ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ସ୍ୱାମୀ ସୁକାନ୍ତଙ୍କ ମୃତ୍ୟ ହେଲା, ଏବେ ଗରମ ପେଜରେ ପୁଅବି ଚାଲିଗଲା ।

କାନ୍ଦିବାକୁ ଚାହିଁଲେ ବି ମୁଁ ଆଉ କାନ୍ଦି ପାରୁନି। କାରଣ ମୋର ଆଖିତକ ଲୁହ ସରି ଗଲାଣି। ଆଖିରୁ ଆଉ ଲୁହ ବାହାରୁନି, ଓଠ ପୁରା ଶୁଖି ଗଲାଣି। ହଁ ଆଖି ଖାଲି ଭେଦିଲା ଭେଦିଲା, ଆଉ କାହାକୁ ନେଇ କାନ୍ଦିବି। ସ୍ୱାମୀ ଚାଲିଗଲା ବୋଲି କାନ୍ଦିବି ନା ପୁଅ ଚାଲିଗଲା ବୋଲି କାନ୍ଦିବି। ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ସ୍ୱାମୀ ମରିଗଲା ବୋଲି କାନ୍ଦିବି ନା ଗରମ ପେଜ ଢାଳି ହୋଇ ପୁଅ ମରିଗଲା ବୋଲି କାନ୍ଦିବି। କାହାକୁ ନେଇ ଏ ବାକିତକ ଜୀବନ ବଞ୍ଚିବି।

ଦଇବ କଣ ମଣିଷକୁ ଏତେ ଦୁଃଖ ଦିଅନ୍ତି। ଯାହା ତୁମେ ମୋତେ ଦେଇଛ। ତେବେ ଗୋଟିଏ ମାସରେ ଡକାଡକି ହୋଇ ଚାଲିଗଲେ ଆରପାରିକୁ ବାପା ଆଉ ପୁଅ। ହଁ ଆଜ୍ଞା ସୁକାନ୍ତ ଆଉ ତାର ତିନି ବର୍ଷ ର ପୁଅ। ଆଉ ଏପଟେ ମହିଳା ଜଣକ କେତେବେଳେ ସ୍ୱାମୀ କଥା ମନେ ପକେଇ କାନ୍ଦୁଛି ତ ଆଉ କେତେବେଳେ ପୁଅ କଥା ଭାବି କାନ୍ଦୁଛି।
ଆପଣ ମାନେ ଜାଣିଥିବେ ଏଇ କିଛି ଦିନ ପୂର୍ବରୁ ଅଭିନେତ୍ରୀ ରାନୀ ପଣ୍ଡା ରାତିରେ ଏକ ବାହାଘର ଭୋଜି ରୁ ଫେରୁଥିବା ବେଳେ ତାଙ୍କ କାର୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆଠଗଡ଼ ମୁଣ୍ଡୁଳି ଛକ ଡାଳଖାଇ ରାସ୍ତା ନିକଟରେ ଏକ ବାଇକ୍ କୁ ଧକ୍କା ଦେଇଥିଲା ରାନୀ ପଣ୍ଡାଙ୍କ କାର୍। ଫଳରେ ବାଇକ୍ ଚାଳକ ସୁକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିଲା।

ଆଉ ସେହି ଘଟଣା ପାଇଁ ରାନୀ ପଣ୍ଡାଙ୍କୁ ନେଇ ଅନେକ ବାଦ ବିବାଦ ସୃଷ୍ଟି ହୋଇଥିଲା। ଯାହାର ଜବାବ ରଖିଥିଲେ ରାନୀ ପଣ୍ଡା। କିଏ କହୁଥିଲା ରାନୀ ପଣ୍ଡା ଫଟୋ ଉଠାଉଥିଲା ତ ଆଉ କିଏ କହୁଥିଲା ରାନୀ ପଣ୍ଡାଙ୍କ ଡ୍ରାଇଭର ନିଶା ରେ ଥିଲେ। ସେ ଯାହାବି ହେଉ ସେଥିରେ ସୁକାନ୍ତ ଙ୍କର ଜୀବନ ଚାଲି ଯାଇଥିଲା।


ଆଉ ସ୍ୱାମୀ ଚାଲିଗଲା ସ୍ତ୍ରୀ ଭାବୁଥିଲା ବାକିତକ ଜୀବନ ପୁଅ ଝିଅ ର ମୁହଁ ଚାହିଁ ବିତେଇବ। କିନ୍ତୁ ଆଉ ଏକ କଳା ବାଦଲ ଘେରି ଆସିଥିଲା। ହଁ ଆଜ୍ଞା ତିନି ବର୍ଷ ର ପୁଅ ଜୀବନ ଚାଲିଗଲା। ଗରମ ପେଜ ଢାଳି ହୋଇଗଲା, ଆଉ ଚିକିତ୍ସିତ ଅବସ୍ଥାରେ ପୁଅର ଜୀବନ ଚାଲିଗଲା। ସେପଟେ ସ୍ୱାମୀ ଓ ଏପଟେ ପୁଅ ଚାଲିଯାଇଛି ବୋଲି ସହଜରେ ଗ୍ରହଣ କରିପାରୁ ନାହିଁ ମା। କେତେବେଳେ ଭାଗ୍ୟ କୁ ନିନ୍ଦୁଛି ତ କେତେବେଳେ ସେ କେଉଁ ପାପା କରିଥିଲେ ଏଭଳି କଷ୍ଟ ପାଉଛି।

Leave a Comment