀୟ ଘଟଣା ଓଡ଼ିଶା ର ମୟୁରଭଞ୍ଜ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି | ମୟୁରଭଞ୍ଜ ଜିଲ୍ଲା ର ମୋରଡ଼ା ଅଞ୍ଚଳ ରେ ରହୁଥିବା କାର୍ତ୍ତିକ ସିଂହ ଏଭଳି କିଛି ଘଟଣା ର ସାମ୍ନା କରିଛନ୍ତି | ତାଙ୍କ ନାମରେ ରୁଜୁ ହୋଇ ଥିବା ମିଛ ମକଦ୍ଦମା ବା କେସ ର ଉପଯୁକ୍ତ ବିଚାର, ନ୍ୟାୟ ଆଶା ରେ ସେ ଏଭଳି କିଛି କାମ କରି ଲୋକ ଲୋଚନ ସାମ୍ନା କୁ ଆସିଛନ୍ତି |


କାର୍ତ୍ତିକ ସିଂହ ଙ୍କ କହିବା ଅନୁଯାଇ, ମୋରଡ଼ା ପୋଲିସ ତାଙ୍କ ନାଁ ରେ ଏକ ମିଛ କେସ ରୁଜୁ କରି ଥିଲେ ଯାହା ଫଳରେ 2009 ମସିହା ରେ ତାଙ୍କୁ 18 ଦିନ ଜେଲ ହୋଇ ଯାଇଥିଲା | ଏହି ଘଟଣା ପରଠାରୁ ତାଙ୍କୁ ତାଙ୍କ ଗ୍ରାମରେ ପରିତ୍ୟକ୍ତ କରି ଦେଇ ଥିଲେ ଯାହା ଦ୍ୱାରା ତାଙ୍କୁ ଅନେକ କିଛି କ୍ଷତି ସହିବାକୁ ପଡ଼ିଛି | କାର୍ତ୍ତିକ ସିଂହ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ କିନ୍ତୁ ରୋଜଗାର କରିବାର ତାଙ୍କ ପାଖରେ କୌଣସି ପନ୍ଥା ନଥିଲା, ଜେଲ ଯାଇ ଥିଲେ ବୋଲି ତାଙ୍କୁ କୌଣସି ସ୍ଥାନରେ କେହି କାମ ମଧ୍ୟ ଦେଲେ ନାହିଁ |

ଆଉ କାମ ଅନୁସନ୍ଧାନ କରିବା ପାଇଁ ସେ କୁଆଡେ ବାହାରକୁ ମଧ୍ୟ ଯାଇ ପାରୁ ନଥିଲେ କାରଣ ତାଙ୍କ ବୃଦ୍ଧ ବାପା ମା ଙ୍କର ଦେଖାଶୁଣା କରିବା ପାଇଁ କେହି ନଥିଲେ | ତେଣୁ ସେ ଏବେ ନ୍ୟାୟ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଯାହା ଫଳରେ ସେ ତାଙ୍କ ନିଜ ବୃଦ୍ଧ ବାପା ମା ଙ୍କୁ କାନ୍ଧରେ ବୋହି 40କିମି ଚାଲି ଚାଲି ଯାଇଛନ୍ତି | ତାଙ୍କର ଏହା ଆଶା ଅଛି କି ତାଙ୍କ ବାପା ମା ଙ୍କ ମୃତ୍ୟୁ ପୂର୍ବରୁ ମୋରଡ଼ା ପୋଲିସ ପକ୍ଷରୁ ଯେଉଁ ମିଛ କେସ ହୋଇ ଥିଲା ତାହା ସେ ପ୍ରମାଣ କରିବେ |

Leave a Comment