SPECIAL TIPS – ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି

ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ ।ତେବେ ଯଦି ଆମ ଶରୀରରେ ବିଭିନ୍ନ ପ୍ରକାରର ସମୟ ମାନ ଦେଖା ଯିବ ତାହେଲେ ଆମେ ବହୁତ କଷ୍ଟ ପାଉ ।ତେବେ ପୁରୁଣା ରୁ ଅତି ପୁରୁଣା ରୋଗ ଥିଲେ ମାତ୍ର ଅଳ୍ପ ଦିନରେ ଗୋଟିଏ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ । ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ କିଛି ନା କିଛି ରୋଗ ଅନୁଭୂତ ହେଉଛି। ବିଭିନ୍ନ ରୋଗ ମଧ୍ୟରୁ ଯାଦୁ, କାଛୁ କୁଣ୍ଡିଆ ରୋଗ ଏକ ରୋଗ ଅଟେ।

ତେଣୁ ଏହି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଘରେ ଥିବା କିଛି ସାମଗ୍ରୀ କୁ ନେଇ ଉପଚାର ପ୍ରସ୍ତୁତ କରି ମାତ୍ର କିଛି ସମୟରେ କରିପାରିବେ। ତାହାଲେ ଜାଣିବା ଏହି ଯାଦୁ, କାଛୁ କୁଣ୍ଡିଆ ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ –

୧- ନିମ୍ୱୁପତ୍ର

୨- ନଡିଆତେଲ

ପ୍ରସ୍ତୁତି ପ୍ରଣାଳୀ –


ପ୍ରଥମେ ଆପଣ କେତେଗୁଡିଏ ନିମ୍ୱ ପତ୍ର ନେଇ ତାକୁ ଛିଣ୍ଡାଇ ଧୋଇ ଦିଅନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡିଂ କରି ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ । ସେଥିରେ ନିମ୍ୱ ପତ୍ରର ପେଷ୍ଟକୁ ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଉପଚାରଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି ।

ବ୍ୟବହାର ପ୍ରଣାଳୀ –

 

ବର୍ତ୍ତମାନ ଯାଦୁ ହୋଇଥିବା ସ୍ଥାନକୁ ଭଲ ଭାବରେ ଉଷମ ପାଣିରେ ଡେଟଲ ପକାଇ ସଫା କରି ନିଅନ୍ତୁ । ଏହାପରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ଯାଦୁ , କାଛୁ , କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଭଲ ଭାବରେ ଲଗାଇ ସାରିବା ପରେ ୨-୩ ମିନିଟ ପର୍ଯ୍ୟନ୍ତ ମସାଜ କରି ନିଅନ୍ତୁ , ଏହାପରେ ୩-୪ ମିନିଟ ଛାଡି ଦିଅନ୍ତୁ ।କିନ୍ତୁ ଆପଣ ମାନେ ଏହାକୁ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏବଂ ରାତି ଯାକ ସେମିତି ଛାଡି ଦିଅନ୍ତୁ । ସକାଳ ହେବା ମାତ୍ରେ ଥଣ୍ଡା ପାଣିରେ ସଫା କରି ନିଅନ୍ତୁ , ଏହିପରି ନିୟମିତ ୧୫ ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ଚର୍ମ ଜନିତ ସମସ୍ୟା ଦୂର ହୋଇଯିବ।

Leave a Comment