ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାକୁ ଅସ୍ତବ୍ୟସ୍ତ କରିଦେଇଛି। ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାକୁ ଅଧିକ କ୍ଷତି ସହିବା ପାଇଁ ପଡ଼ିଥାଏ। ପ୍ରାତେକ ବର୍ଷ ବନ୍ୟା ଏବଂ ବାତ୍ୟା ଆସୁଛି, ତେବେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ସରକାର ଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ। ବନ୍ୟା ଅପେକ୍ଷା ବାତ୍ୟା ଅଧିକ ଭୟଙ୍କର ହୋଇ ଥାଏ, ସେଥିପାଇଁ ସରକାର ଙ୍କର ପୂର୍ବ ପ୍ରସ୍ତୁତି କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ। ସେହି ପରି ଏବେ ପୁଣି 5 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ନେଇ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟରେ ହଠାତ୍ ବଦଳିଗଲା ପାଣିପାଗ। ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ, କେନ୍ଦୁଝର, ଦେଓଗଡ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଏହି 5 ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲା ଜାମାଡାରେ 2 ମି.ମି. ଏବଂ ବାହାଲଦାରେ 2.6 ମି.ମି. ବର୍ଷା ରେକର୍ଡ କରାଯାଇଛି।ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିଛି।
ତେବେ,ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓ ଏହାର ପାଶ୍ୱର୍ବର୍ତୀ ଅଞ୍ଚଳରେ ଆକାଶ ମେଘାଚ୍ଛନ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଛି । ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ମୟୂରଭଞ୍ଜର ଜାମଦାରେ 2 ମିଲିମିଟର ଏବଂ ବହଳଦାରେ 2 ଦଶମିକ 2 ମିଲିମିଟର ବର୍ଷା ରେକର୍ଡ କରାଯାଇଚି । ଆଜି ମଧ୍ୟ ପଶ୍ଚିମା-ଝଡ଼ ପ୍ରଭାବରେ ପାଗ ମେଘୁଆ ରହିଛି । ଏହାସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ବିଶେଷକରି ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଆଦି ଅଂଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ଏଭଳି ପାଗ ଜାରି ରହିବ ।ତେବେ ଆସନ୍ତା କାଲି ସଂଧ୍ୟା ସୁଦ୍ଧା ପାଗରେ ପରିବର୍ତ୍ତନ ଆସିବ । ସଂଧ୍ୟା ବେଳକୁ ପାଗ ସଫା ହେବ । ଏବଂ ପରଦିନଠାରୁ ତାପମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଆଶା କରାଯାଉଥିଲା, ବର୍ଷା ହେଲେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବ କିନ୍ତୁ ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଚିନ୍ତା ବଢିଛି ।