ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କ ଚିନ୍ତାଧାରା ରହିଥାଏ କି ଝିଅ ମାନେ କେବଳ କଷ୍ଟ ସବୁ ସହି ଥାଆନ୍ତି ଆଉ ପୁଅ ମାନେ କଷ୍ଟ କଣ ଜାଣନ୍ତି ନାହିଁ ପରିବାର କଣ ତାର ଅର୍ଥ ଜାଣନ୍ତି ନାହିଁ ଆଉ ପୁଅ ମାନଙ୍କର ଧୋର୍ଯ୍ୟ ନାହିଁ ବୋଲି କହି ଥାଆନ୍ତି | କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ କାରଣ ପୁଅ ମାନେ ପରିବାର ଚଳାଇବାର ଏକ ଦାୟିତ୍ୱ ବହନ କରି ଥାଆନ୍ତି ଏବଂ ସକାଳେ ଉଠିଲେ ହିଁ ସେମାନେ କିପରି ଦୁଇ ପଇସା ରୋଜଗାର କରିବେ ତାହାର ଦାୟିତ୍ୱ ନିଜ ମୁଣ୍ଡ କୁ ନେଇ ଥାଆନ୍ତି | ତେବେ ପୁଅ ମାନଙ୍କର ଜୀବନ କାହାଣୀ କୁ ନେଇ ଏକ ଝିଅ ଟି କିଛି କହିଛି | ପୁଅ ମାନଙ୍କୁ ବି କଷ୍ଟ ହୁଏ ସେମାନେ ମଧ୍ୟ ଅନେକ କିଛି ସହି ଥାଆନ୍ତି ତାହାକୁ ନେଇ ଝିଅ ଟିଏ କିଛି କହିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଏକ ଭିଡ଼ିଓ ମାଧ୍ୟମ ରେ ଝିଅ ଟିଏ କହିଛି କି, କିଏ କହିଲା ପୁଅ ମାନଙ୍କ ଜୀବନ ରେ କଷ୍ଟ ନାହିଁ, ଘର ଛାଡିକି ଦୂର ସହର କୁ ଯାଆନ୍ତି ନିଜ ଘରର ଖୁସି ପାଇଁ | 12 ଘଣ୍ଟା ଡ୍ୟୁଟି କରିକି 24 ଘଣ୍ଟା ଅଭର ଡ୍ୟୁଟି କରନ୍ତି ନିଜ ଘରର ଖୁସି ପାଇଁ | 10 ହଜାର ଟଙ୍କା ସ୍ୟାଲେରୀ ଆସିଲେ 2 ହଜାର ଟଙ୍କା ରଖିକି 8 ହଜାର ଟଙ୍କା ତାଙ୍କ ଘରକୁ ଦିଅନ୍ତି ତାଙ୍କ ଘରର ଖୁସି ପାଇଁ | ନିଜ ଘରକୁ 15 ଦିନ ନହେଲେ ମାସେ ବୁଲିବା ପାଇଁ ଆସନ୍ତି କୁଣିଆ ହୋଇ ନିଜ ଘରର ଖୁସି ପାଇଁ | ନିଜ ହାତରେ ପାଣି ଗ୍ଲାସ ଟେ ଆଣି ପିଉ ନଥିବା ପୁଅ ନିଜ ହାତରେ ରୋଷେଇ କରି ଖାଉଛି ବାସନ ନିଜ ହାତରେ ଧୋଉଛି |
ଥରେ ସେହି ପୁଅକୁ ପଚାର ତା ହୃଦୟ ରେ ସେ କେତେ କଷ୍ଟ ଚାପିକି ରଖିଛି କିନ୍ତୁ ସେ କହି ପାରେ ନାହିଁ ନିଜ ଘରର ଖୁସି ପାଇଁ | ନିଜ ଭାଇ, ଭଉଣୀ, ବାପା, ମା ଙ୍କ ଖୁସି ପାଇଁ , ସେମାନଙ୍କର ବି ହୃଦୟ ଅଛି ସେମାନେ ନିଜ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ |
ସେହି ଭାଇ ମାନଙ୍କୁ ମୋର ହୃଦୟ ରୁ ସଲାମ ଯେଉଁ ଭାଇ ମାନେ ନିଜ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ କଷ୍ଟ ବି ସେମାନଙ୍କୁ ହୁଏ ଆଉ ଅଧିକ କଷ୍ଟ କେବଳ ସେହି ମାନଙ୍କୁ ହିଁ ହୋଇ ଥାଏ | ତେବେ ଏହି ଭିଡ଼ିଓ ଟିକୁ ଯିଏ ବି ଦେଖୁଛି ସେ ପସନ୍ଦ କରୁଛି ଏବଂ ଝିଅ ଟିର କଥାକୁ ମଧ୍ୟ ଅନେକ ଲୋକ ସମର୍ଥନ କରି ବେସ ପ୍ରଶଂସା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।