ସାଧାରଣ ଜ୍ଞାନ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ଏହା ଆମ କ୍ୟାରିୟର ବା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଆପଣ ମାନେ ଜାଣିଥିବେ କି ଅନେକ ପିଲା ମାନେ ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ , ଫଳରେ ସେମାନଙ୍କୁ ପୁଣିଥରେ ଅପେକ୍ଷା କରିବା ପାଇଁ ପଡିଥାଏ । ତା ସହିତ ସେମାନଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି । ସେଥିପାଇଁ ଆଜି ଆମେ ଜାଣିବା ଆଉ କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
ଆମର ଦୈନନ୍ଦିନ ଜୀବନରେ ବା ଆମର ଶିକ୍ଷା କ୍ଷେତ୍ରରେ ସାଧାରଣ ଜ୍ଞାନର ଅଧିକ ପ୍ରୟୋଜନ ରହିଥାଏ । ଯାହା ଆମ କ୍ୟାରିଅରରେ ଆଗକୁ ଯିବା ପାଇଁ ଅନେକ ସାହାର୍ଯ୍ୟ କରିଥାଏ । ଅନେକ ପିଲାମାନେ କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନର ଅଧିକ ଆବଶ୍ୟକତା ରହିଥାଏ ଏବଂ ଆମକୁ ଜୀବନର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ରାମାୟଣ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ଉତ୍ତର ବିଷୟରେ ।
1. ଏମାନଙ୍କ ମଧ୍ୟରୁ କିଏ ଗୋଟିଏ ଗୋଡରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?
ଉତ୍ତର – ବିଭୀଷଣ ।
2. କେଉଁ ମହର୍ଷି ନିଜ ପିତାଙ୍କ ଆଦେଶରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ ?
ଉତ୍ତର – ପର୍ଶୁରାମ ।
3. କେଉଁ ଋଷି ରାମଚନ୍ଦ୍ରଙ୍କୁ ବନବାସ ନପଠେଇବା ପାଇଁ ଚେଷ୍ଟା କରିଥିଲେ ?
ଉତ୍ତର – ଜାବାଳି ।
4. ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?
ଉତ୍ତର – ଅକ୍ଷକୁମାର ।
5. କାହାର କହିବା ଅନୁସାରେ ରାମଚନ୍ଦ୍ର , ମାତା ସୀତା ଦେବୀଙ୍କୁ ତ୍ୟାଗ କରି ଦେଇଥିଲେ ?
ଉତ୍ତର -ଦୂର୍ମୁଖ ।
6. କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କ ପିତା ଅଟନ୍ତି ?
ଉତ୍ତର – ରୁକ୍ଷରାଜ ।
7. ମହର୍ଷି ବାଲ୍ମକୀଙ୍କର ପିଲା ଦିନର ନାମ କଣ ?
ଉତ୍ତର – ରତ୍ନାକର ।
8. ଲଙ୍କାରେ ଅଗ୍ନି ସଂଯୋଗ କରିବା ପରେ ହନୁମାନ କେଉଁ ପର୍ବତରୁ ସମୁଦ୍ରକୁ ଲମ୍ଫ ମାରିଥିଲେ ?
ଉତ୍ତର – ଅରଷ୍ଟି ।
9. ରାମାୟଣର ଦ୍ୱିତୀୟ କାଣ୍ଡଟିର ନାମ କଣ ?
ଉତ୍ତର – ଅଯୋଧ୍ୟାକାଣ୍ଡ ।
10. ପିତାମହ ବ୍ରହ୍ମା କେଉଁ ବାୟୁ ବିମାନଟିକୁ କୁବେରକୁ ଦେଇଥିଲେ ?
ଉତ୍ତର – ପୁଷ୍ପକ ବିମାନ ।
11. କେଉଁ ଦେବତାଙ୍କୁ ସର୍ପମାଳି କୁହାଯାଏ ?
ଉତ୍ତର – ଶିବ ।
12. ଲକ୍ଷ୍ମଣଙ୍କର ଥରକରେ କେତୋଟି ଶର ମାରିବାର କ୍ଷମତା ଥିଲା ?
ଉତ୍ତର – 500 ଟି ।
13. ରାବଣ କାହାଠାରୁ ସିଦ୍ଦିମନ୍ତ୍ର ଲାଭ କରିଥିଲା ?
ଉତ୍ତର – ବ୍ରହ୍ମା ।
14. ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିବା ପାଇଁ ଯଜ୍ଞ କରିଥିଲା ?
ଉତ୍ତର – ଇନ୍ଦ୍ରାସନ ।
15. ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମଙ୍କୁ କେଉଁ ବର ମାଗିଥିଲେ ?
ଉତ୍ତର – ନିଦ୍ରାସନ ।
16. ରାମାୟଣ କିଏ ରଚନା କରିଥିଲେ ?
ଉତ୍ତର – ବାଲ୍ମିକୀ ।
17. ଶିବଧନକୁ କେତେଜଣ ଲୋକଙ୍କ ସହାୟତାରେ ସଭାସ୍ଥଳକୁ ଆଣା ଜାଇଥିଲା ?
ଉତ୍ତର – ପ୍ରାୟ ପାଞ୍ଚ ହଜାର ଜଣ ।
18. ରାବଣ ଶାସନ କରିବା ପୂର୍ବରୁ ଲଙ୍କାରେ କିଏ ଶାସନ କରୁଥିଲେ ?
ଉତ୍ତର – କୁବେର ।
19. ରାବଣର ଭୟରେ କୁବେର କେଉଁଠାରେ ଲୁଚିଥିଲେ ?
ଉତ୍ତର – କୈଳାସ ପର୍ବତରେ ।