ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ, ହାଇଦ୍ରାବାଦ ର ଯଶୋଦା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ପିଣ୍ଟୁ ନନ୍ଦ ଙ୍କର ପରଲୋକ ଘଟିଛି | ମାସେ ଉପରେ ହେବ ସେ ଲିଭର ଜନିତ ସମସ୍ୟା ରେ ଆକ୍ରାନ୍ତ ଥିଲେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ସ୍ଥିତ କିମ୍ସ ଏବଂ ତାପରେ ଦିଲ୍ଲୀ ର ଆଇଏଲବିଏସ ଏବଂ ପରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ଚିକିତ୍ସା ହେଉ ଥିବା ବେଳେ ପିଣ୍ଟୁ ନନ୍ଦ ଙ୍କର ପରଲୋକ ଘଟିଛି ବୋଲି ଖବର ଆସିଛି | ତେବେ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ପିଣ୍ଟୁ ନନ୍ଦ ଙ୍କର ବାପା ମା ପୁଅର ଶେଷ ଦର୍ଶକ ଦେଖି ଭୋ ଭୋ ହୋଇ କାନ୍ଦିଛନ୍ତି |
ପ୍ରଥମେ ବାପା ଦେଖି କାନ୍ଦି ପକାଇ ଥିଲେ ଆଉ ଏହାପରେ ମାଆ ମଧ୍ୟ ପୁଅର ମୃତ ଶରୀର କୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗି ଥିଲେ, ଏଭଳି ଏକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ | ସମସ୍ତ ଙ୍କୁ ମନରଞ୍ଜନ ଦେଉ ଥିବା ପିଣ୍ଟୁ ନନ୍ଦ ଙ୍କୁ ରିଲ କି ରିଏଲ ଲାଇଫ ରେ ଆଉ ଦେଖିବା ପାଇଁ ମିଳିବ ନାହିଁ |
ଓଡ଼ିଆ ଆଲବମ ହେଉ କି ଫିଲ୍ମ କମେଡିଆନ ହେଉ କି ଖଳନାୟକ ଭୂମିକା ପିଣ୍ଟୁ ନନ୍ଦ ଙ୍କ ଅଭିନୟ ସବୁବେଳେ ଦର୍ଶକ ଙ୍କ ମନକୁ ବେସ ଛୁଇଁ ଯାଇଛି | ନିଜର ନିଆଁରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି | ଜଗତସିଂହପୁର ଜିଲ୍ଲା ର ପିଣ୍ଟୁ ନନ୍ଦ ଟେଲି ସିନେ ଓଡ଼ିଆ ଜଗତ କୁ ପାଦ ଦେଇ ଥିଲେ ଏବଂ 1996 ରେ କୋଇଲି ଫିଲ୍ମ ଜରିଆ ରେ ପିଣ୍ଟୁ ଆସି ଥିଲେ ଏବଂ ସବୁ ଅଭିନୟ ଭୂମିକା ରେ ସେ ଅଭିନୟ କରିଛନ୍ତି |
ସେ 50 ରୁ ଅଧିକ ଫିଲ୍ମ କରିଛନ୍ତି ଆଉ ତାଙ୍କର ନିଖୁଣ ଅଭିନୟ ଦର୍ଶକ ଙ୍କ ମନକୁ ବେସ ଛୁଇଁଛି | ଓଡ଼ିଆ ଆଲବମ ଏ ଗୌର ଓ ରାଣ୍ଡି ପୁଅ ଅନନ୍ତ ରୁ ପିଣ୍ଟୁ ଲୋକ ଲୋଚନ କୁ ଆସି ଥିଲେ, ସେହିପରି ଜୟ ଜଗନ୍ନାଥ ସିନେମା ରେ ବଳଭଦ୍ର କ୍ୟାରେଟର ରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ଥିଲେ | ତେବେ ରଙ୍ଗ ନମ୍ବର ଭଳି ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରି ଥିଲେ ଆଉ ଫିଲ୍ମ ରେ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ପାଇ ଥିଲେ | କିନ୍ତୁ ଆଜି ଏହି ଶ୍ରେଷ୍ଠ କଳାକାର ଜୀଵନ ଯୁଦ୍ଧ ରେ ହାରି ଯାଇଛନ୍ତି ଯାହାକି ଓଲିଓଡ଼ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଦୁଃଖର ଖବର ଅଟେ | ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଅକାଳ ବିୟୋଗ ରେ ଆମର ଏତିକି ପ୍ରାର୍ଥନା କି ତାଙ୍କ ଅମର ଆତ୍ମା କୁ ଶାନ୍ତି ମିଳୁ |