“ମାଆ” ମାଆ ର ତୁଳନା ନାହିଁ ,ସେ ଅତୁଳନୀୟ । ମାଁ ଶବ୍ଦରେ ଭରି ରହିଥାଏ ଦୁନିଆର ସବୁ ସୁଖ । ଆଉ ସେଥିପାଇଁ ତ କୁହାଯାଏ ମାଁ ହେଉଛି ମମତାମୟୀ, ସ୍ନେହମୟୀ, କରୁଣାମୟୀ , ମାଆର ପଣତ ତଳେ ଭରି ରହିଥାଏ ସବୁ ଦୁଃଖକଷ୍ଟକୁ ଭୁଲି ଯିବାର ଔଷଧ ।ମା ତାକୁ କୁହାଯାଏ ଯିଏ ସବୁ ଦୁଖଃକଷ୍ଟ ସହି 9 ମାସ ନିଜ ଗର୍ଭରେ ଧାରଣ କରି ଆମକୁ ଦୁନିଆଁ ଦେଖାଇଥାଏ ଏବଂ ସାରା ଜୀବନ ତା ହୃଦୟରେ ସାଇତି ରଖିଥାଏ। ତାର ପିଲା ଉପରେ କେବେବି କିଛି ସମସ୍ୟା ନ ଆସୁ ସେଥିପାଇଁ ସବୁବେଳେ ତାକୁ ପଣତ କାନିରେ ଘୋଡେଇ ରଖିଥାଏ। ଏହା ଗୋଟେ ନାରୀ ଜୀଵନର ପ୍ରକୃତ ମୂଲ୍ୟକୁ ସୁଚାଇଥାଏ ।
ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତ କିଏ କିଏ ବିବାହର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି ।
କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ମହିଳା ମାନଙ୍କର ପିରିୟଡ୍ସ ହେବାର କେତେ ଦିନ ପରେ ସହବାସ କରିବା ଦ୍ୱାରା ସେ ଗର୍ଭବତୀ ହୋଇଥାନ୍ତି।
1. ଜଣେ ମହିଳାଙ୍କର ଗର୍ଭବତୀ ହେବା ଏବଂ ନହେବା ପଛରେ ତାଙ୍କର ସହବାସର ସମୟ ଉପରେ ନିର୍ଭର କରିଥାଏ। ଯଦି ଆପଣ ଭୁଲ ସମୟରେ ସହବାସ ବା ଶାରୀରିକ ସମ୍ପର୍କ ରଖିଛନ୍ତି ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇପାରିବେ ନାହିଁ ।
2.ଏକ ରିସର୍ଚ୍ଚ ଅନୁସାରେ ମହିଳାଙ୍କର ପିରିୟଡ୍ସ ହେବାର 11 ଦିନ ପରେ ଲଗାତାର 5 ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଜଣେ ମହିଳା ମା ହୋଇଥାନ୍ତି ।ତେଣୁ ଆପଣ ଏହାକୁ ଅନୁସରଣ କରିବା ଉଚିତ ।
3.ରିସର୍ଚ୍ଚ ଅନୁସାରେ , ମହିଳା ମାନଙ୍କର ଏକ ଅବୋଲିସନ ତାରିଖ ଥାଏ ।ଯାହାକି ତାଙ୍କର ପିରିୟଡ୍ସର ତାରିଖ ଉପରେ ଆଧାରିତ ହୋଇଥାଏ। ଏହି ଆବଲିସନ ତାରିଖ ଅନୁସାରେ ଶାରୀରିକ ସମ୍ପର୍କ ରଖିଲେ ଆପଣ ମାଁ ହୋଇପାରିବେ।
4.ଏହି ଆବଲିସନ ତାରିଖଟି ପିରିୟଡ୍ସ ହେବାର 6 ଦିନ ପର ଠାରୁ ଆଗାମୀ 12-14 ଦିନ ପର୍ଯ୍ୟନ୍ତ ଦିନକୁ ଆବଲିସନ ଡେଟ କୁହାଯାଏ ।ଏହି ଦିନ ମଧ୍ୟରେ ଶାରୀରିକ ସମ୍ବନ୍ଧରେ ରହିବା ଦ୍ବାରା ଆପଣ ଗର୍ଭବତୀ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ।
5.ସେକ୍ସ କରିବା ପରେ ବା ଶାରୀରିକ ସମ୍ବନ୍ଧରେ ରହିବା ପରେ ସଙ୍ଗେ ସଙ୍ଗେ ବେଡ଼ରୁ ତଳକୁ ଆସନ୍ତୁ ନାହିଁ କିମ୍ବା ଚାଲନ୍ତୁ ନାହିଁ । ସେକ୍ସ କରିବା ପରେ ଅତିକମରେ 15 ମିନିଟ ପର୍ଯ୍ୟନ୍ତ ସୋଇ ରୁହନ୍ତୁ। ଏହା କରିବା ଦ୍ବାରା ଗର୍ଭବତୀ ହେବାର ଅଧିକ ସୂଚନା ରହିଥାଏ।
6.ସବୁଠାରୁ ବଡ଼ କଥା ଏହା କି ଯେତେବେଳେ ଆପଣ ଶାରୀରିକ ସମ୍ପର୍କ ରଖୁଛନ୍ତି ସେତେବେଳେ ବିନା କୌଣସି ଚିନ୍ତାରେ ଏବଂ ଚାପରେ କରନ୍ତୁ । ମନ ଖୁସିରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ମହିଳାମାନେ ଗର୍ଭବତୀ ହେବାର ସୌଭାଗ୍ୟ ପାଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।