ପିଣ୍ଟୁ ନନ୍ଦ ଙ୍କର ଏଗାର ଦିନ ମଧ୍ୟ ସରି ଯାଇଛି ଆଉ ଏହା ଏକାଦଶ ରେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନାମିଦାମୀ କଳାକାର ଆସି ଯୋଗ ଦେଇ ଥିଲେ ଯାହାକି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳୁଛି | ସେହିଭଳି ଭାବରେ ପିଣ୍ଟୁ ନନ୍ଦ ଙ୍କର ଏକାଦଶ ରେ ଅଭିନେତା ବବି ମିଶ୍ର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ଆଉ ସେ ମିଡ଼ିଆ ସାମ୍ନା ତାଙ୍କର ଓ ପିଣ୍ଟୁ ନନ୍ଦ ଙ୍କର କିଛି କଥା ଅଡ଼ିଓ କଲ ଶୁଣାଇଛନ୍ତି | ଅଡ଼ିଓ କଲ ରେ ପ୍ରଥମେ ବବି ମିଶ୍ର ପିଣ୍ଟୁ ନନ୍ଦ ଙ୍କୁ କହିଛନ୍ତି କି ପିଣ୍ଟୁ ତୁ ଶୋଇଛୁ କି ଆଉ ଉତ୍ତର ରେ ସେ ଶୋଇ ନାହାଁନ୍ତି ବୋଲି କହିଛନ୍ତି |
ଏହାପରେ ବବି ମିଶ୍ର କହିଛନ୍ତି କି, ଯଶୋଦା ହସ୍ପିଟାଲ ରେ ଆମ ରିତୁ କଥାବାର୍ତା ହେଉ ଥିଲା ସେ କାରଣ ବହୁତ କ୍ଲଜ ଆଉ ଡାକ୍ତର କହିଲେ ଯେ ଲିଭର ଟ୍ରାନ୍ସପ୍ଲାଣ୍ଟ ଏତେ ସହଜ ରେ ଦରକାର ହୁଏ ନାହିଁ ଆଉ ତାଙ୍କର 500 ଟା ଟେଷ୍ଟ ହେବ ଯାହାକି 70 ହଜାର ଟଙ୍କା ପଡ଼ିବ | ସେହି ଟେଷ୍ଟ ସବୁ ରେ ଜଣା ପଡ଼ିଯିବ କି ଆମେ ତାକୁ ମେଡ଼ିସିନ ଦ୍ୱାରା ରିକଭରି କରିବୁ କି ଅପରେସନ ଦରକାର ପଡ଼ିବ |
ଆଉ ଏହି ଟ୍ରାନ୍ସପ୍ଲାଣ୍ଟ ରେ 18 ରୁ 20 ଲକ୍ଷ ଭଳି ଟଙ୍କା ଖର୍ଚ୍ଚ ହେବ, ଯିଏ ହେଡ଼ ସିଏ କହୁ ଥିଲେ କି ଯଦି ତମେ ଆଉ ଜଣଙ୍କ ଠାରୁ ଲିଭର କିଣିବ ତେବେ ସେଇଟା 4 କି 5 ଲକ୍ଷ ଟଙ୍କା ପଡ଼ିବ | ଆଉ ପଚାରୁ ଥିଲେ କି ରକ୍ତ ବାନ୍ତି ହେଇ ଥିଲା କି ମୁଁ କହିଲି ହଁ ରକ୍ତ ବାନ୍ତି ହେଉ ଥିଲା ଆଉ କଳା ଝାଡ଼ା ହେଉଛି କି ମୁଁ ମନା କରିଥିଲି ହେଉ ନାହିଁ ବୋଲି |
କିନ୍ତୁ ଏହାର ଉତ୍ତର ରେ ପିଣ୍ଟୁ ନନ୍ଦ କହି ଥିଲେ କି କଳା ଝାଡ଼ା ବି ହେଉଛି, ଆଉ ପେଟରେ ପାଣି ଜମିଛି କି ପଚାରିଲେ ମୁଁ କହିଲି ହଁ ଜମିଛି | ଆଉ ଡାକ୍ତର କହିଲେ କି ଟ୍ରାନ୍ସପ୍ଲାଣ୍ଟ କୁ ଏତେ ଶୀଘ୍ର ଯାଏ ନାହିଁ, 70 ପ୍ରତିଶତ ଲୋକ ଙ୍କର ଏହି କଣ୍ଡିସନ ରେ ଟ୍ରାନ୍ସପ୍ଲାଣ୍ଟ ହୁଏ ନାହିଁ ମେଡ଼ିସିନ ରେ ରିକଭରି ହୋଇ ଯାଏ |
ମୁଁ କହିଲି କି କିମ୍ସ ଆଲକୋହଲି ସିରସିଆ ବୋଲି ରିପୋର୍ଟ ରେ ଲେଖି ଦେଇଛି | ଆଉ ସେ ଡାକ୍ତର ଙ୍କର ନାଁ ହେଉଛି ସୁବ୍ରତ ଆଚାର୍ଯ୍ୟ ଆଉ ସିଏ କହିଲେ ଟ୍ରାନ୍ସପ୍ଲାଣ୍ଟ କି ୱାଲଡ ରେ ଯିଏ ଏକ ନମ୍ବର ଡାକ୍ତର ଅଛନ୍ତି ସେ ହେଉଛନ୍ତି ଧର୍ମେଷ କାପୁର ଯୋଶଦା ହସ୍ପିଟାଲ ର | ଟ୍ରାନ୍ସପ୍ଲାଣ୍ଟ କଲେ 18 ରୁ 20 ଲକ୍ଷ ଭଳି ଟଙ୍କା ଖର୍ଚ୍ଚ ହେବ ବୋଲି ବବି ମିଶ୍ର କହିଛନ୍ତି | ତେବେ ତାଙ୍କର ଏଭଳି ଏକ ଅଡ଼ିଓ କଲ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |