ପାଦର ଆଙ୍ଗୁଳିର ଆକୃତିରୁ ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ।

ପାଦର ଆଙ୍ଗୁଳି ରୁ ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ। ସର୍ବଦା ଆମେ ଦେଖିଥିବା ବ୍ୟକ୍ତିର କିଛି ନା କିଛି ଭିନ୍ନତା ରହିଥାଏ। ଆଉ ଶରୀରଦ ଆକାର ଅନୁସାରେ ମଣିଷର ଆଚାର ବ୍ୟବହାର ଉପରେ ଭିନ୍ନତା ଦେଖା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ପାଦର ଭିନ୍ନତା ଅନୁସାରେ ମଣିଷ କେଉଁ ସ୍ୱଭାବର ହୋଇଥାଏ। ପାଦର କେଉଁ ଆକୃତିକୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଭାଗ୍ୟଶାଳୀ। ବ୍ୟକ୍ତିର ୫ ପ୍ରକାର ଆକୃତି ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା ଆଜି ଆମେ ଜାଣିବା ବ୍ୟକ୍ତିର କେଉଁ ଆକୃତି ପାଇଁ ଭାଗ୍ୟ କେତେ ଭଲ ହୋଇଥାଏ। ଆଉ କେଉଁ ଆକୃତିର ପାଦ ସବୁଠୁ ଭଲ ଭାଗ୍ୟଶାଳୀ ହୋଇଥାଏ।

ପ୍ରଥମେ ରହିଛି ସେଲଟିକ୍ ଆକୃତି। ଯଦି ଆପଣଙ୍କ ପାଦର ବୁଢ଼ା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଯଦି ସବୁ ଆଙ୍ଗୁଠି ଠାରୁ ବଡ଼ ଅଟେ, ଆଉ ପାଦର ଶେଷ ଆଙ୍ଗୁଠି ସମାନ ହୋଇଥାଏ ତେବେ ଏହାକୁ ସେପଟିକ୍ ଆକୃତିର ପାଦ କୁହାଯାଏ। ଏମାନେ ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି।

ଏହି ପାଦ ଥିବା ବ୍ୟକ୍ତି ମାନଙ୍କୁ ଜୀବନରେ ସଫଳତା ମିଳିଥାଏ। କିନ୍ତୁ ସଫଳତା ହେବା ପାଇଁ ଦୀର୍ଘ ସଂଘର୍ଷ କରିବାକୁ ପଡ଼ିଥାଏ। ଏହି ଲୋକଙ୍କ ପାଖରେ କୌଣସି ଜିନିଷ ବା କାମ କୁ ବୁଝିବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ। ଏହି ଲୋକେ କାଳ୍ପନିକ ଜୀବନରେ ବଞ୍ଚିବାକୁ ଅଧିକ ପସନ୍ଦ କରିଥାନ୍ତି। ଏମାନଙ୍କ ଜୀବନସାଥୀ ଙ୍କ ସହିତ ରିଲେସନସିପ ବହୁତ ଦିନ ରହିଥାଏ। ଆଗକୁ ବଢ଼ିବା ପାଇଁ ମାନସିକ ଚିନ୍ତା ସବୁବେଳେ ରହିଥାଏ।


ଦ୍ୱିତୀୟଟି ହେଉଛି ଜର୍ମାନିକ୍ ଆକୃତି। ଯେଉଁ ବ୍ୟକ୍ତିର ଚାରୋଟି ଆଙ୍ଗୁଠି ସମାନ ଓ ବୁଢ଼ା ଆଙ୍ଗୁଠି ବଡ଼ ହୋଇଥାଏ ଏଭଳି ଆକୃତିକୁ ଜର୍ମାନିକ୍ ଆକୃତି କୁହାଯାଏ। ଏହି ଲୋକେ ଶାନ୍ତି ପ୍ରିୟ ହୋଇଥାନ୍ତି। ଏମିତି ଲୋକେ କୌଣସି ବି କାମକୁ ଭାବିଚିନ୍ତି କରିଥାନ୍ତି। ଏହି ଲୋକଙ୍କୁ ଯାହା ବି କାମ ଦିଅନ୍ତୁ ଏମାନେ ସେହି କାମକୁ କରିବାରେ ତତ୍ପର ରହିଥାନ୍ତି। ଏହି ଲୋକ ନିଜର ଦାୟିତ୍ୟକୁ ସର୍ବଦା ବୁଝିଥାନ୍ତି। ଏମାନଙ୍କର ରୋଜଗାର କମ୍ ହେଉ ବା ଅଧିକ ସବୁବେଳେ ନିଜକୁ ମେନେଜ୍ କରିବା ଜଣାଥାଏ।


ତୃତୀୟଟି ହେଉଛି ଗ୍ରୀକ୍ ଆକୃତି। ଯେଉଁ ବ୍ୟକ୍ତିର ପାଦର ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ଶେଷରେ ଥିବା ଦୁଇଟି ଆଙ୍ଗୁଠି ସେମିତି ପାଦ ଭଳି ସମାନ ନ ରହି ସାମାନ୍ୟ ଛୋଟ ବଡ଼ ରହିଥାଏ ଏମିତି ପାଦକୁ ଗ୍ରୀକ୍ ଆକୃତି କୁହାଯାଏ। ଏହି ଲୋକ ବହୁତ ଚତୁର ଏବଂ ବୁଦ୍ଧିମାନ ହୋଇଥାନ୍ତି। ଏମାନଙ୍କୁ ଅଧିକ କଥାବାର୍ତ୍ତା ହେବାକୁ ପସନ୍ଦ ନଥାଏ। ନିଜର ଷ୍ଟାଇଲରେ କାମ କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।

ଚତୁର୍ଥଟି ହେଉଛି ଏଜିପସିଆନ୍ ଆକୃତି। ଯେଉଁ ବ୍ୟକ୍ତିର ବୁଢ଼ା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡ଼ ରୁ ଛୋଟ ଯାଏ ରହିଥାଏ ସେହି ପାଦକୁ ଏଜିପସିଆନ୍ ଆକୃତି କୁହାଯାଏ। ଏମିତି ଲୋକ ବହୁତ ସୋସିଆଲ ୱାର୍କର ହୋଇଥାନ୍ତି। ଏମାନଙ୍କୁ ସାମାଜିକ କାର୍ଯ୍ୟ ରେ ସେବାରତ ରହିବାକୁ ବହୁତ ପସନ୍ଦ ଲାଗିଥାଏ।

ଶେଷ ପାଦଟି ଯାହା କହିବାକୁ ଯାଉଛୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶତ ପ୍ରତିଶତ ଭାଗ୍ୟଶାଳୀ ହୋଇଥାନ୍ତି। ସେହି ଆକୃତିର ନାମ ରୋମାନ ଆକୃତି। ଯେଉଁ ବ୍ୟକ୍ତିର ପାଦର ବୁଢ଼ା ଆଙ୍ଗୁଠି ସହିତ ତାହା ପାଖରେ ଦୁଇଟି ଆଙ୍ଗୁଠି ସମାନ ଥାଏ, ତାହାକୁ ରୋମାନ ଆକୃତି କୁହାଯାଏ। ଏମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏହି ଲୋକ କୌଣସି ବି କାର୍ଯ୍ୟ ରେ କମ୍ ପରିଶ୍ରମରେ ଅଧିକ ସଫଳତା ପାଇଥାନ୍ତି। ଏମାନେ ସବୁ କାମକୁ ସମ୍ପର୍ଣ୍ଣ କରିବାରେ ଦକ୍ଷତା ରଖିଥାନ୍ତି।

Leave a Comment