ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ସମସ୍ତ ଙ୍କ ମନରେ ଚିନ୍ତା ଭରି ଦେଇଛି । କାରଣ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂକଟା ପର୍ଣ୍ଣ ରହିଛି ଆଉ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ରୁ ଦିଲ୍ଲୀ ହସ୍ପିଟାଲ କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ନିଆଯାଇଛି ବୋଲି କୁହା ଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଅଲିଉଡ ରେ ଅନେକ ପ୍ରକାରର କଳାକାର ମାନେ ଅଛନ୍ତି ଯେଉଁ ମାନେ କି ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ଅଲିଉଡ ର ଜଣେ ବେଶ ଜଣା ଶୁଣା ଲୋକ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ।
କେତେବେଳେ ନାୟକ ତ ଆଉ କେତେବେଳେ ଖୋଳ ନାୟକ ପୁଣି କେତେବେଳେ କମେଡିଆନ ଭାବରେ ନିଜର ଦମଦାର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ପିଣ୍ଟୁ ନନ୍ଦ ।ତାହା ସହିତ ଅଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ପିଣ୍ଟୁ ନନ୍ଦ ତାଙ୍କର ଅଭିନୟ ମାଧ୍ୟମରେ ।
ଲିଭର ସିରୋସିସ୍ ରୋଗ ପାଇଁ ପିଣ୍ଟୁ ନନ୍ଦ ମାଗିଥିଲେ ସାହାଯ୍ୟ। ସବୁଆଡ଼ୁ ସାହାଯ୍ୟ ର ସୁଅ ମଧ୍ୟ ଛୁଟିଛି। କିନ୍ତୁ ଏପର୍ଯ୍ୟନ୍ତ କେହି ଲିଭର ଡନର୍ ମିଳି ନାହିଁ। ସିଦ୍ଧାନ୍ତ ମହାପାତ୍ର ସେହି କଥା କହିଛନ୍ତି। ଲିଭର୍ ଡନର ପାଇଁ ମଧ୍ୟ ଅପିଲ କରିଛନ୍ତି। ସିଦ୍ଧାନ୍ତ ମହାପାତ୍ର ଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ଯୋଗାଡ଼ କରାଯାଇଥିବା ଅର୍ଥ ରାଶି ମଧ୍ୟ ହୋଇ ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ଲିଭର ଡୋନୋର କରିବା ବ୍ୟକ୍ତି ମିଳୁ ନାହାନ୍ତି।
ଆଉ ଯଦି ଲିଭର ଡୋନର ପାଇଁ ଲୋକ ମିଳିଯାଏ ତାହେଲେ ପିଣ୍ଟୁ ନନ୍ଦ ଖୁବ୍ ଶୀଘ୍ର ଭଲ ହୋଇଯିବ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଆଉ ଏଥିପାଇଁ ଡାକ୍ତର ୬ ମାସ ସମୟ ଦେଇଛନ୍ତି। ଆଉ ଏହି ୬ ମାସ ମଧ୍ୟରେ ପିଣ୍ଟୁ ନନ୍ଦ ଙ୍କ ଯକୃତ ପ୍ରତିରୋପଣ ନହୁଏ ତାହେଲେ ଆମେ ତାଙ୍କୁ ହରେଇ ବସିବୁ।