ଦେଖନ୍ତୁ LIVE ଭିଡ଼ିଓ :ପିଣ୍ଟୁକୁ ମୁଁ ସେକେଣ୍ଡ୍ ମିହିର ଦାସ ବୋଲି ଭାବେ, କିନ୍ତୁ ଚଣ୍ଡାଳ ନିଜେ ନିଜକୁ ନଷ୍ଟ କରିଦେଲା: ନମ୍ରତା ଦାସ

ପୁଣି ଓଲିଉଡ଼କୁ ବଡ ଝଟକା। ପୁଣି ଆଜି ଓଡ଼ିଶା ସିନେ ଜଗତର ହୋଇଛି ଆଉ ଏକ ଅପୂରଣୀୟ କ୍ଷତି । ପୁଣି ଜଣେ ଲୋକ ପ୍ରିୟ କଳାକାର ଙ୍କୁ ହରାଇଛି ଓଲିଉଡ୍‌ । ସେ ହେଉଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ହଁ ଆଜ୍ଞା ଆଖି ବୁଜିଲେ ଓଲିଉଡ଼ ରଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଅଭିନୟ ଜଗତର ଆଉ ଏକ ଶୂନ୍ୟସ୍ଥାନ ପକାଇ ସବୁ ଦିନ ପାଇଁ ଚିର ନିଦ୍ରା ରେ ଶୋଇ ପଡିଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ।କେତେବେଳେ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାନ୍ତି ତ ଆଉ କେତେବେଳେ ଲୋକଙ୍କୁ କନ୍ଦାଇ ଦିଅନ୍ତି।

ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ କଥା କହୁ କହୁ କାନ୍ଦି ପକାଇଲେ ଓଲିଉଡ଼ ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ। ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ରେ ଦୁଃଖ ପ୍ରକାଶ କରିଛନ୍ତି ନମ୍ରତା ଦାସ । ଅନେକ ସିନେମାରେ ଅଭିନେତା ପିଣ୍ଟୁ ନନ୍ଦ ସମସ୍ତଙ୍କ ସହ ଏକାଠି ମିଶି କାମ କରିଛନ୍ତି। ଆଉ ସେହି ସବୁ ପୁରୁଣା ସ୍ମୃତି କଥା କହି କାନ୍ଦି କହିଛନ୍ତି ନମ୍ରତା ଦାସ । ଜାଣିବା ପିଣ୍ଟୁ ନନ୍ଦ ଙ୍କୁ ନେଇ କଣ କହୁଛନ୍ତି ଓଲିଉଡ଼ ର ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ ।


ତେବେ ପିଣ୍ଟୁ ନନ୍ଦ ଙ୍କୁ ନମ୍ରତା ଦାସ ନିଜ ସାନ ପୁଅ ଭଳିଆ ଦେଖୁଥିଲେ। ନମ୍ରତା ଦାସ କହିଛନ୍ତି କି ପିଣ୍ଟୁ ନନ୍ଦ ସିନେମା ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ସେ ତାଙ୍କୁ ଜାଣିଛନ୍ତି। ନମ୍ରତା ଦାସ କହିଛନ୍ତି ଇଣ୍ଡଷ୍ଟ୍ରି କୁ ଆହୁରି ବହୁତ୍ କଳାକାର ଆସିବେ। କିନ୍ତୁ ପିଣ୍ଟୁ ଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ।

ପିଣ୍ଟୁ ନନ୍ଦ ଜଣେ ଭଲ ଅଭିନେତା। ଦିନ ପରେ ଦିନ ସେ ଆକ୍ଟିଂ ରେ ଇମ୍ପ୍ରୋଭ୍ କରି ଚାଲିଥିଲେ।କିନ୍ତୁ ତାଙ୍କର ଏଭଳି ଭାବରେ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସମୟ ଠୁ ବହୁତ୍ ଆଗରେ ଏପରି ଏକ ଘଟଣା ଘଟିଛି। ଆଉ ସେ କହିଥିଲେ କି ଯଦି ପିଣ୍ଟୁ ନନ୍ଦ ବଞ୍ଚିଯାଇ ଥାନ୍ତେ ତାହେଲେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦ୍ୱିତୀୟ ମିହିର ଦାସ ହୋଇଥାନ୍ତେ। ମାତ୍ର ୪୭ ବର୍ଷ ବୟସରେ ପିଣ୍ଟୁ ନନ୍ଦ ପ୍ରାଣ ତ୍ୟାଗ କରିଛନ୍ତି ଯାହା ସବୁଠୁ ବଡ ଦୁର୍ଭାଗ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପୁଣି ଥରେ କହି ରଖୁଛୁ କି ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ଓଲିଉଡ଼ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ହାଇଦ୍ରାବାଦ୍ କୁ ନିଆ ଯାଇଥିଲା। ଆଉ ଆଜି ହାଇଦ୍ରାବାଦ୍ ର ଯଶୋଦା ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।ଗତକାଲି ରାତ୍ରୀ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ଧିନ ଅବସ୍ଥାରେ ପିଣ୍ଟୁ ନନ୍ଦ ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ଯାହାକୁ ନେଇ ପୁରା ଓଲିଉଡ୍ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡ଼ିଛି।

Leave a Comment