ମା ହେବାକୁ ଯାଉଛନ୍ତି ଜଣେ ପୁରୁଷ, ମହିଳା ଙ୍କ ସ୍ଥାନରେ ଏବେ ଜଣେ ପୁରୁଷ ମା ହେବେ, ନିଜ ଗର୍ଭ ରୁ ଚିରି ଛୁଆ କୁ ଜନ୍ମ ଦେବେ ଆଉ ତାକୁ ନିଜ ସ୍ତନରୁ କ୍ଷୀର ମଧ୍ୟ ଖୁଆଇବେ | ଏଭଳି ଏକ ଖବର ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସତ କଥା, ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଫଟୋ କୁ ଦେଖିଲେ ଆପଣ ନିହାତି ଭାବରେ ଜାଣି ପାରିବେ |
କାରଣ ଏହା ପୂର୍ବରୁ ଆପଣ କେବେ ହେଲେ ଏଭଳି ଫଟୋ ଦେଖି ନଥିବେ | ଗୋଟିଏ ଛୁଆ ଜନ୍ମ ହେବା ପୂର୍ବରୁ ମା ମାନେ ବେବି ବମ ଫଟୋ ଉଠାନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରନ୍ତି | କିନ୍ତୁ ଏଥିରେ ଏମିତି ଜଣେ ପୁରୁଷ ତାଙ୍କର ବେବି ବମ ଫଟୋ ସୁଟ କରୁ ଥିବାର ପ୍ରଥମ ଥର ଦେଖୁ ଥିବେ |
ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଦେଖିବା ପାଇଁ ମିଳିଛି କେରଳ ର କୁଚିକେଡ଼ ରେ ରହୁ ଥିବା ଟ୍ରାନ୍ସ ଜେଣ୍ଡର କପଲ ଜୀୟା ଓ ଯାହାନ | ଜୀୟା ଏବଂ ଯାହାଦ ନିଜ ପରିବାର କୁ ନୂଆ ଅତିଥି କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି | ଆସିବାକୁ ଥିବା ନୂଆ ଅତିଥି ହେଉଛନ୍ତି ଉଭୟ ଙ୍କର ପ୍ରଥମ ସନ୍ତାନ ତେବେ ପ୍ରଥମ ସନ୍ତାନ ପାଇଁ ଜୀୟା ଏବଂ ଯାହାନ ବହୁତ ଖୁସି ଅଛନ୍ତି |
ତେବେ ସୋସିଆଲ ମିଡ଼ିଆ ରେ ଫଟୋ ସୁଟ କରି ସେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି | ତେବେ ଗତ ତିନି ବର୍ଷ ହେବ ଜୀୟା ଏବଂ ଯାହାଦ ଏକାଠି ରହୁଛନ୍ତି, ତେବେ ଇନଷ୍ଟାଗ୍ରାମ ରେ ପ୍ରେଗ୍ନେସି ଫଟୋ ସେୟାର କରି ଜୀୟା ଲେଖିଛନ୍ତି ଜନ୍ମ ରୁ ମୁଁ ମହିଳା ନଥିଲି କିନ୍ତୁ ଦିନେ ଏକ ଛୋଟ ଛୁଆ ଟି ମତେ ମା ବୋଲି ଡାକି ଦେଇ ଥିଲା ଆଉ ଏହା ପରଠୁ ମୋ ଭିତରେ ମାତୃତ୍ୱ ଜାଗ୍ରତ ହେଲା |
ଯେଭଳି ଭାବେ ମୋର ଇଚ୍ଛା ଥିଲା କି ମୁଁ ମା ହେବି ସେଭଳି ଭାବେ ଯାହାଦ ଙ୍କର ବାପା ହେବାର ମଧ୍ୟ ସ୍ୱପ୍ନ ଥିଲା | ଆଉ ଆଜି ଉଭୟ ଙ୍କର ସହମତି କ୍ରମେ 8 ମାସର ସନ୍ତାନ ତାଙ୍କ ଗର୍ଭ ରେ ବଢୁଛି | ରିପୋର୍ଟ ଅନୁସାରେ ଏହି ଟ୍ରାନ୍ସଜେଣ୍ଡର କପଲ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ ସହାୟତା ନେଇ ଥିଲେ | ଜନ୍ମ ରୁ ଜୀୟା ପୁଅ ଥିଲେ ହେଲେ ସର୍ଜରୀ କରି ସେ ଝିଅ ହୋଇ ଯାଇ ଥିଲେ | ସେହିପରି ଯାହାଦ ପୁଅ ଥିଲେ ହେଲେ ପରବର୍ତ୍ତୀ ସମୟରେ ପୁଅ ହେବା ପାଇଁ ନିଷ୍ପତି ନେଇ ଥିଲେ | ଏହାପରେ ମଧ୍ୟ ଯାହାଦ ଗର୍ଭ ଧାରଣ କରି ଥିଲେ କୁହା ଯାଉଛି ଯେ ପୁରୁଷ ହେବା ପାଇଁ ସର୍ଜରୀ ବେଳେ ଯାହାଦ ଙ୍କ ପେଟରେ ଅନ୍ୟ କିଛି ଅଙ୍ଗ କୁ ହଟା ଯାଇ ନଥିଲା ତେଣୁ ଏବେ ସେ ଗର୍ଭ ଧାରଣ କରିଥିବା ଜଣା ପଡ଼ିଛି |