ଦେଖନ୍ତୁ EXCLUSIVE :ଭିଡିଓ – ହୃଦୟ ବିଦାରକ ଦୃଶ୍ୟ ସ୍ବାମୀ ପିଣ୍ଟୁ କୁ ହରାଇ କାନ୍ଦି କାନ୍ଦି ବେହୋସ ହେଲେ ସ୍ତ୍ରୀ …ଏହି ଭିଡିଓ ଆପଣ ଙ୍କୁ କନ୍ଦାଇଦେବ

ଯିଏ ନିଜର ଦୁଃଖ କୁ ଲୁଚାଇ ନିଜ ସନ୍ତାନ ର ସବୁ ଇଚ୍ଛା କୁ ପୂରଣ କରନ୍ତି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବାପା, ଯଦି ସେ ହିଁ ଅଧା ବାଟ ରେ ସବୁଦିନ ପାଇଁ ପର କରି ଦେଇ ଚାଲି ଯିବ ତେବେ ସେହି ସନ୍ତାନ ର ଅଭାବ କୁ ଆଉ କିଏ ବା ପୂରଣ କରିବ | ଏଭଳି କିଛି ଏବେ ଭାବି ଭାବି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ କାନ୍ଦୁଛନ୍ତି, ବଡ଼ ପୁଅ କୁ ବାପା ପିଣ୍ଟୁ ନନ୍ଦ ବେସ ଭଲ ପାଆନ୍ତି ଆଉ ସାନ ପୁଅ ପଛରେ ଜନ୍ମ ହୋଇ ଥିଲେ ମଧ୍ୟ ସାନ ପୁଅ ପ୍ରତି ଭଲ ପାଇବା ମଧ୍ୟ କିଛି କମ ନୁହେଁ |

କିନ୍ତୁ ବଡ଼ ପୁଅ ଯେହେତୁ ଆଗରେ ଜନ୍ମ ହୋଇ ଥିଲା ତେଣୁ କରି ବଡ଼ ପୁଅ କୁ ପିଣ୍ଟୁ ନନ୍ଦ ବେସ ଭଲ ପାଆନ୍ତି ଏକଥା କୁ ଏବେ କହି କହି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ କାନ୍ଦି ପକାଉଛନ୍ତି | ବଡ଼ ପୁଅ ଏବେ ବାପା ଙ୍କୁ ହରାଇ ଦେଇଛନ୍ତି ଆଉ ବାପା ଙ୍କୁ ହରାଇ ସାରିବା ପରେ ଏବେ ବାପା ଙ୍କର ମୂଲ୍ୟ କୁ ସେ ବୁଝି ପାରିଛନ୍ତି |

ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ସୋସିଆଲ ମିଡିଆରେ କିପରି ପିଣ୍ଟୁ ନନ୍ଦଙ୍କ ପରଲୋକ ଗମନ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ଆମେ ଆଜି ଆପଣକୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଛା କଣ ଥିଲା ସେ ବିଷୟରେ କହିବୁ |ସମସ୍ତଙ୍କ ଏହି ଦୁନିଆରେ ସବୁ ଇଛା ପୂରଣ ହୋଇନଥାଏ ସେହି ପରି ପିଣ୍ଟୁ ନନ୍ଦ ଜାଣିନଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି |ପିଣ୍ଟୁ ନନ୍ଦ ଯିବା ପୂର୍ବରୁ ତାଙ୍କର ଶେଷ ଇଛା ଥିଲା ସେ ତାଙ୍କ ଦୁଇ ପୁଅ ଓ ତାଙ୍କ ସ୍ତ୍ରୀଙ୍କୁ ଦେଖିଥାନ୍ତେ ଏବଂ ସେମାନଙ୍କ ସହିତ କିଛି କଥା ହୋଇଥାନ୍ତେ |ତେବେ ଆସନ୍ତୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଛା ବିଷୟରେ ସମ୍ପୂର୍ଣ କଥା ଜାଣିବା |

ତେବେ ଜଗତସିଂହପୁର ଜିଲ୍ଲା ରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀ ରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀ ରେ ଉଚ୍ଚ ଶିକ୍ଷା ଲାଭ କରି ଥିଲେ | ସମସ୍ତ ଙ୍କୁ ମନରଞ୍ଜନ ଦେଉ ଥିବା ପିଣ୍ଟୁ ନନ୍ଦ ଙ୍କୁ ରିଲ କି ରିଏଲ ଲାଇଫ ରେ ଆଉ ଦେଖିବା ପାଇଁ ମିଳିବ ନାହିଁ | ଓଡ଼ିଆ ଆଲବମ ହେଉ କି ଫିଲ୍ମ କମେଡିଆନ ହେଉ କି ଖଳନାୟକ ଭୂମିକା ପିଣ୍ଟୁ ନନ୍ଦ ଙ୍କ ଅଭିନୟ ସବୁବେଳେ ଦର୍ଶକ ଙ୍କ ମନକୁ ବେସ ଛୁଇଁ ଯାଇଛି | ନିଜର ନିଆଁରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି | ଜଗତସିଂହପୁର ଜିଲ୍ଲା ର ପିଣ୍ଟୁ ନନ୍ଦ ଟେଲି ସିନେ ଓଡ଼ିଆ ଜଗତ କୁ ପାଦ ଦେଇ ଥିଲେ ଏବଂ 1996 ରେ କୋଇଲି ଫିଲ୍ମ ଜରିଆ ରେ ପିଣ୍ଟୁ ଆସି ଥିଲେ ଏବଂ ସବୁ ଅଭିନୟ ଭୂମିକା ରେ ସେ ଅଭିନୟ କରିଛନ୍ତି |

ଓଡ଼ିଆ ଆଲବମ ଏ ଗୌର ଓ ରାଣ୍ଡି ପୁଅ ଅନନ୍ତ ରୁ ପିଣ୍ଟୁ ଲୋକ ଲୋଚନ କୁ ଆସି ଥିଲେ, ସେହିପରି ଜୟ ଜଗନ୍ନାଥ ସିନେମା ରେ ବଳଭଦ୍ର କ୍ୟାରେଟର ରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ଥିଲେ | କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଜଟିଳ ହୋଇ ପଡ଼ିଲା କିଛି ଭାବିବା ଆଗରୁ ସ୍ୱାସ୍ଥ୍ୟ ଏତେ ଖରାପ ହୋଇ ଗଲା ଯେ ଆଜି ଦିନ ଦେଖିବା ପାଇଁ ପଡ଼ିଲା | ମାତ୍ର 47 ବର୍ଷ ହୋଇ ଥିଲା ଆଉ ଏତେ ଜଲଦି ସେ ଦୁନିଆଁ କୁ ଛାଡ଼ି ଚାଲି ଗଲେ | ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବା ଯେ ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା ର ସଦଗତି ହେଉ |

Leave a Comment