ପ୍ରଥମ ଥର ପାଇଁ ଦେଖନ୍ତୁ ଶ୍ରୀ ଜଗନ୍ନାଥ ( Sree Jagannath ) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…

ଚାରିଧାମ ମଧ୍ୟରେ ପୁରି ହେଉଛି ଅନ୍ୟତମ। ଆଉ ପୁରି ରେ ଆମ ଜଗନ୍ନାଥ ସ୍ଥାପିତ ହୋଇଛି। ତେଣୁ ଓଡ଼ିଶା ଜଗନ୍ନାଥ ମନ୍ଦିରକୁ ନେଇ ଖୁବ୍ ପ୍ରସିଦ୍ଧ। କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୂ ଶ୍ରୀଜଗନ୍ନାଥ। ଆଜି ଆମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆତ୍ମକାହାଣୀ ଜାଣିବା।କୁହାଯାଉଥିଲା କି ମଧ୍ୟଭାରତରେ ସୂର୍ଯ୍ୟବଂଶର ରାଜା ଇନ୍ଦ୍ରଦ୍ୟୁମ୍ନ ରହୁଥିଲେ। ସେ ଅବନ୍ତୀ ଦେଶର ରାଜା ଥିଲେ ।

ଆଉ ସେ ଭଗଵାନ ବିଷ୍ଣୁ ଙ୍କ ବହୁତ୍ ବଡ଼ ଭକ୍ତ ଥିଲେ। ସେ ସବୁବେଳେ ଭଗବାନ୍ ବିଷ୍ଣୁ ଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ। ଥରେ ଜଣେ ୠଷି ତାଙ୍କ ପ୍ରସାଦ କୁ ଆସିଥିଲେ। ଆଉ କହିଥିଲେ ରାଜନ୍ ଓଡ଼ିଶାରେ ଭଗଵାନ ବିଷ୍ଣୁ ଙ୍କ ଭବ୍ୟରୂପ ନୀଳମାଧବ ଙ୍କ ରୂପେ ପୂଜା ପାଉଛନ୍ତି। କିନ୍ତୁ ଏହି ସ୍ଥାନ ଓଡ଼ିଶାର କେଉଁଟି ତାହା ଆପଣଙ୍କୁ ସନ୍ଧାନ କରିବା ପାଇଁ ପଡ଼ିବ।


ଆଉ ଏକଥା ଶୁଣିବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତି ଙ୍କୁ ଆଦେଶ ଦିଅନ୍ତି ଓଡିଶା ଯାଇ ନୀଳ ମାଧବଙ୍କ ସନ୍ଧାନ କରିବା ପାଇଁ। ରାଜା ଙ୍କ ଆଦେଶ ଅନୁଯାୟୀ ନୀଳ ମାଧବଙ୍କ ଅନୁସନ୍ଧାନ ରେ ବାହାରିପଡ଼ିଲେ ବିଦ୍ୟାପତି। ଏହାପରେ ବିଦ୍ୟାପତି ଯାଇ ପହଁଚିଲେ ଓଡ଼ିଶାରେ। କିଛି ଗୁପ୍ତଚର ମାନଙ୍କ ଦ୍ଵାରା ସେ ଜାଣି ପାରିଲେ ଯେ ଶବରରାଜା ବିଶ୍ଵାବସୁ ଏକ ଗୁପ୍ତ ଗୁମ୍ଫା ଭିତରେ ନୀଳ ମାଧବଙ୍କ ପୂଜା କରୁଛନ୍ତି।

ଏହା ପରେ ବିଦ୍ୟାପତି ଶବରରାଜା ବିଶ୍ଵାବସୁ ନୀଳ ମାଧବଙ୍କ ପାଖକୁ ନେଇ ଯିବାକୁ ଅନୁରୋଧ କଲେ କିନ୍ତୁ ବିଶ୍ଵାବସୁ ମନା କରି ଚାଲିଗଲେ। ବିଦ୍ୟାପତି କିଛି ଦିନ ସେଇଟି ରହିଲେ କିଛି ଦିନ ମଧ୍ୟରେ ତାଙ୍କର ବିଶ୍ଵାବସୁ ଝିଅ ଲଳିତା ସହ ପ୍ରେମ ହୋଇଥିଲା।


