ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଛି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ଆଉ କିଛି ଏମିତି ଅଭିନେତ୍ରୀ ଅଛିନ୍ତି ଯେଉଁ ମାନେ ନିଜର ପ୍ରଥମ ସ୍ୱାମୀଙ୍କୁ ଛାଡି ଦ୍ୱିତୀୟ ବିବାହ କରି ନେଇଛନ୍ତି । ତେବେ ଚାଲନ୍ତୁ ଜାଣି ନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁ ମାନେ ତାଙ୍କର ପ୍ରଥମ ସ୍ବାମୀ ଙ୍କୁ ଛାଡି ଦିତୀୟ ବିବାହ କରିଛନ୍ତି । ତେବେ ଆମ ଲିଷ୍ଟରେ ପ୍ରଥମରେ କେଉଁ ଅଭିନେତ୍ରୀ ଅଛନ୍ତି ଚାଲନ୍ତୁ ଜାଣିବା,
1. କଏଲ ବାନାର୍ଜୀ-
ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଅଭିନେତ୍ରୀ କଏଲ ବାନାର୍ଜୀ ପ୍ରଥମେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବବି ମିଶ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ବାଦ ବିବାଦକୁ ନେଇ ଏହି ଦୁଇ ଲୋକ ପ୍ରିୟ କଳାକାରଙ୍କ ର ହୋଇ ଯାଇ ଥିଲା ଛାଡପତ୍ର । ଆଉ ବର୍ତ୍ତମାନ ସମୟ ରେ କଏଲ ବାନାର୍ଜୀ ଅନ୍ୟ ଜଣଙ୍କୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଗୋଟିଏ ଛୋଟ ପୁଅ ମଧ୍ୟ ଜନ୍ମ ହୋଇ ।
2. ପ୍ରିୟା ଚୌଧୁରୀ-
ତେବେ ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କୁ ଓଡିଶାରେ କିଏ ବା ନ ଜାଣେ । ଅଭିନେତ୍ରୀ ପ୍ରିୟା ଚୌଧୁରୀ ଓଡିଶାର ସିନେମା ଜଗତକୁ ଭେଟି ଦେଇଛନ୍ତି ଅନେକ ସୁପରହିଟ ଚଳଚିତ୍ର । ତେବେ ସେ ପ୍ରଥମେ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରି ଥିଲେ ଏବଂ ପରବର୍ତ୍ତୀ ସମୟ ରେ ତାଙ୍କର କିଛି ବାଦ ବିବାଦ ପାଇଁ ଛାଡପତ୍ର ନେଇ ଯାଇଥିଲେ ତାଙ୍କର ସ୍ବାମୀଙ୍କ ପାଖରୁ । ଆଉ ବର୍ତ୍ତମାନ ସମୟରେ ସେ ବିବାହ କରିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଫୋଟଗ୍ରାଫରଙ୍କୁ ଯାହାଙ୍କ ନାମ ହେଉଛି କୁଞ୍ଜନ କୁମାରଙ୍କ ଆଉ ଏବେ ଏହି ଦୁଇ କଳାକାରଙ୍କ ଗୋଟେ କୁନି ପୁଅ ମଧ୍ୟ ଅଛି ।
3. ଅନୁ ଚୌଧୁରୀ-
ତେବେ ଅନୁ ଚୌଧୁରୀ ଯିଏକି ବର୍ତ୍ତମାନ ସମୟ ରେ ସର୍ବଜିତା ଅନୁ ରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି । ଆଉ ପୂର୍ବ ରୁ ସିଏ ଅନେକ ଗୁଡିଏ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଓଡିଆ ସିନେମା ଜଗତକୁ । ଅଭିନେତ୍ରୀ ଅନୁ ଚୌଧୁରୀ 2006 ମସିହାରୁ ବିବାହ କରି ଥିଲେ ,ତାଙ୍କ ସ୍ବାମୀଙ୍କ ନାମ ଥିଲା ସନ୍ଦିପ ମିଶ୍ର । କିନ୍ତୁ ତାଙ୍କର କିଛି ମତାନ୍ତର ପାଇଁ 2008 ମସିହାରେ ଦୁହେଁ ଛାଡପତ୍ର ନେଇ ଯାଇଥିଲେ । ଆଉ ବର୍ତ୍ତମାନ ସେ ବିଶାଲ ବର୍ମାଙ୍କୁ ବିବାହ କରିଛନ୍ତି ।
4.ରଚନା ବାନାର୍ଜୀ-
ତେବେ ଆପଣ ମାନେ ତ ରଚନା ବାନାର୍ଜୀଙ୍କୁ ନିଶ୍ଚୟ ଜାଣିଥିବେ । ଯିଏକ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅନେକ ଗୁଡିଏ ଚଳଚିତ୍ର କରି ବହୁତ ଲୋକ ପ୍ରିୟତା ହାସଲ କରି ପାରିଥିଲେ । ଆଉ ଏହି ସମୟରେ ସେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରି ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କୁ ଛାଡପତ୍ର ଦେଇ ବଙ୍ଗଳା ଇଣ୍ଡଷ୍ଟ୍ରିକୁ ଫେରି ଯାଇଛନ୍ତି ଏବଂ ସେ ବିବାହ କରି ସାରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।