ଦେଖନ୍ତୁ LIVE ଭିଡିଓ ! ଦେଖୁ ଦେଖୁ ଆଖି ପିଚୁଳାକେ ଭୁସୁଡି ପଡିଲା ବଡ ବଡ କୋଠା….ବିଶ୍ବାସ ନହେଲେ ବି ସତ…ଟିକେ ଭଲକି ଦେଖନ୍ତୁ…

ବଢ଼ିଲା ତାଇଓ୍ବାନ ଉପରେ ଚୀନ ହମଲା ଆଶଙ୍କା । ତାଇଓ୍ବାନ ସୀମା ରେ ଉଡିଛି ଚୀନର ୩୬ଟି ସାମରିକ ବିମାନ । ଓ୍ବାନ ଚୀନ ପଲିସି ଅନୁସାରେ ତାଇଓ୍ବାନ କୁ କବଜା କରିବା ଲାଗି ଚୀନର ଯୋଜନା ରହିଥିବାବେଳେ ଏହି ଯୁଦ୍ଧ ବିମାନ ଉଡାଣ ଯୋଗୁ ତାଇଓ୍ବାନ ଆଶଙ୍କା ବ୍ୟକ୍ତ କରିଛି। ଚୀନର ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ସି ଜିନପିଙ୍ଗ ନିର୍ବାଚିତ ହେବା ପରେ ପ୍ରଥମ ଥର ଲାଗି ଏହି ବଡ଼ ଧରଣର ସାମରିକ ସୋ ପ୍ରଦର୍ଶନ କରାଯାଇଛି।

ତାଇୱାନ-ଚୀନ ବିବାଦ ଲାଗି ରହିଛି । ତାଇୱାନକୁ ଅକ୍ତିଆର କରିବାକୁ ସବୁବେଳେ ଚେଷ୍ଟା କରୁଛି ଚୀନା । ତାଇୱାନକୁ ଜୋରଜବରଦସ୍ତ ନିଜ ଦେଶରେ ମିଶାଇବାକୁ ଚେଷ୍ଟା କରୁଛି ଚୀନ । ଏହାରି ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚୀନ ରାଗି ନିଆଁବାଣ ହୋଇଛି । ଫଳସ୍ବରୂପ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଛି ଚୀନ । ତାଇୱାନ ସାମଗ୍ରୀ ଉପରେ ଆର୍ଥିକ କଟକଣା ସହ ତାଇୱାନ ସୀମାରେ ଚୀନ ଯୁଦ୍ଧ ଜାହାଜ ଦେଖିବାକୁ ମିଳିଛି ।

ଦୀର୍ଘ ୩୯ ବର୍ଷ ପରେ ଶନିବାର ବିଳମ୍ବିତ ରାତ୍ରିରେ ତାଇୱାନ ରେ ଏକ ବଡ଼ ଧରଣ ର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୬.୯ ରହିଥିବା ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ଭୂକମ୍ପ ରେ ତାଇୱାନ ର ବ୍ୟାପକ କ୍ଷୟ କ୍ଷତି ଘଟିଛି । ତାଇୱାନ ଦ୍ୱୀପର ଦକ୍ଷିଣ-ପୂର୍ବାଞ୍ଚଳ ରେ ଏହି ବଡ଼ ଧରଣ ର ଭୂକମ୍ପ ଅନୁଭୂତ ହୋଇଥିବା ତାଇୱାନ ସରକାର ଙ୍କ ପକ୍ଷର ସୂଚନା ଦିଆଯାଇଛି । ଏହା ଫଳରେ ସୁନାମୀ ଆସିବାର ଆଶଙ୍କା ଜାତ ହୋଇଛି । ଭୂକମ୍ପ ଫଳରେ କେଉଁଠି ବ୍ରିଜ୍ ଭାଙ୍ଗି ଗଳି ପଡ଼ିଛି ତ ଆଉ କେଉଁଠି ଟ୍ରାକ ରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।

ସେହି ପରି କେତେକ ବିଲ୍ଡିଂ ମଧ୍ୟ ବଙ୍କି ଯାଇଥିବା ଦେଖିବା କୁ ମିଳିଛି । ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ସହ ରେଳ ସେବା ବ୍ୟାହତ ହୋଇଛି । କେଉଁଠି ଜୋର୍ ଶବ୍ଦ ରେ ପାଣି ପାଇପ୍ ଫାଟି ଯାଇଛି ତ ଆଉ କେଉଁଠି ବ୍ରିଜ୍ ତଳେ ଶହ ଶହ ଗାଡ଼ି ପୋତି ହୋଇ ରହିଯାଇଛି । ତେବେ ପ୍ରଥମ ରୁ ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୭.୨ ଥିବା କଥା ଘୋଷଣା କରା ଯାଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ରେ ଏହାକୁ ସଂଶୋଧନ କରାଯାଇ ୬.୯ ବୋଲି କୁହା ଯାଇଛି । ଶନିବାର ରାତି ୨ଟା ୪୪ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହାର କେନ୍ଦ୍ରସ୍ଥଳ ତାଇତୁଙ୍ଗ୍ ନଗରୀ ର ର ଉତ୍ତର ଦିଗ କୁ ୫୦ କି.ମି. ଦୂର ଭୂଗର୍ଭରେ ୧୦ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ସୂଚନା ଦିଆ ଯାଇଛି । ତେବେ ଏହି ଭୂକମ୍ପ ଫଳରେ ଓକିନାୱା ଜିଲ୍ଲାର ମିଆଁକୋଜିମା ଏବଂ ୟାଏୟାମା ଅଞ୍ଚଳ ରେ ୧ ମିଟର ଉଚ୍ଚର ସୁନାମୀ ଆସିବା ନେଇ ଜାପାନ ପାଣି ପାଗ ଏଜେନ୍ସି ସତର୍କ କରାଇ ଦେଇଥିଲା । ଫଳ ରେ ଲୋକ ମାନେ ଭୟରେ ଉଚ୍ଚସ୍ଥାନକୁ ଚାଲିଯାଇଥିଲେ । ଏହି ଭୂକମ୍ପ ରେ ତାଇୱାନ ରେ ବ୍ୟାପକ କ୍ଷୟ କ୍ଷତି ଘଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment