ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି।
ତେବେ ବର୍ତ୍ତମାନ ଏମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାକୁ ଆପଣ ଜାଣିଲେ ବହୁତ ଦୁଃଖ ପ୍ରକାଶ କରିବେ ।ତେବେ ସୂଚନା ଅନୁସାରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଟେ, ଯାହା ପୁରା ଓଡ଼ିଆ ସିନେମା ପାଇଁ ମଧ୍ୟ ଏକ ବଡ଼ ଝଟକା।
ଯିଏ ଏତେ ସୁନ୍ଦର ଭାବରେ ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି, ଆଉ ସମସ୍ତଙ୍କୁ ମନୋରଞ୍ଜନ କରାଇଥାଏ ସିଏ ଆଜି ହସପିଟାଲରେ ବେଡ଼୍ ଉପରେ ଜୀବନ ମୃତ୍ୟୁ ର ସଂଘର୍ଷ କରୁଛି। ଓଡ଼ିଆ ସିନେମା ଦୁନିଆରେ ପିଣ୍ଟୁ ନନ୍ଦ ଜଣେ ଖୁବ ପରିଚିତ କଳାକାର ଅଟନ୍ତି, ଅନେକ ଫିଲ୍ମ ରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି
କେତେବେଳେ ଫିଲ୍ମରେ ଖଳନାୟକ ସାଜିଛନ୍ତି ପୁଣି କେତେବେଳେ କମେଡିଆନ, ତେବେ ତାଙ୍କର ଅଭିନୀତ ‘ଦାଣ୍ଡି ପୁଅ ଅଂନ୍ତା’ ଯାହାକୁ ଆଜିବି ଦର୍ଶକ ଭୁଲି ନାହାନ୍ତି ।ତେବେ ଆଜି ସେହି ଅଭିନେତା ଙ୍କ ଜୀବନ ସଙ୍କଟାପନ୍ନ ପରିସ୍ଥିତି ରେ ପହଞ୍ଚି ଯାଇଛି, ଲିଭର ଜନିତ ସମସ୍ୟା ପାଇଁ ଭୁବନେଶ୍ବର ର ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।
ହେଲେ ବର୍ତ୍ତମାନ ସମସ୍ୟା ହେଉଛି ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପଡ଼ିବ ଆଉ ଏଠାରେ ବାଧକ ସାଜିଛି ଅର୍ଥ ।ତେବେ ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଲିଭର ସିରସିସ ନାମକ ଏକ ରୋଗରେ ପୀଡିତ ଅଛନ୍ତି ଯେଉଁଥି ପାଇଁ ସେ ଭୁବନେଶ୍ୱର ରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ହେଲେ ବର୍ତ୍ତମାନ ଭୁବନେଶ୍ୱର ଡାକ୍ତର ହାତ ଟେକି ଦେଇଛନ୍ତି ଆଉ ପିଣ୍ଟୁ ଙ୍କର ଚିକିତ୍ସା ପାଇଁ ତୁରନ୍ତ ଦିଲ୍ଲୀ ନେବାକୁ ପଡିବ ।ଆଉ ଏପଟେ ଦିଲ୍ଲୀ ରେ ଚିକିତ୍ସା ପାଇଁ ପ୍ରାୟ ଅଧା କୋଟି ତ ଟଙ୍କା ଦରକାର, ଆଉ ଏହି ଅର୍ଥ ଦେବାକୁ ଅସମର୍ଥ ଅଟନ୍ତି ପିଣ୍ଟୁ ଙ୍କ ପରିବାର ।ହେଲେ ଅନ୍ୟପଟେ ପିଣ୍ଟୁ ଙ୍କର ଫେନ ମାନେ ଏହି ଖବର ଶୁଣିବା ପରେ ଦୁଃଖୀ ହେବା ବେଳେ କିଛି ସ ହୃଦୟ ବ୍ୟକ୍ତି ପିଣ୍ଟୁ ଙ୍କୁ ସାହାଯ୍ୟ ର ହାତ ବଢ଼େଇଛନ୍ତି ।
ତେବେ କିଛିଦିନ ଦିନ ତଳେ ପିଣ୍ଟୁ ରୁଦ୍ରାଣୀ ଫିଲ୍ମ ରେ ନଜର ଆସିଥିଲେ ଆଉ ଆଜି ତାଙ୍କୁ ନେଇ ଏମିତି ଏକ ଖବର ଶୁଣିବା ସମସ୍ତଙ୍କ ପାଇଁ ବଡ଼ ଝଟକା ଅଟେ ।ତେବେ ଏବେ ଅନେକ ଲୋକ ପିଣ୍ଟୁ ଙ୍କର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ପାଇଁ ଅନେକ କେମ୍ପନିଂ ଆରମ୍ଭ କରି ଦେଲେଣି, ତେବେ ଯେତେ ଜଲଦି ଅର୍ଥ ଯୋଗାଇବ ସେହି ଅନୁସାରେ ପିଣ୍ଟୁ ଙ୍କୁ ଦିଲ୍ଲୀ ନିଆଯିବ ।ତେବେ ଆମେ ଆପଣଙ୍କ ପାଖରେ ଅନୁରୋଧ କରିବୁ କି ପିଣ୍ଟୁ ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ରେ ସାହାଯ୍ୟ କରନ୍ତୁ ।