ଆଉ ତାପରେ ଉଭୟ ବିବାହ କଲେ। ବିବହାର କିଛି ଦିନ ପରେ ବିଦ୍ୟାପତି ଲଳିତା ଙ୍କୁ ନୀଳ ମାଧବଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଅନୁରୋଧ କଲେ।ଏହାପରେ ଲଳିତା ର ଅନୁରୋଧ କ୍ରମେ ରାଜା ବିଶ୍ଵାବସୁ ରାଜି ହେଲେ।ଏହାପରେ ବିଦ୍ୟାପତି ଙ୍କ ଆଖିରେ ପଟି ବାନ୍ଧି ଗୁମ୍ଫା ପାଖକୁ ନେବାର ବ୍ୟବସ୍ଥା ହେଲା କିନ୍ତୁ ବିଦ୍ୟାପତି ଯିବା ସମୟରେ ଅତି ଚାଲାକି ର ସହିତ ସାଥିରେ ସୋରିଷ ନେଇ ଯାଇଥିଲେ ଆଉ ଯିବା ସମୟରେ ସୋରିଷ ବୁଣି ବୁଣି ଯାଇଥିଲେ।

 

ଆଉ ବିଦ୍ୟାପତି ଗୁମ୍ଫା ରେ ପହଁଚି ନୀଳ ମାଧବଙ୍କ ଦିବ୍ୟରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ସବୁ କଥା ଆସି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଲେ ଆଉ ସେ ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ସେଠାରେ ପହଁଚିଲେ ସେଠାରେ ସେ କିଛି ଦେଖି ପାରିଲେ ନାହିଁ ନୀଳ ମାଧବ କୁଆଡେ଼ ଅନ୍ତରଧ୍ୟାନ ହୋଇ ଯାଇଥିଲେ।

ଏହାପରେ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସପ୍ନାଦେଶ ଆଧାରରେ ସେ ଯାଇ ପୁରୀ ସମୁଦ୍ରରେ ଭାସୁଥିବା ଏକ କାଠ ପାଇଲେ। ଏହାପରେ ଶବର ରାଜା ବିଶ୍ଵାବସୁ ଙ୍କ ସହାୟତା ରେ ସେହି ଦାରୁ କୁ ମହଲ କୁ ଅଣାଗଲା। ଏହାପରେ ବିଶ୍ଵକର୍ମା ଚଦ୍ମବେଶରେ ଏକ ବୃଦ୍ଧ ବେଶରେ ଆସି କହିଲେ ସେ ମୂର୍ତ୍ତି ଗଢିବେ କିନ୍ତୁ ୨୧ ଦିନ ପର୍ଯ୍ୟନ୍ତ ତାଙ୍କୁ କେହି ବି ବାଧା ଦେବେନି।

୧୫ ଦିନ ବିତିଗଲା ପରେ କିଛି ଶବ୍ଦ ନ ଶୁଣି ସମସ୍ତେ ଭାବିଲେ ହୁଏତ ବୃଦ୍ଧ କାରିଗର ଜଣଙ୍କ ଭୋକ ଉପାସରେ ମାରି ଯାଇଛନ୍ତି।ଏହାପରେ କବାଟ ଖୋଲା ଗଲା କିନ୍ତୁ ବୃଦ୍ଧ କାରିଗର ନଥିଲେ ଆଉ ଥିଲା ତିନୋଟି ଅଧାଗଢ଼ା ମୂର୍ତ୍ତି। ଯାହା ଆଜି ପ୍ରଭୂ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଭାବେ ପୂଜା ପାଉଛନ୍ତି। ମୂର୍ତ୍ତି ଅଧା ଗଢା ର କାରଣ ଏହା ଥିଲା ୨୧ ଦିନ ସମ୍ପର୍ଣ୍ଣ ନହେବାରୁ ମୂର୍ତ୍ତି ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ଭଗବାନ୍ ବିଷ୍ଣୁ ସପ୍ନାଦେଶ ଦେଲେ ଯେ ତୁମେ କିଛି ଚିନ୍ତା କରନ୍ତି ଆଜି ଠାରୁ ମୁଁ ଏହି ସ୍ଥାନ ରେ ପ୍ରଭୁ ଜଗନ୍ନାଥଙ୍କ ନାମରେ ପୂଜା ପାଇବି। ଆଉ ଏହାପର ଠାରୁ ପ୍ରଭୁ ଜଗନ୍ନାଥ ପୂଜା ପାଇ ଆସୁଛନ୍ତି।

Leave a Comment